ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପୁର (ପ୍ରତିଫଳନ ମିଡ଼ିଆ )

ଓଡ଼ିଶାର ବିଶିଷ୍ଟ ରାଜନେତା ଆଦିବାସୀ, ଚାଷୀ, ମୂଲିଆ, ଶ୍ରମିକଙ୍କ ସଂଗ୍ରାମୀ ସାଥୀ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ପ୍ରତିମୂର୍ତି  ଜୟପୁର ଠାରେ ଉନ୍ମୋଚିତ ହୋଇଛି।  ଏହା ସହ ହରିଶ୍ଚନ୍ଦ୍ର ବକ୍ତିପାତ୍ର ଉଦ୍ୟାନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ରାୟଗଡ଼ା ସହରରେ ।କିନ୍ତୁ ତାଙ୍କ ଓକିଲାତି କର୍ମକ୍ଷେତ୍ର ଜୟପୁରରେ ଥିଲା। ତାଙ୍କ ରାଜନୈତିକ କ୍ଷେତ୍ର କୋରାପୁଟ ରହିଥିଲା । ସେ ଜୟପୁର ସହରର ପାରାବେଡ଼ାରେ ରହୁଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉନ୍ମୋଚନ ଉଦ୍ୟାନକୁ ଉଦଘାଟନ କରିବା ସହ ପ୍ରତିମୂର୍ତ୍ତି କୁ ଅନାବରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ, ଜୟପୁର ପୌରପାଳ, କାଉନସିଲର ସମେତ ବକ୍ସିପାତ୍ରଙ୍କ ଅନୁଗତ ମାନେ ଉପସ୍ଥିତ ଥିଲେ। ବକ୍ସିପାତ୍ରଙ୍କ ପୁତ୍ର ଭୃଗୁ ବକ୍ସି ପାତ୍ର ଓ ଝିଅ ଲୋପାମୁଦ୍ରା ବକ୍ସିପାତ୍ର ଉପସ୍ଥିତ ରହିଥିଲେ । ବକ୍ସିପାତ୍ରଙ୍କ ପୂର୍ଣାୟବ ପ୍ରତିମୂର୍ତ୍ତି ଓ ବକ୍ସିପାତ୍ର ନାମରେ ନାମିତ ଉଦ୍ୟାନକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳର ମନ୍ତ୍ରିବୃନ୍ଦ ରହି  ଉନ୍ମୋଚନ ଓ ଉଦଘାଟନ କରିଥିବାରୁ ଅସଂଖ୍ୟ ବକ୍ସିପାତ୍ର ଅନୁଗାମୀ ମାନେ ଜୟପୁର ପୌର ପ୍ରଶାସନ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love