ପ୍ରତିଫଳନ ମିଡ଼ିଆ
ଧର୍ମ ସହିଲା ନାହିଁ । ଭିଜିଲାନସ୍ ହାତରେ ଧରି ପଡ଼ିଲେ
ନନ୍ଦପୂର୍ ବ୍ଲକ୍ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟର କିରାଣୀ ସମ୍ବିତ ତ୍ରିପାଠୀ । ମୃତ ଶିକ୍ଷକଙ୍କ ଏରିଅର ବିଲ କରିବାକୁ ୩୦ ହଜାର ଟଙ୍କାଲାଞ୍ଚ ଦେବାକୁ ଦାବି କରିଥିଲେ। ଲାଞ୍ଚ ନଦେଲେ ଫାଇଲ ଘୁଞ୍ଚିପାରିବ ନାହିଁ ବୋଲି ମୃତ ଶିକ୍ଷକ ଙ୍କ ପରିବାରକୁ ରୋକ ଠୋକ କହିଦେଇଥିଲେ । ବାରମ୍ବାର ଅଫିସକୁ ଦୌଡ଼ି ଥିଲେ ମଧ୍ୟ କାମ କରିବାକୁ କର୍ଣ୍ଣପାତ କରିନଥିଲେ । ହତାଶ ହୋଇ ଶେଷରେ ଭିଜିଲାନସ୍ ର ଦ୍ବାରସ୍ଥ ହୋଇଥିଲେ ମୃତ ଶିକ୍ଷକଙ୍କ ପରିବାର । ପ୍ରଥମ ପର୍ଯ୍ୟାୟରେ ୧୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନସ୍ ହାତରେ ଧରା ପଡିଲେ ।
ଭିଜିଲାନ୍ସ ନିଜ ହେପାଜତରେ ଲାଞ୍ଚୁଆ କିରାଣୀ କୁ ରଖି ତଦନ୍ତ କରୁଛି ।
ସବୁଠି ଚର୍ଚା ମୃତ ଶିକ୍ଷକଙ୍କୁବି ଛାଡୁ ନାହାଁନ୍ତି ଲାଞ୍ଚ ଖୋର୍ କର୍ମଚାରୀ ବୋଲି ।ଜୟପୁର ଭିଜିଲାନ୍ସ ପକ୍ଷରୁ ୨ଟି ସ୍ଥାନରେ ଚଢାଉ ଜାରି ରହିଛି ବୋଲି ସୂଚନା ଦେଇଛି ।

