ଶିଶୁ ଶ୍ରମିକ ସମ୍ପର୍କିତ ଡ଼ ସଂଯୁକ୍ତା ମହାରଣାଙ୍କ ପୁସ୍ତକ ଉନ୍ମୋଚିତ🔹 କଳ୍ପନାପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ 🔹

ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )

କଳ୍ପନା ପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ ଏବଂ ପ୍ରଭାବୀ। ସହଜରେ ଲୋକଙ୍କ ଗ୍ରହଣୀୟତା ହୋଇଥାଏ। ସମାଜ ବିଭିନ୍ନ ସମସ୍ୟା ସାହିତ୍ୟରେ ସ୍ଥାନ ପାଇବା ଆବଶ୍ୟକ। ଏଭଳି ଲେଖା କଠିନ ହୃଦୟକୁ ବି ତରଳାଇ ପାରେ ଏବଂ ମଣିଷକୁ ସଠିକ ମାର୍ଗ ଦେଖାଇବାରେ ବେଶ ସହାୟକ ହୋଇପାରେ ବୋଲି ବିଶିଷ୍ଟ ସାହିତ୍ୟିକ ତଥା ସମାଜ ସଂସ୍କାରକ ଦାଶ ବେନୁହର ମତବ୍ୟକ୍ତ କରିଛନ୍ତି।

ଡ. ସଞ୍ଜୁକ୍ତା ମହାରଣାଙ୍କ ଲିଖିତ “Abolishing Child Labour and Pro-active Government Initiatives” ପୁସ୍ତକର ଉଦ୍‌ଘାଟନ କରି ଶ୍ରୀ ବେନେହୁର କହିଥିଲେ ଯେ ଡ଼ ମହାରଣାଙ୍କ ଶିଶୁ ଶ୍ରମିକଙ୍କ ସମସ୍ୟା ଓ ତାର ସମାଧାନ ଆଧାରିତ ଗବେଷଣାତ୍ମକ ପୁସ୍ତକର ତଥ୍ୟ ସାହିତ୍ୟିକଙ୍କୁ ବାସ୍ତବ ସାହିତ୍ୟ ଲେଖାଇବାକୁ ଆଧାର ହୋଇପାରିବ ଏବଂ ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ଭାବଗ୍ରର୍ଭକ ବକ୍ତବ୍ୟ ଦେଇଥିଲେ। ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପୁସ୍ତକ ପଠାକାର୍ପଣ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ଶିଶୁ ଶ୍ରମିକ ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି ଅଥଚ ଅନେକ ସମୟରେ ଆମ ସମାଜ ହିଁ ଶିଶୁ ଶ୍ରମିକ ପାଇଁ ପ୍ରୋତ୍ସାହିତ କରୁଛି। ତେବେ ଶିଶୁ ଶ୍ରମିକର ନିରାକରଣ ପାଇଁ କଠିନ ଆଇନ ରହିଛି ଏବଂ ବିଭାଗ ପକ୍ଷରୁ ବହୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟତମ ଅତିଥି ଭାବେ ପୂର୍ବତନ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଦୀପ ମହାପାତ୍ର ଯୋଗଦେଇ ଡ଼. ମହାରଣାଙ୍କ ଗବେଷଣା ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଏସିଏସଟିଆରଟିଆଇର ସହ ନିର୍ଦ୍ଦେଶକ ସମରେନ୍ଦ୍ର ଭୁତିଆ ପୁସ୍ତକଟିର ସମୀକ୍ଷା କରି ଗବେଷଣାର ବିଭିନ୍ନ ତାତ୍ୱିକ ଦିଗ ସମ୍ପର୍କରେ ତଥ୍ୟ ପ୍ରଦାନପୂର୍ବକ ଗବେଷଣାର ବାସ୍ତବତା ଓ ଶ୍ରମ ନୀତି ମଧ୍ୟରେ ସେତୁ ହୋଇପାରିବ ବୋଲି ଅଭିହିତ କରିଥିଲେ। ଲେଖିକା ଡ. ସଞ୍ଜୁକ୍ତା ମହାରଣା ନିଜ ବକ୍ତବ୍ୟରେ ଏହି ପୁସ୍ତକ ଲେଖିବାର ପଛରେ ଥିବା ପ୍ରେରଣା ଓ ଅନୁଭବକୁ ଉପସ୍ଥାପନ କରିଥିଲେ । ଏଥିପାଇଁ ତାଙ୍କ ପ୍ରାଧ୍ୟାପିକା ଡ. ରତ୍ନାୱଳୀଙ୍କ ମାର୍ଗଦର୍ଶନ, ଓ ପ୍ରେରଣାକୁ ସ୍ମରଣ କରି କୃତଜ୍ଞତା ଜ୍ଞାପନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ସ୍ତମ୍ଭକାର ତଥା ସାହିତ୍ୟିଜ ଡ଼. ଦ୍ବିତୀ ଚନ୍ଦ୍ର ସାହୁ ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜନଜାତି ଗବେଷକ ଡ଼ ପରମାନନ୍ଦ ପଟେଲ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ସଚିବ ବିଷ୍ନୁପ୍ରିୟା ସାହୁ, ଓଡିଶା ଖଣି ନିଗମର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଲତ ଆଫରିକ ସମେତ ଶ୍ରମ କମିଶନର କର୍ମଚାରୀ, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love