ଗୁଣୁପୁରରେ ତ୍ରିରଙ୍ଗା ଯାତ୍ରା

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

ଗୋଟିଏ ଦିନ ପରେ ସ୍ବାଧିନତା ଦିବସ | ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବୁଧବାର ରାୟଗଡା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ । ତ୍ରିରଙ୍ଗା ପତାକା ୮ ଫୁଟ ଓସାର ୩୦୦ ମିଟର ଲମ୍ବା ରହିଛି। ଗୁଣପୁର ମହାବିଦ୍ୟାଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ନୁଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା। ସହର ପରିକ୍ରମା ପରେ ପୁଣି ଗୁଣପୁର ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଫେରିଥିଲେ।

ଗୁଣପୁର ପୋଲିସର ସୁରକ୍ଷା ଭିତରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ ସମେତ ମହାବିଦ୍ୟାଳୟ ର କର୍ମଚାରୀ ଓ ପୋଲିସ ସାମିଲ ହୋଇଥିଲେ | ସହରରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା।

Spread the love