ଆକାଂକ୍ଷା ହାଟ ଉଦଘାଟିତ, ରାୟଗଡାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଆୟୋଜିତ, ପଦ୍ମପୁର ଓ ମୁନିଗୁଡା ଆକାଂକ୍ଷା ବ୍ଲକର ସଫଳ କର୍ମଚାରୀ ହେଲେ ସମ୍ମାନିତ।

ରାୟଗଡା (ପ୍ରତିଫଳନ ମିଡ଼ିଆ)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନକ୍ରମରେ ସମଗ୍ର ଭାରତ ବର୍ଷରେ ଚାଲୁରହିଛି ସମ୍ପୂର୍ଣ୍ଣତା ଅଭିଯାନ। ରାୟଗଡା ଜିଲ୍ଲାରେ ଦୀର୍ଘ ତିନି ମାସ ଧରି ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନର ସଫଳତାରେ ଅଗ୍ରଦୂତ ଭୂମିକା ନିର୍ବାହ କରିଥିବା ଜିଲ୍ଲା ଅଧିକାରୀ, ବ୍ଲକ୍ ଟିମ୍, ଅଗ୍ରଭାଗର କର୍ମଚାରୀ ଓ ବିଭିନ ଦାବିଦାର ମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ “ସମ୍ମାନ ସମାରୋହ” ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CDO )ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି।

ଏଥିପୂର୍ବରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ “ଆକାଂକ୍ଷା ହାଟ”କୁ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ଆପଲା ସ୍ୱାମୀ କାଡ୍ରlକl, ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ରାୟଗଡା ଖଣ୍ଡିୟ ବନ ଅଧିକାରୀ, ସଚିନ ଅହ୍ନାସାହେବ ଓହଲେ ତଥା ଜିଲ୍ଲାର ବିଡ଼ିଓମାନେ ଉପସ୍ଥିତ ଥଲେ।ଆୟୋଜିତ ପ୍ରଦର୍ଶନରେ ସ୍ବାସ୍ଥ୍ୟ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, କୃଷି , ମହିଳା ଓ ଶିଶୁ ବିକାଶ ସମେତ ମିଶନ ଶକ୍ତି ପକ୍ଷରୁ ବିକାଶର ପ୍ରଦର୍ଶନୀ କରାଯାଇଛି। ଏହି ହାଟ ସାତ ଦିନ ଅବଧି ପର୍ଯ୍ୟନ୍ତ ଖୋଲା ରହିବ। ଏହା ସହିତ “ସେଲ୍‌ଫି ପଏଣ୍ଟ” ଓ “ହୁନର କି ଛାପ୍” ଅଭିଯାନର ଆରମ୍ଭ ମଧ୍ୟ ହୋଇଥିଲା।

ଶିକ୍ଷା ଓ ପୋଷଣ ବିଭାଗର ଅଧିକାରୀମାନଙ୍କୁ ତାଙ୍କ କାର୍ଯ୍ୟରେ ଶତ ପ୍ରତିଶତ ପରିପୂର୍ଣତା ଓ ଲକ୍ଷ୍ୟ ପ୍ରାପ୍ତି ପାଇଁ ସମ୍ମାନିତ କରାଯାଇଥିଲା। ବିଶେଷ କରି ପଦ୍ମପୁର ଓ ମୁନିଗୁଡା ବ୍ଲକ୍ର ସ୍ୱାସ୍ଥ୍ୟ, ପୋଷଣ, କୃଷି, ମୌଳିକ ଭିତ୍ତିଭୂମି ଓ ସାମାଜିକ ବିକାଶରେ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ କରିଥିବା କର୍ମଚାରିଗଣଙ୍କୁ ବିଶେଷ ସମ୍ମାନ ଦିଆଯାଇଥିଲା। ଏଥିରେ ସମସ୍ତ ବିଡିଓ, ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମସ୍ତଙ୍କର ଉପସ୍ଥିତି ଓ ଉତ୍ସାହବର୍ଦ୍ଧନ ସ୍ଥାନୀୟ ସ୍ତରରେ ଉଲ୍ଲେଖନୀୟ ଅଭିଯାନଗୁଡିକୁ ସ୍ୱୀକୃତି ଦେବାର ଗୁରୁତ୍ୱକୁ ଉଜାଗର କରିଥିଲା। ସମସ୍ତ ବିଭାଗ, ଅଧିକାରୀ, ଅଗ୍ରଭାଗର କର୍ମଚାରୀ, ଆକାଂକ୍ଷୀ ବ୍ଲକ୍ କର୍ମଚାରୀ ଓ ପିରାମଲ ଫାଉଣ୍ଡେସନ୍ ଟିମ୍ ମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।

Spread the love