ରାୟଗଡା (ପ୍ରତିଫଳନ ମିଡ଼ିଆ )
ଆଜି ବିଶ୍ଵ ଜନଜାତି ଦିବସ। ସବୁଠାରେ ଜନଜାତି ଭାଇଭଉଣୀମାନେ ହର୍ଷ ଉଲ୍ଲାସର ସହ ପାଳନ କରୁଛନ୍ତି ଜନଜାତି ଦିବସ। ନିଜର ଭାବନା, ଆବେଗକୁ ନାଚ ଗୀତ ସମାବେଶ ଜରିଆରେ ବ୍ୟକ୍ତ କରୁଛନ୍ତି। ଏଇ କ୍ରମରେ ଡ଼ଙ୍ଗରିଆ ଯୁବକ ନିଜ ଜାତି ପାଇଁ ଗାଇଲେ ଗୀତ। ଡ଼ଙ୍ଗରିଆ ଯୁବକ ରବୀନ୍ଦ୍ର ୱାଡାକା କିଛି ନୂଆ କରିବାଲାଗି ଚେଷ୍ଟା କରିଥିଲେ। ସେଥିପାଇଁ ସେ ଗୀତଟିଏ ପ୍ରସ୍ତୁତ କରିଥିଲେ। ଆଜି ତାକୁ ୟୁ ଟ୍ୟୁବରେ ରିଲିଜ କରିଛନ୍ତି। ସେ ଗାଇଥିବା ଏକ ଗୀତ ଏବେ ଜନଜାତିଙ୍କ ବେଶ ପସନ୍ଦ ଆସିଛି। କୁଇ ଭାଷାରେ ଗାଇଥିବା ଗୀତ ଖୁଵ ସୁନ୍ଦର ହୋଇଛି ଏବଂ ଏଥିରେ ଜନଜାତି ଭାଇଭଉଣୀଙ୍କୁ ଆହ୍ବାନ କରାଯାଇଛି।
“ଆଦିବାସି ଦିବସ ୱାନ୍ଧୁହ” ନାମରେ ଏହି ଗୀତ କୁ ଡ଼ଙ୍ଗରିଆ ଯୁବକ ରବିନ୍ଦ୍ର ୱାଡାକା ଗାଇଛନ୍ତି । ଗୀତ ରଚନା କରିଛନ୍ତି ସୁବାଶ କୁନାକା। ସଂଗୀତରେ ସଜେଇଛନ୍ତି କେ.ସାଣ୍ଟୋଶ ରାଓ | ରବୀନ୍ଦ୍ର ନିଜ ଗୀତ ଜରିଆରେ ଡ଼ଙ୍ଗରିଆଙ୍କୁ ଆହ୍ବାନ କରୁଛନ୍ତି ଆସନ୍ତୁ ସମସ୍ତେ ମିଳିମିଶି ଜନଜାତି ଦିବସ ପାଳନ କରିବା। ଏହାର ସ୍ୱର, ଗାୟକି ଏବଂ ମ୍ୟୁଜିକ ଖୁଵ ମନଛୁଆଁ ହୋଇଥିବାରୁ ଏହା ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି। ଏଥିସହ ଡ଼ଙ୍ଗରିଆ ଅଂଚଳର ଦୃଶ୍ୟ ଓ ଡ଼ଙ୍ଗରିଆ ନୃତ୍ୟକୁ ଏଥିରେ ଦୃଶ୍ୟାଙ୍କନ କରାଯାଇଛି।

