୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ମେଡିକାଲ କୋଠାର କଲେ ଶୁଭ ଉଦଘାଟନ
କୋରାପୁଟ (ପ୍ରତିଫଳନ ମିଡ଼ିଆ )
ପୁଣି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କଲେ। ଆଜି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ବଡ଼ ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଅଦ୍ଭୁତ ବ୍ୟବହାରରେ ତଟସ୍ଥ ହୋଇଗଲେ ଡାକ୍ତର, ରୋଗୀ, ନେତା, କର୍ମୀ ଓ ପ୍ରଶାସକ। ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ ବଡ଼ ମେଡିକାଲର 650 ଶଯ୍ୟା ବିଶିଷ୍ଟ କୋଠାକୁ ଉଦଘାଟନ କରିବାକୁ ଯାଇଥିଲେ। ଉଦଘାଟନ ଅବସରରେ ସେ ମେଡିକାଲର ଅସଲି ସ୍ଥିତି ପରଖିବାକୁ ଚାହିଁ ଥିଲେ। ମେଡିକାଲ ପ୍ରଶାସକ ସମସ୍ତ ବିବରଣୀ ପ୍ରଦାନ କରିଥିଲେ। କିନ୍ତୁ ସେ ବାସ୍ତବତା ପରଖିବା ଲାଗି ସିଧା ଓପିଡି ଆସିଥିଲେ। ମୁଖ୍ୟମନ୍ତ୍ରୀ ଙ୍କୁ ନିକଟରୁ ଦେଖି ସାଧାରଣ ରୋଗୀ ଯେତିକି ବିସ୍ମିତ ହେଲେ ସେତିକି ଖୁସି ମଧ୍ୟ ବ୍ୟକ୍ତ କଲେ। ମୁଖ୍ୟମନ୍ତ୍ରୀ ଦୀର୍ଘ ସମୟ ଧରି ସେଠାରେ ଠିଆ ରହି ଡାକ୍ତରଙ୍କୁ ନିଜ କାମ କରିବା ପାଇଁ କହିଲେ। ଜଣେ ରୋଗୀଙ୍କୁ କିଭଳି ଚିକିତ୍ସା କରାଯାଉଛି ତାହାର ପ୍ରତ୍ୟକ୍ଷ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଫୋଟରେ ଦେଖି ଆପଣମାନେ ବି ବିସ୍ମିତ ହେବେ। କୋରାପୁଟ ବଡ଼ ମେଡିକାଲର ଚର୍ମ ଓ ଯୌନ ରୋଗ ବହିଃ ବିଭାଗ ଡାକ୍ତର ଓ ରୋଗୀ ଚେୟାରରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପାଖରେ ଠିଆ ହୋଇ ଅନୁଧ୍ୟାନ କରୁଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଏମିତି ଠିଆ ହୋଇ ରୋଗୀ ସେବାକୁ ଅନୁଧ୍ୟାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅପ୍ରତ୍ୟାଶିତ ଆଗ୍ରହ ସମଗ୍ର କୋରାପୁଟରେ ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତର ମହଲରେ ବି ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହକୁ ଖୁଵ ପସନ୍ଦ କରିଛନ୍ତି। ନିକଟରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନ୍ୟମନ୍ତ୍ରୀ, ବିଜେପି ଓ କଂଗ୍ରେସର ବିଧାୟକମାନେ, କୋରାପୁଟ ଜିଲ୍ଲାପାଳ ତଥା ମେଡିକାଲ ପ୍ରଶାସକଙ୍କ ଉପସ୍ଥିତରେ ବାହାରୁ ଆସୁଥିବା ଜଣେ ରୋଗୀକୁ କେଉଁ ପଦ୍ଧତିରେ ଚିକିତ୍ସା କରାଯାଉଛି ବୁଝାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ବ୍ୟବହାରରେ ବିଭିନ୍ନ ଦଳର ବିଧାୟକମାନେ ସନ୍ତୋଷ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମେଡିକାଲ ସମସ୍ୟାର ସମାଧାନ ଲାଗି ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏଭଳି ସରଳପଣ କୋରାପୁଟ ଜିଲ୍ଲାବାସୀଙ୍କ ହୃଦୟକୁ ଜିତି ଯାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

