ପ୍ରତିଫଳନ ମିଡ଼ିଆ
ଆବାସ ଘର ନିର୍ମାଣ ରାଶି 3ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୂଖ୍ୟମନ୍ତ୍ରୀ ଙ୍କୁ ନିବେଦନ କଲେ ଆଦିବାସୀ ନେତା ନାଚିକା ଲିଙ୍ଗା
ନାରାୟଣପାଟଣା ବ୍ଲକ ବୋରିଗୀ ପଞ୍ଚାୟତ ଲୋକେ ଯୋଜନାର ସୁଫଳ ପାଇପାରୁ ନାହାଁନ୍ତି। ବୋରିଗୀ ପଞ୍ଚାୟତର ବୋରିଗୀ ଗ୍ରାମ ବ୍ୟତୀତ ଅନ୍ୟ ଗ୍ରାମଗୁଡିକ ମୌଳିକ ସୁବିଧା ସୁଯୋଗ ପାଇନାହାଁନ୍ତି ।ଗ୍ରାମ ଗୁଡ଼ିକ ଏବେବି ଅବହେଳିତ ଅବସ୍ଥାରେ ରହିଛି। ପଞ୍ଚାୟତର ତଳ ଲଛା,ଉପର ଲଛା,ମଙ୍ଗଳ ପୁର, ନାଳ ପଦର, କେଲୁବାଡି ନୂଆସାହି ଓ ଦିହୁଡ଼ା ଗ୍ରାମକୁ ବିଦ୍ୟୁତ୍ ନାହିଁ। ଲୋକଙ୍କୁ ପିଇବାକୁ ସ୍ବଚ୍ଛ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ। ଗାଁ ଗୁଡ଼ିକର ରାସ୍ତା ଅବସ୍ଥା ଭଲ ନାହିଁ।ଏସବୁ ସମସ୍ୟାର ସମାଧାନ ପାଇଁ ବୋରୀଗି ପଞ୍ଚାୟତର ଲୋକେ ଆଦିବାସୀ ଚାଷୀ ମୂଲିଆ ସଂଘ ନେତା ନାଚିକା ଲିଙ୍ଗାଙ୍କ ନିକଟରେ ଗୁହାରି କରିଛନ୍ତି । ବୋରିଗି ପଞ୍ଚାୟତରେ ବିଦ୍ୟୁତ୍ ସେବା ନଥିବାରୁ ସନ୍ଧ୍ୟା ହେଲେ ଗ୍ରାମବାସୀ ଅନ୍ଧକାରରେ ରହୁଛନ୍ତି।ନାରାୟଣପାଟଣା ବିଡ଼ିଓ, ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଅନେକ ବାର ଗୁହାରୀ କରିଥିଲେ ବି ଶୁଣୁ ନାହାନ୍ତି, ବିଧାୟକ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି । ଫଳରେ ଲୋକେ ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି ବୋଲି ଆଦିବାସୀ ନେତା ନାଚିକା ଲିଙ୍ଗା କହିଛନ୍ତି। ସରକାରଙ୍କ ଅନେକ ଜନହିତକର ଯୋଜନା ଆଦିବାସୀଙ୍କ ନିକଟରେ ଅପହଞ୍ଚ ହୋଇପଡିଛି । ଗାଁ ଗୁଡ଼ିକର ଯେଉଁ ଭଳି ବିକାଶ ହେବା କଥା ହେଉନାହିଁ । ଲୋକଙ୍କ ସମସ୍ୟା ସମାଧାନ ହୋଇପାରୁ ନାହିଁ ବୋଲି ନାଚିକା ଲିଙ୍ଗା ଅଭିଯୋଗ କରିଛନ୍ତି। ଇନ୍ଦିରା ଆବାସ ନିର୍ମାଣ ପାଇଁ ସରକାର ଦେଉଛନ୍ତି ୧ ଲକ୍ଷ ୨୦ ହଜାର ଟଙ୍କା । ସେତକ ଟଙ୍କାରେ ଘର ନିର୍ମାଣ ହୋଇପାରୁ ନାହିଁ ।ଏଣୁ ସରକାର ଇନ୍ଦିରା ଆବାସ ଘର ନିର୍ମାଣ ପାଇଁ ରାଶି 3ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପଞ୍ଚାୟତ ଲୋକଙ୍କୁ ଚିକିତ୍ସା ମିଳୁନଥିବାରୁ ଲୋକେ ବାଧ୍ୟ ହୋଇ ଆନ୍ଧ୍ରକୁ ଯାଉଛନ୍ତି ।ଖର୍ଚ୍ଚାନ୍ତ ହେଉଛନ୍ତି ।


ଭତା ପାଇଁ ନାରାୟଣ ପାଟଣା ଯିବାକୁ ପଡୁଛି। ଗାଡ଼ି ଭଡ଼ାରେ ଅର୍ଦ୍ଧେକ ଟଙ୍କା ଖର୍ଚ୍ଚ ହେଉଛି ।ଫଳରେ ଲୋକଙ୍କ କଷ୍ଟ କମୁ ନାହିଁ। ଏଣୁ ଏହାର ସମାଧାନ କରାଗଲେ ଲୋକେ ଉପକୃତ ହୋଇପାରିବେ ବୋଲି ନାଚିକା ଲିଙ୍ଗା କହିଛନ୍ତି । ବୋରୀଗୀ ପଞ୍ଚାୟତରେ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲି ଲୋକଙ୍କୁ ଚିକିତ୍ସା ଯୋଗାଇଦେବା, ମାସିକ ଭତା ବ୍ଲକ୍ ସଦର ମହକୁମା ନାରାୟଣପାଟଣା ପରିବର୍ତ୍ତେ ଗାଁରେ ଆଣି ଲୋକଙ୍କୁ ଦେବାର ବ୍ୟବସ୍ଥା କରିବାକୁ କୋରାପୁଟ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।


