ନାଲକୋ କମ୍ପାନୀକୁ ବିରୋଧ । ସେରୁବନ୍ଧ ପାହାଡ଼ରୁ ଖଣି ଖନନ କରିବାକୁ କଦାପି ସୁଯୋଗ ଦିଆଯିବ ନାହିଁ – ସେରୁବନ୍ଧ ସୁରକ୍ଷା ସମିତି ।

କୋରାପୁଟ, ପ୍ରତିଫଳନ ମିଡ଼ିଆ

ସେରୁବନ୍ଧ ଖଣିରୁ ବକ୍ସାଇଟ ଖନନ ପାଇଁ ନାଲକୋ କମ୍ପାନୀକୁ ସେତେଟା ସହଜ ହେବ ନାହିଁ । ସେରୁବନ୍ଧ ସୁରକ୍ଷା ସମିତିର କର୍ମ କର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ପରେ ଖଣି ଖନନ ନେଇ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।ଅତୀତରେ ଜଣ ଶୁଣାଣିକୁ ଅଞ୍ଚଳର ଲୋକେ ପ୍ରବଳ ବିରୋଧ କରିଥିଲେ ।ଏବେ ପୁଣି ବିରୋଧ ପାଇଁ ପ୍ରସ୍ତୁତ ହେଉଛନ୍ତି ସେ ଅଞ୍ଚଳର ଆଦିବାସୀ ଓ ଅଧିବାସୀ ।

୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କୋରାପୁଟ ଜିଲ୍ଲାର (ସେରୁବନ୍ଧ ପାହାଡ଼) ପଟ୍ଟାଙ୍ଗି ବକ୍ସାଇଟ ଖଣି ପାଇଁ ୧୯୭୧ କୋଟି ଟଙ୍କା ନିବେଶ କରିବ ନାଲକୋ ।ଆସନ୍ତା ୩ ରୁ ୪ ବର୍ଷ ମଧ୍ୟରେ ତଥା ୨୦୩୦ ସୁଦ୍ଧା ସମ୍ପ୍ରସାରଣ ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ କରିବା ଉପରେ ନାଲକୋ କମ୍ପାନୀ ଗୁରୁତ୍ଵ ଦେଉଛି । କମ୍ପାନୀର ସିଏମଡି ବିଜେନ୍ଦ୍ର ପ୍ରତାପ ସିଂହ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଏହି କଥା ଜଣା ପଡ଼ିବାପରେ ସେରୁବନ୍ଧ ପାହାଡ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକେ ଖଣି ଖନନ ବିରୋଧରେ ମେଳି ହୋଇଛନ୍ତି । ନାଲକୋ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିପଦ ଭାବେ ଉଭା ହୋଇଛନ୍ତି ଆଦିବାସୀ ।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ନିକଟ ସେରୁବନ୍ଧ୍ ପାହାଡ଼ ଯାହାକି ପଟାଙ୍ଗି ବକ୍ସାଇଟ ଖଣି କୁହାଯାଉଛି ।ସେହି ପାହାଡରୁ ଖଣି ଖନନ ପାଇଁ ନାଲକୋକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି ।

