ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକଙ୍କସହ କଲେ ଆଲୋଚନା।ଦାବୀ ପୂରଣ କରାଯିବ ବୋଲି ଦେଲେ ଆଶ୍ଵାସନା।

ପ୍ରତିଫଳନ ମିଡ଼ିଆ

ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଶୁଭ ଖବର । ସାମ୍ବାଦିକଙ୍କ ବୃତ୍ତିଗତ ସୁରକ୍ଷା ପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ସାମ୍ବାଦିକଙ୍କ କିଛି ସମସ୍ୟାର ସମାଧାନ କରାଯାଇଛି । ଆଉ କିଛି ଆଗକୁ କରାଯିବ ବୋଲି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । କୋରାପୁଟକୁ ୨ଦିନିଆ ଗସ୍ତର ଆସିଥିବାବେଳେ ଶେଷ ପର୍ଯ୍ୟାୟରେ କୋରାପୁଟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ସାମ୍ବାଦିକଙ୍କ ସହ ବସି ସାମ୍ବାଦିକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସାମ୍ବାଦିକଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ ସାମ୍ବାଦିକଙ୍କ ସମସ୍ୟା ଗୁଡ଼ିକ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।କୋରାପୁଟ ସାମ୍ବାଦିକମାନେ ବହୁ ଅସୁବିଧାରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ସାମ୍ବାଦିକଙ୍କ ଦୁଃଖ ଓ ବ୍ୟଥା କୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ସମସ୍ତ ବର୍ଗଙ୍କ ବିକାଶ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।ଏଥିରେ ସାମ୍ବାଦିକଙ୍କ ମଧ୍ୟ ଅବଦାନ ରହିଛି । ସାମ୍ବାଦିକ ମାନଙ୍କ ସ୍ବଚ୍ଛନ୍ଦ ଓ ସୁରକ୍ଷିତ ଜୀବନ ଜୀବିକା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । କୋରାପୁଟ ସମେତ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନେ ବହୁ ଅସୁବିଧାରେ ରହିଛନ୍ତି ।ସେ ସବୁ ସମସ୍ୟାର ସମାଧାନ ହେବା ଆବଶ୍ୟକତା ରହିଛି । ସରକାର ରାଜ୍ୟରେ ସାମ୍ବାଦିକଙ୍କୁ ଚିହ୍ନଟ କରିଛନ୍ତି । ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟ ବୀମାରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ।ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ସାମିଲ ହୋଇଥିବା ଗ୍ରାମାଞ୍ଚଳର ସାମ୍ବାଦିକଙ୍କୁ ବରିଷ୍ଠତା ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ୍ରିଡେସନ କରିବା ,ସାମ୍ବାଦିକଙ୍କ ପେନସନ ବୃଦ୍ଧି କରିବା,ସାମ୍ବାଦିକଙ୍କ ଦେହାନ୍ତ ପରେ ମୃତ ସାମ୍ବାଦିକଙ୍କ ପରିବାରକୁ ପେନସନର ବ୍ୟବସ୍ଥା କରିବା, ସାମ୍ବାଦିକଙ୍କୁ ଟ୍ରେନ ଓ ବସ ଯାତ୍ରା ବେଳେ ପୂର୍ବ ଭଳି ପାସ ପ୍ରଚଳନ ର ବ୍ୟବସ୍ଥା କରିବା, ଭୁବନେଶ୍ୱରକୁ କାମରେ ଯାଉଥିବା ସାମ୍ବାଦିକଙ୍କୁ ସ୍ୱଳ୍ପ ମୂଲ୍ୟରେ ରହିବା ସକାଶେ ସାମ୍ବାଦିକ ଭବନ ନିର୍ମାଣ କରିବା, ବସ ଓ ଟ୍ରେନ ଯାତ୍ରା ପାଇଁ ପାଶ ବ୍ୟବସ୍ଥା କରିବା ଆଦି ଦାବି ଗୁଡ଼ିକ ପୂରଣ କରିବା ପାଇଁଦୃଷ୍ଟି ଆକର୍ଷଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଦାବି ଗୁଡ଼ିକ ଶୁଣିଥିଲେ। କିଛି ଦାବି ପୁରାଣ ହୋଇଛି ଆଉ କିଛି ପୁରଣ କରିବା ପାଇଁ ଉଦ୍ୟମ ଚାଲିଛି ।ଖୁବ ଶୀଘ୍ର ସାମ୍ବାଦିକଙ୍କ ଦାବି ଗୁଡ଼ିକ ପୂରଣ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲାପାଳ, ଡିଆଇଜି,ଏସପି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ।

Spread the love