କୋରାପୁଟ (ପ୍ରତିଫଳନ ମିଡ଼ିଆ )
ସାମ୍ବାଦିକ କେବଳ ଖବର ପ୍ରକାଶନ ଓ ପ୍ରସାରଣ କରେନି ବରଂ ଅନେକ ସମୟରେ ସାମାଜିକ ପ୍ରତିବଦ୍ଧତା ବି ପ୍ରଦର୍ଶନ କରେ। ଏମିତି ଏକ ସାହାସିକ ପ୍ରଦର୍ଶନ କରିଛନ୍ତି ନବରଙ୍ଗପୁରର ଜଣେ ସାମ୍ବାଦିକ ରଜା ରେଡି। କ୍ରମାଗତ ଉଦ୍ୟମ ଯୋଗୁଁ ଜଣଙ୍କର ଜୀବନ ବଞ୍ଚି ଯାଇଛି। ଏଥିପାଇଁ ସମସ୍ତେ ସାମ୍ବାଦିକଙ୍କୁ ପ୍ରଶଂସା କରିଥିବା ବେଳେ ଜଣଙ୍କର ଜୀବନ ବଞ୍ଚେଇ ପାରିଥିବାରୁ ସାମ୍ବାଦିକ ବି ଖୁସି ଅନୁଭବ କରୁଛନ୍ତି। ରାଜା ରେଡ୍ଡୀ SUJO ସାମ୍ବାଦିକ ସଂଗଠନର ଜଣେ ବରିଷ୍ଠ ଓ ଦାୟିତ୍ବବାନ ସଦସ୍ୟ । ତାଙ୍କର ଏଭଳି ମହନୀୟ କାର୍ଯ୍ୟକୁ SUJO ସଂଘ ପ୍ରସଂଶା କରିଛି । ଶଙ୍କଟ ସମୟର ସାଥୀ ହୋଇଥିବା ଯୋଗୁଁ ସାମ୍ବାଦିକଙ୍କ ପ୍ରତି ଲୋକଙ୍କ ବିଶ୍ବାସ ବଢିବ ବୋଲି ରାଜ୍ୟ ସାମ୍ବାଦିକ ସଂଘ୍ (SUJO) ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ,କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ,ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ ମତବ୍ୟକ୍ତ କରିଛନ୍ତି

ରାତି ସମୟ। ବିଶାଖାପାଟଣାରୁ ବସ ଜୁନାଗଡ ଅଭିମୁଖେ ଯାତ୍ରା କରୁଥିଲା । କୁନ୍ଦୁଲି ନିକଟରେ ଜଣେ ଯାତ୍ରୀ ହଠାତ ହୃଦରୋଗରେ (ହାର୍ଟ ଏଟାକ) ଶୀକର ହୋଇ ଚେତା ହରାଇ ଦେଲେ। ଯାତ୍ରୀ ଜଣକ ବଞ୍ଚିଥିବା ନେଇ କେହି ବିଶ୍ବାସ କରିନଥିଲେ। ହେଲେ ବସରେ ଥିବା ସାମ୍ବାଦିକଙ୍କ ଚେଷ୍ଟା ଓ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ବିଳମ୍ବିତ ରାତିରେ ମିଳିଲା ତ୍ୱରିତ ଚିକିତ୍ସା। ବଂଚିଗଲେ ଅସୁସ୍ଥ ଯାତ୍ରୀ ।ରାତ୍ରୀ କାଳୀନ ଏକ୍ସପ୍ରେସ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଘୋଡ଼ ନିଦ୍ରାରେ ଶୋଇ ପଡ଼ିଥିଲେ ।ହଠାତ୍ ବସ ମଧ୍ୟରେ ଜଣେ ମହିଳାଙ୍କ କାନ୍ଦ ବୋବାଳି ଶୁଭିଲା । ଶୋଇଥିବା ଯାତ୍ରୀମାନେ ଚେଇଁ ଉଠିଲେ । କାନ୍ଦୁଥୁବା ମହିଳା ଯାତ୍ରୀଙ୍କ ସିଟ ନିକଟରେ ପହଞ୍ଚିଲେ ବସରେ ଯାତ୍ରା କରୁଥିବା ନବରଙ୍ଗପୁରର ସାକ୍ଷୀ ତେଲୁଗୁ ପେପରର ସାମ୍ବାଦିକ ରାଜାରେଡି।