ମରିବୁ ପଛେ ପଟାଙ୍ଗି ଖଣିରୁ ବକ୍ସାଇଟ ଖନନ କରିବାକୁ ଦେବୁ ନାହିଁ । ଖଣି ଖନନ ପାଇଁ ନାଲକୋ କମ୍ପାନୀ କରୁଥିବା ଷଡ଼ଯନ୍ତ୍ରକୁ ବିରୋଧ କରାଯିବ । ଜମି ଜଳ ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ଲଢ଼ିବୁ । ଏଥିପାଇଁ ସୁରକ୍ଷା ସମିତି ସହ ସେ ଅଞ୍ଚଳର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇଛନ୍ତି । ସେରୁବନ୍ଧ ସୁରକ୍ଷା ସମିତିର ନେତ୍ରୁ ମଣ୍ଡଳୀଙ୍କ ସହ ଅଞ୍ଚଳବାସୀ ଏକାଠି ହୋଇଛନ୍ତି । ଗତ ୧୯ ତାରିଖ ଦିନ ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ର ସି ଏମ୍ ଡି ବିଜେଦ୍ର ପ୍ରତାପ ସିଂହ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।ସେ ନିଜ ମନ୍ତବ୍ୟରେ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବକ୍ସାଇଟ ଖଣି ପାଇଁ ୧୯୭୧ କୋଟି ଟଙ୍କା ନିବେଶ କରିବ।ଆସନ୍ତା ୩ ରୁ ୪ ବର୍ଷ ମଧ୍ୟରେ ତଥା ୨୦୩୦ ସୁଦ୍ଧା ସମ୍ପ୍ରସାରଣ ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ କରିବା ଉପରେ କମ୍ପାନୀ ଗୁରୁତ୍ଵ ଦେଉଥିବା ନେଇ ସେ କହିଥିଲେ।ଏହାପରେ ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅନ୍ତର୍ଗତ ମାଲକାରବନ୍ଧ ଗ୍ରାମରେ ସେରୁବନ୍ଧ ପର୍ବତ ସୁରକ୍ଷା ସମିତି, ପଟ୍ଟାଙ୍ଗି ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ସରପଞ୍ଚ,ଜିଲ୍ଲାପରିଷଦ, ବିଭିନ୍ନ ନେତ୍ରୁ ମଣ୍ଡଳୀ ଏବଂ ଗ୍ରାମବାସୀ ।ନେତ୍ରୁ ମଣ୍ଡଳୀ ଗତ ୧୯ ରିଖ ଦିନ ନାଲକୋ ସି ଏମ୍ ଡି ଖଣିକୁ ପ୍ରାରମ୍ଭ କରିବା ନିମନ୍ତେ ଦେଇଥିବା ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ପୋଲିସ ଲଗାଇ ବନ୍ଧୁକ ମୁନରେ ଗ୍ରାମ ସଭା କରାଯାଇ ଖଣି ଖନନ ପାଇଁ ପ୍ରୟାସ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଖଣି ଅଞ୍ଚଳର ଲୋକଙ୍କ ପାଇଁ ସ୍ବାସ୍ଥ୍ୟର ଉନ୍ନତି,ପକା ରାସ୍ତା,ଶିକ୍ଷାର ଉନ୍ନତି ଆଦି ପାଇଁ ନାଲକୋ କିଛି କରି ନାହିଁ ବୋଲି ଅଭିଯୋଗ କରିଛନ୍ତି।ଉକ୍ତ ଖଣି ଖନନ ଫଳରେ ଅଞ୍ଚଳବାସୀ ଜୀବନ ଜୀବିକା ହରାଇବେ ବୋଲି ଲୋକଙ୍କୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଛି।ଆଗାମୀ ଦିନରେ ନାଲକୋ ଖଣି ଖନନ କଲେ ତୀବ୍ର ବିରୋଧ କରିବା ସହ ଜୀବନ ଦେବାକୁ ମଧ୍ୟ ପଛେଇବୁ ନାହିଁ ବୋଲି ସମିତିର ସଭାପତି ରବି ଖରା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମାଲିପୁଟ, ନୂଆଗାଁ, ପଟାଙ୍ଗି ପଞ୍ଚାୟତ ର ସରପଞ୍ଚ ମାନେ , ପଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମଲ, ସେରୁବନ୍ଧ ସୁରକ୍ଷା ସମିତିର ବିଜୟ ଖିଲ,ଭଗବାନ ଗଲେରି, କୋରାପୁଟ ସୁରକ୍ଷା ସଂଘର ଜିଶୁଦାନ ଦିଶାରୀ ସମେତ ଅନ୍ୟ ସଂଗଠନର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love