ବିଡ଼ିଓ କହିଲେ ଯୋଜନାର ଲାଭ ଉଠାନ୍ତୁ ହିତାଧିକାରୀ, ସେବା ଯୋଗାଇବାକୁ ଆମେ ପ୍ରସ୍ତୁତ
ରାମନାଗୁଡ଼ା /ପ୍ରତିଫଳନ ମିଡ଼ିଆ
ଛାତ ଘରରେ ରହିବା ସ୍ବପ୍ନ ପୁରଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନିପଟ ମଫସଲ ଗାଁର ଆଦିବାସୀ ପରିବାର ନାଲେଶରାଓ ମାଣ୍ଡାଙ୍ଗି ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ ଗୁତୁଲୁ ମାଣ୍ଡାଙ୍ଗି ।
ଅସହାୟ ଗରୀବ ଗୃହହୀନଙ୍କ ପାଇଁ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା କରିଛନ୍ତି । ଏହି ଯୋଜନାରେ ଅସହାୟ ଗରୀବ ଲୋକ ପକ୍କା ଘର ନିର୍ମାଣ କରି ସ୍ବପ୍ନ ପୁରଣ କରୁଛନ୍ତି। କାର୍ଯ୍ୟାଦେଶ ପାଇବାର ୨ମାସ ମଧ୍ୟରେ ଘର ନିର୍ମାଣ କରି ଅଧିକ ୪୪ ହଜାର ଟଙ୍କା ବୋନସ ପାଇବାରେ ଯୋଗ୍ୟ ହୋଇଛନ୍ତି ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ୍ ରୁଗୁଡ଼ିବାଇର ୨ବର୍ଷର ଦିବ୍ୟାଙ୍ଗ ସନ୍ତାନଙ୍କ ପିତା ନାଲେଶ ରାଓ ମାଣ୍ଡାଙ୍ଗି ।
ଯୋଜନାର ସଫଳ କାର୍ଯ୍ୟ କାରିତା ପାଇଁ ରାୟଗଡ଼ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢାଇଥିଲେ। ସମୟ ସୀମା ମଧ୍ୟରେ ଘର ନିର୍ମାଣ କରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଅଧିକ ୪୪ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବାକୁ ଯୋଗ୍ୟ ହୋଇଛନ୍ତି ହିତାଧିକାରୀ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିୟମାନୁସାରେ ହିତାଧିକାରୀଙ୍କୁ ତିନୋଟି ପର୍ଯ୍ୟାୟରେ ୧ଲକ୍ଷ ୨୦ ହଜାର ଟଙ୍କା ଯୋଗାଇବାର ବ୍ୟବସ୍ଥା ରହିଛି । ରାୟଗଡ ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ପ୍ରଶାସନର ସମୟପଯୋଗୀ ସହଯୋଗ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିଷ୍ଠାପର ସହାୟତା ଯୋଗୁଁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପାରକରି କାର୍ଯ୍ୟାଦେଶ ମିଳିବାର ୨ମାସ ମଧ୍ୟରେ ପକ୍କାଘର ନିର୍ମାଣ କରିବାରେ ସଫଳ ହୋଇଛନ୍ତି ଦିବ୍ୟାଙ୍ଗ ହିତାଧିକାରୀଙ୍କ ପିତା ନାଲେଶରାଓ ।


ଶୁଣ୍ଡି ଢାମୁଣୀ ପଞ୍ଚାୟତର ରୁଗୁଡୁବାଈ ଗ୍ରାମର ନାଲେଶ ରାଓ ମାଣ୍ଡାଙ୍ଗି ୨ମାସ ମଧ୍ୟରେ ଘର ନିର୍ମାଣ କରିଛନ୍ତି । ସମୟ ଅବଧି ମଧ୍ୟରେ ଘର ନିର୍ମାଣ କରି ଜଣେ ସଫଳ ହିତାଧିକାରୀ ଭାବେ ଜିଲ୍ଲା ବ୍ୟାପି ଚର୍ଚା କୁ ଆସିଛନ୍ତି । ମାଲେଶଙ୍କ ୨ବର୍ଷର ପୁଅ ରଞ୍ଜିତ ମାଣ୍ଡାଙ୍ଗି ୬୦ ପ୍ରତିଶତ ଦିବ୍ୟାଙ୍ଗ ଅଛନ୍ତି । ଦିବ୍ୟାଙ୍ଗ ସନ୍ତାନର ସେବା କରି ଅଭିଭାବକଙ୍କ ଦିନ ବିତିଯାଉଛି । ରହିବା ପାଇଁ ନିଜର ଘରଟିଏ ନଥିବାରୁ ବହୁ ହଇରାଣ ହେଉଥିଲେ । ଘର ଟିଏ ନିର୍ମାଣ କରିବା ତାଙ୍କ ପାଇଁ ବଡ କଷ୍ଟକର ହୋଇପଡ଼ିଥିଲା ।
ଦିବ୍ୟାଙ୍ଗ ପରିବାରଙ୍କ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସରକାର ପକ୍କା ଘର ଦେଉଥିବା ସୂଚନା ପାଇବା ପରେ ବାସଗୃହ ପାଇବା ପାଇଁ ଆବେଦନ କରିଥିଲେ । ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ରାମନାଗୁଡ଼ା ବ୍ଲକ୍ ପ୍ରଶାସନ କାର୍ଯ୍ୟାଦେଶ ଦେଇଥିଲେ । କାର୍ଯ୍ୟାଦେଶ ମିଳିବାର ୨ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ କରିଲେ ସରକାରଙ୍କ ପକ୍ଷରୁ ଅଧିକ ୪୪ ହଜାର ଟଙ୍କା ମିଳିବ ଜାଣିବା ପରେ ଅଧିକ ତପ୍ତର ହୋଇ ୨ମାସ ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ।

ରାମନାଗୁଡ଼ା ବିଡ଼ିଓ ଓ ବ୍ଲକ କର୍ମଚାରୀଙ୍କ ସହଯୋଗ ଓ ଉତ୍ସାହ ଯୋଗୁଁ ସଠିକ ସମୟ ମଧ୍ୟରେ ନିର୍ମାଣ କାମ ସମ୍ପୂର୍ଣ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ହିତାଧିକାରୀ।
ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ହିତାଧିକାରୀ ନାଲେଶୁଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ବୋନସ ଟଙ୍କା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ।
ହିତାଧିକାରୀ ମାନଙ୍କୁ ସେବା ଯୋଗାଇବାରେ ବ୍ଲକ୍ ପ୍ରଶାସନ ସଦା ପ୍ରସ୍ତୁତ ରହିଛନ୍ତି ।ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରାଥମିକତା ରହିଛି । ଏଣୁ ହିତାଧିକାରୀମାନେ ଯୋଜନାର ସଫଳ ଲାଭାର୍ଥି ହେବା ପାଇଁ ଉଦ୍ୟମ କରିବା ଉଚିତ୍ ବୋଲି ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ କହିଛନ୍ତି । ନାଲେଶରାଓ ଖୁଵ ଶୀଘ୍ର ବୋନସ ରାଶି ପାଇବେ ବୋଲି ସେ କହିଛନ୍ତି।

