ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଚୁଆ ସ୍ବାସ୍ଥ୍ୟ କର୍ମଚାରୀ କୁଞ୍ଜ ବିହାରୀ ।ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିଲେ।

ପ୍ରତିଫଳନ ମିଡ଼ିଆ

ସେବା ଦେବା ପାଇଁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଶୋଷଣ

ରାୟଗଡା ଜିଲ୍ଲା ରେ ଭିଜିଲାନସକୁ ମିଳିଛି ସଫଳତା । ଜନ୍ମ ପ୍ରମାଣ ପତ୍ର ସଂଶୋଧନ କରିବା ପାଇ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ର ର ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀ କୁଞ୍ଜ ବିହାରୀ ରାଉତକୁ ଭିଜିଲାନସ୍ ଧରିଛି । ରଙ୍ଗବୋଲା ଟଙ୍କା ଜବତ କରିଛି। ମୁନିଗୁଡା ଅଫିସ ଓ ବିଷମକଟକ ର ଡୁକୁମ୍ ଯିବା ରାସ୍ତାରେ ଥିବା ଘରେ ଭିଜିଲାନସ୍ ଚଢ଼ାଉ କରି ତଦନ୍ତ କରୁଛି । ଲୋକଙ୍କୁ ତୁରନ୍ତ ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ।ଏହାକୁ ସରଳ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଲାଞ୍ଚ ନଦେଲେ ଜନ୍ମ ପ୍ରମାଣ ପତ୍ର ଦେଉ ନଥିଲେ କୁଞ୍ଜ ବିହାରୀ ରାଉତ । ଲୋକଙ୍କୁ ହଇରାଣ କରୁଥିଲେ। ଏଭଳି ଲାଞ୍ଚୁଆ କର୍ମଚାରୀ ମାନଙ୍କୁ ସାବାଡ କରୁଛି ଭିଜିଲାନସ। ଗୋଟି ଗୋଟି କରି ଧରିବା ପାଇଁ ଜାଲ ବିଛାଇଛି ଭିଜିଲାନସ୍ ।

Spread the love