ପିଲା ଦିନ ଓ ବର୍ଷାକୁ ନେଇ ଚର୍ଚ୍ଚା, ମିଗ୍ ସହରରେ ବନପ୍ରଭା ସାହିତ୍ୟ ସଂସଦର ଆସର ।

କୋରାପୁଟ,ପ୍ରତିଫଳନ ମିଡ଼ିଆ

ହାଲ ସହରାଞ୍ଚଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ନପୂର୍ଣ୍ଣା ମଣ୍ଡପରେ ବନପ୍ରଭା ସାହିତ୍ୟ ସଂସଦ ତରଫରୁ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରକୁ ଦୁଇଟି ଅଧିବେଶନର ସମାପ୍ତ କରାଯାଇଛି। ପ୍ରଥମ ଅଧିବେଶନ ସାରସ୍ଵତ ସଭାରେ ବନପ୍ରଭା ସାହିତ୍ୟ ସଂସଦର ସଭାପତି ଡକ୍ଟର ଅନସୂୟା ନନ୍ଦ ସଭାପତିତ୍ବ କରିଥିଲେ। ସମ୍ପାଦକ ରଞ୍ଜିତ ଜେନା ସଂପାଦକୀୟ ପାଠ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡକ୍ଟର ଗଣେଶ ପ୍ରସାଦ ସାହୁ ଯୋଗ ଦେଇ ବର୍ଷା ଓ ପିଲାଦିନ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ। ବରେଣ୍ୟ ଅତିଥି ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରାଧ୍ୟାପକ ଡକ୍ଟର ସୌରଭ ଗୁପ୍ତା, ବିଶିଷ୍ଟ ସର୍ବୋଦୟ ନେତା କୃଷ୍ଣ ସିଂ,ଡକ୍ଟର ରମେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ପିଲା ଦିନର ବର୍ଷାର ଅନୁଭୂତି ଉପରେ ହୃଦୟ ସ୍ପର୍ଶି ବକ୍ତବ୍ୟ ପ୍ରଦାନ କରିଥିଲେ।ଡ: ଶାନ୍ତନୁ ନାୟକ ସଂଯୋଜନା କରିଥିଲେ। କବି ଦୀପକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନ ସଂସଦର ଉପସଭାପତି ସୁଧୀର ପ୍ରଧାନଙ୍କ ସଭାପତିତ୍ବରେ ବର୍ଷାକୁ ନେଇ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।ସଂଯୋଜନା କରିଥିଲେ କବି ନିବେଦିତା ହରିଚନ୍ଦନ ଓ କବି ଅଶୋକ ମହାନ୍ତି। କବି ଜଳଧର ସ୍ୱାଇଁ, ବିଜୟ ପ୍ରଧାନ, ରବି ଶତପଥୀ, ନାରାୟଣ ମାର୍ଥା, ପଙ୍କଜ ସାହୁ, ସ୍ଵର୍ଣ୍ଣପ୍ରଭା ରାଉଳ, ସମୀର ରାଉତ, ତାପସ ସାହୁ, ସଞ୍ଚୟ ବେହେରା, ପ୍ରଭାକର ପରିଡ଼ା, ଅକ୍ଷୟ ବରାଳ, ମାନଗୋବିନ୍ଦ ଦାସ, ମନୋଜ ଦାଶଙ୍କ ସମେତ ଜିଲ୍ଲାର ବହୁ କବି ଯୋଗ ଦେଇଥିଲେ ।

Spread the love