ଭିନ୍ନକ୍ଷମଙ୍କ ବିକାଶ ରେ ବିକଶିତ ଓଡ଼ିଶା ସ୍ବପ୍ନ ସାକାର ହେଇପାରିବ ।ସିଡ଼ିଓ ଅକ୍ଷୟ କୁମାର ଖେମୁଣ୍ଡୁ ।

ପ୍ରତିଫଳନ ମିଡ଼ିଆ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଆୟୋଜିତ। ୨୪୮ ଜଣ ଭିନ୍ନକ୍ଷମଙ୍କୁ ସରକାରୀ ସୁବିଧା ଓ ସହାୟତା ବଣ୍ଟନ

ଜଣେବି ଭିନ୍ନକ୍ଷମ ସରକାରୀ ଯୋଜନାରୁ ଯେପରି ବଞ୍ଚିତ ହେବେ ନାହିଁ ।ଭିନ୍ନକ୍ଷମ ମାନଂକୁ ଚିହ୍ନଟ କରି ଅବିଳମ୍ବେ ଆବଶ୍ୟକ ସରକାରୀ ସହାୟତା ଓ ଉପକରଣ ତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଲୋକ ପ୍ରତିନିଧି ଓ ପ୍ରଶାସକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୂଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ ପରେ ମୋହନ ଚରଣ ମାଝୀ ଗୁରୁତ୍ଵାରୋପ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଗୁରୁତ୍ଵ ଦେଇ ଭିନ୍ନକ୍ଷମଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାକୁ ଉଦ୍ୟମ କରୁଛି ରାୟଗଡା ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ।

ରାୟଗଡା ପୌର ପରିଷଦ ପକ୍ଷରୁ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଆୟୋଜିତ ହୋଇଥିଲା ।ଏହିଁ ଶିବିରରେ ମୋଟ ୨୪୮ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୯୭ ଜଣ ଭିନ୍ନକ୍ଷମଙ୍କୁ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ଦିଵ୍ୟାଙ୍ଗ ଉପକରଣ ଯଥା ଟ୍ରାଇସାଇକଲ, ଶ୍ରବଣ ଯନ୍ତ୍ର, ୱାକର ଇତ୍ୟାଦି ପ୍ରଦାନ କରାଯାଇଥିଲା। ଅବଶିଷ୍ଠ ଦିବ୍ୟାଙ୍ଗ ମାନଙ୍କୁ ଭତା,ବସ ପାସ, ଡି.ଆର.ଆଇ ଲୋନ ଭଳି ଅନ୍ୟାନ ସୁବିଧା ପ୍ରଦାନ କରାଯାଇ ଥିଲା।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ମିଳିତ ସମନ୍ବୟରେ ରାୟଗଡ଼ ପୌରପରିଷଦ ଦ୍ଵାରା ଆୟୋଜିତ ହୋଇଥିଲା।ରାୟଗଡ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅକ୍ଷୟ କୁମାର ଖେମୁଣ୍ଡ ମୁଖ୍ୟ ଅତିଥି ରୁପେ ଯୋଗଦାନ କରି ଶିବିରର ଶୁଭାରମ୍ଭ କରିଥିଲେ।ଭିନ୍ନକ୍ଷମଙ୍କୁ ସରକାରୀ ସୁବିଧା ପ୍ରଦାନ କରିବା ଦ୍ଵାରା ସେମାନେ ସକ୍ଷମ ହୋଇପାରିବେ ।ସକ୍ଷମ ହୋଇପାରିଲେ ତାଙ୍କ ନିକଟରେ ଥିବା ପ୍ରତିଭାର ସଦୁପୋଜୋଗ ହୋଇପାରିବ। ସେମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ । ନିଜର ଦକ୍ଷତା ଓ ପ୍ରତିଭାକୁ ଅନ୍ୟ ମାନଙ୍କନିକଟରେ ବିତରଣ କରିପାରିବେ ।ଫଳରେ ସରକାରଙ୍କ ବିକଶିତ ଜିଲ୍ଲା,ବିକଶିତ ଓଡ଼ିଶା ଗଠନ ସ୍ବପ୍ନ ସାକାର ହୋଇପାରିବ ବୋଲି ଖେମୁଣ୍ଡୁ ଗୁରୁତ୍ଵାରୋପ କରିଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୌରାଧକ୍ଷ ପି. ମହେଶ ପଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ , ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପୌର ନିର୍ବାହୀ ଅଧୂକାରୀ , କୁଲଦୀପ କୁମାର, ପୌର ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ଯୋଗଦେଇ। ଉପକରଣ ବଣ୍ଟନ କରିଥିଲେ । ପୌର ପରିଷଦର ସମସ୍ତ ପାରିଷଦ ବର୍ଗ, ଓଡିଶା ଭିନ୍ନକ୍ଷମ ମଞ୍ଚର ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲୀ, ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଗର ସମ୍ପାଦକ ଅମରେନ୍ଦ୍ର ନାଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶାରଦ ତଥା ପୌର ପରିଷଦର ଗୋଷ୍ଠୀ ସଙ୍ଗଠିକା ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

Spread the love