ମାନସିକ ରୋଗୀ ଚି଼ହ୍ନଟ ଚିକିତ୍ସା ଶିବିର ,୭୧ଜଣ ରୋଗୀଙ୍କୁ ଚିକିତ୍ସା ପ୍ରଦାନ ।

ରାୟଗଡ ପ୍ରତିଫଳନ ମିଡ଼ିଆ

ମାନସିକ ରୋଗୀଙ୍କୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ଯୋଗାଇ ସୁସ୍ଥ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।ଏଥି ପାଇଁ ପ୍ରତି ଗ୍ରାମରେ ରୋଗୀ ଚିହ୍ନଟ କରାଯାଉଛି । ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇ ଚିକିତ୍ସା କରାଯାଉଛି । ଔଷଧ ସେବନ କିପରି କରିବେ ତା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟର ଯତ୍ନ କିପରି ରଖିବେ ସେଥିନେଇ ମାନସିକ ରୋଗ ବିଶେଷଜ୍ଞ ମାନେ ଉପସ୍ଥିତ ରହି ସଚେତନ କରୁଛନ୍ତି। ରାୟଗଡ ଜିଲ୍ଲା କୋଲନାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେଖାପଦର ଠାରେ ମାନସିକ ରୋଗୀ ଚି଼ହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଶିବିର କୁ ଅଧିକ ରୋଗୀ ଆସି ଚିକିତ୍ସା ଲାଭ କରି ପାରିବେ ସେଥି ନିମନ୍ତେ ପୂର୍ବରୁ ରେ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ରଥ ଗାଁ କୁ ଗାଁ ବୁଲି ପ୍ରଚାର କରିଥିଲା । ଏହା ସହ ଆଶା କର୍ମୀ ମାନେ ନିଜ ନିଜ ଗ୍ରାମରେ ମାଇକ ଦ୍ୱାରା ପ୍ରଚାର କରି ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କରି ଥିଲେ l ପ୍ରଥମେ ଆସିଥବା ମାନସିକ ରୋଗୀ, ତାଙ୍କ ସାଙ୍ଗରେ ଆସିଥିବା ଘର ଲୋକ ଓ ଆଶା କର୍ମୀ ମାନଙ୍କୁ ନେଇ ଏକ ସଚେତନତା ସଭା ଆୟୋଜନ କରା ଯାଇଥିଲା l ଏହି ସଭାରେ ରାୟଗଡ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ରୁ ଆସିଥିବା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ରାକେଶ ରଞ୍ଜନ ପାଢ଼ୀ ମାନସିକ ରୋଗର ଲକ୍ଷଣ ଓ ଚିକିତ୍ସା ସମର୍କରେ ବୁଝାଇ ଥିଲେ l ପରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ଦାସ, ଫାର୍ମାସିଷ୍ଟ ପ୍ରମୋଦ କୁମାର ସାହୁ ଏବଂ ଭୋଇମୋଡା ଉପସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ଚନ୍ଦ୍ର ସାହୁ ରୋଗୀଙ୍କ ନିୟମିତ ଔଷଧ ସେବନ ପରେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ସାମାଜିକ ସୁରକ୍ଷା ସମ୍ପର୍କ ରେ ବିଶଦ ଭାବରେ ବୁଝାଇ ଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଜି। ଶୈଳଜା, ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିଷେକ ସାହୁ, ରାୟଗଡ ଜିଲ୍ଲା ସଦର ମହକୁମା ମାନସିକ ରୋଗ ଚିକିତ୍ସା ବିଭାଗରୁ ଆସିଥିବା ମାନସିକ ଚିକିତ୍ସା ସାମାଜିକ କର୍ମୀ କେ.ପୂର୍ଣ୍ଣ ଚନ୍ଦ୍ର ଓ ଗୋଷ୍ଠୀ ପର୍ଯ୍ୟବେକ୍ଷକ ସମରଜିତ ଖୁଣ୍ଟିଆ ଉପସ୍ଥିତ ରହି ସଚେତନ କରାଇ ଥିଲେ l

ରାୟଗଡ ସଦର ମହକୁମା ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ରାକେଶ ରଞ୍ଜନ ପାଢ଼ୀ ୭୧ ଜଣ ମାନସିକ ରୋଗୀ ଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ l ରେଖାପଦର ଉପକେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ କାର୍ତ୍ତିକ ଗମାଙ୍ଗ ,ରୋଗୀଙ୍କ ନାମ ପଞ୍ଜିକରଣ କରିଥିଲେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଲନାରା ର ଫାର୍ମାସିଷ୍ଟ ପ୍ରମୋଦ କୁମାର ସାହୁ ଔଷଧ ବିତରଣ ଏବଂ ଭୋଇମୋଡା ଉପାସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ଚନ୍ଦ୍ର ସାହୁ ରୋଗୀ ପରାମର୍ଶ ଦାୟିତ୍ୱ ତୁଲାଇ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମନୋରଞ୍ଜନ ମଲ୍ଲିକ ପରିଚାଳନା କରଥିଲେ l ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲ. ଟି ଜଗଦୀଶ ପାଣ୍ଡେ, ସଫେଇ କର୍ମଚାରୀ ଇଡି ହରି ପ୍ରସାଦ ଓ ସୁରକ୍ଷା କର୍ମୀ ସାଇ ରାଜ ମାଣ୍ଡାଙ୍ଗୀ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ l କୋଲନାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ଦାସ ଓ ବିପିଏମ ଶ୍ରୀମତୀ କଳ୍ପନା ମିଶ୍ର ଚିକିତ୍ସା ଶିବିରର ପରିଚାଳନାରେ ସହଯୋଗ କରିଥିଲେ l

Spread the love