କଣ ଘଟଣା ଜାଣିବାକୁ ଉଦ୍ୟମ କରିବାବେଳେ ଦେଖିଥିଲେ ମହିଳାଙ୍କ ପାର୍ଶ୍ବ ସିଟ ରେ ଜଣେ ପୁରୁଷ ଚେତାଶୁନ୍ୟ ହୋଇ ଶୋଇଛନ୍ତି । ଛାତି ବ୍ୟଥା ହୋଇ ଚେତା ଶୁନ୍ୟ ହୋଇ ପଡ଼ିଥିଲେ ଯାତ୍ରୀ ଜଣକ । ଆଖି ବନ୍ଦ ହୋଇ ଯାଇଥିଲା । ଶରୀର ନିଶ୍ଚଳ ହୋଇପଡ଼ିଥିଲା । ବସଟି ବିଶାଖାପାଟଣାରୁ ନବରଙ୍ଗପୁର ଦେଉ ଭବାନୀପାଟଣାକୁ ଯାଉଥିଲା ।ଏସବୁ ଜାଣିବା ପରେ ତୁରନ୍ତ ସାମ୍ବାଦିକ ରାଜାରେଡି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନକୁ ଫୋନ୍ କରିଥିଲେ । ସୁନାବେଡ଼ା ହଲ ଟାଉନ ସିପରେ ରାତ୍ରୀକାଳୀନ ଚିକିତ୍ସା ବ୍ୟବସ୍ଥା ରହିଥିବା ଓ ଡାକ୍ତର ଉପସ୍ଥିତ ରହିଥିବା ଜାଣିବା ପରେ ହାଲ ମେଡ଼ିକାଲ ନିକଟକୁ ଯାତ୍ରୀଙ୍କୁ ଆଣି ଡାକ୍ତରଙ୍କୁ ଦେଖାଇଥିଲେ ।ଡାକ୍ତର ରାକେଶ ପ୍ରଧାନ ବସ ଭିତରକୁ ଯାଇ ଚେତା ଶୁନ୍ୟ ହୋଇ ପଡ଼ିଥିବା ଜୁନାଗଡର ଯାତ୍ରୀ ଭିକାରୀ ଚରଣ ତ୍ରିପାଠୀଙ୍କୁ ଚିକିତ୍ସା କରିଥିଲେ ।ଅସୁସ୍ଥ ଯାତ୍ରୀ ଜଣଙ୍କ ଚେତା ଫେରିବା ପରେ ହୁଇଲ ଚେୟାର ରେ ହସ୍ପିଟାଲରେ ଭର୍ତି କରି ଚିକିତ୍ସା କରିଥିଲେ ।ସାମାନ୍ୟ ସୁସ୍ଥ ହେବା ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଅସୁସ୍ଥ ଯାତ୍ରୀ ଜଣକ ସ୍ବାସ୍ଥ୍ୟ ସ୍ଥିତି ସାମାନ୍ୟ ଭଲ ରହିଛି। ଅସମୟରେ ସମସ୍ତ ଙ୍କୁ ଧୈର୍ଯ୍ୟ ଦେବା ସହ ଚିକିତ୍ସା ବ୍ୟବସ୍ଥା କରିଥିବା ବସର ଡ୍ରାଇଭର , କଣ୍ଡକ୍ଟର ଓ ଯାତ୍ରୀ ମାନେ ସାମ୍ବାଦିକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାମ୍ବାଦିକ ରାଜାରେଡ୍ଡୀଙ୍କ ଉଦ୍ୟମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

