ରାୟଗଡା (ପ୍ରତିଫଳନ ମିଡ଼ିଆ )
ସପ୍ତାହ ବ୍ୟାପୀ ପାଳନ ହୋଇଛି ସ୍ଵାୟତ ଶାସନ ଦିବସ। ବୃକ୍ଷ ରୋପଣ, ସାମୂହିକ ସଫେଇ, ସ୍ଵଚ୍ଛ ସଚେତନତା ଆୟୋଜିତ ହେଵ। ସ୍ଵାୟତ ଶାସନ ସମ୍ପର୍କରେ ପୌର ପରିଷଦ ଅନ୍ତର୍ଗତ ସବୁ ବର୍ଗର ନାଗରିକଙ୍କୁ ଦୃଷ୍ଟିରେ ରଖି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା, କର୍ମଚାରୀ ମହଲରେ ପ୍ରତିଯୋଗିତା, ବରିଷ୍ଠ କର୍ମଚାରୀଙ୍କୁ ସମ୍ମାନିତ ପୂର୍ବକ ଉତ୍ସାହ ବୃଦ୍ଧି କରିବା ଲାଗି ପ୍ରୟାସ କରାଯାଇଛି। ରାୟଗଡ଼ ସହରକୁ ସର୍ବାଙ୍ଗ ସୁନ୍ଦର କରି ଗଢିବାକୁ ସହରବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ରାୟଗଡ଼ ପୌର ନିର୍ବାହୀ ଅଧିକାରୀ କୁଳଦୀପ କୁମାର ସ୍ଵାୟତ ଶାସନ ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି।

ଶ୍ରୀ କୁମାରଙ୍କ ତତ୍ତ୍ୱ।ବଧାନରେ ରାୟଗଡା ପୌର ପରିଷଦସ୍ଥିତ ଅଡିଟୋରିୟମ ଠାରେ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ସମାରୋହରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଵଚ୍ଛ ସବୁଜ ସୁନ୍ଦର ସହ ଆଧୁନିକ ରାୟଗଡ଼ ସହର ଗଢିବାକୁ ସଙ୍କଳ୍ପ ନେବା ଲାଗି ଆହ୍ବାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ପୌର ଅଧ୍ୟକ୍ଷ ପି ମହେଶ ପଟନାୟକ , ଉପାଧକ୍ଷା ଶୁଭ୍ରା ପଣ୍ଡା, ପରିଷଦର ସମସ୍ତ ପାରିଷଦ ବର୍ଗ , ଡୂଡା କର୍ମଚାରୀ, ସମସ୍ତ ପୌର କର୍ମଚାରୀ ତଥା ସାମାଜିକ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ଚଳିତ ବର୍ଷ ଅଗଷ୍ଟ 25ରୁ ଅଗଷ୍ଟ 31 ଯାଏଁ ଏକ ସପ୍ତାହ ଧରି ପାଳିତ ହୋଇଥିବା ସ୍ଵାୟତ ଶାସନ ଉତ୍ସବ ଅବସରରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ବୃକ୍ଷ ରୋପଣ , ସଫେଇ ଶୋଭା ଯାତ୍ରା , “ଆଇନଗତ ସଫେଇ ସୁରକ୍ଷିତ ସଫେଇ” କାର୍ଯ୍ୟକ୍ରମ ଇତ୍ୟାଦି କରାଯାଇଥିଲା । ଏଥିସହ “ସ୍ୱାୟତ୍ତ ଶାସନ ଦିବସ -୨୦୨୫” ପରିପ୍ରେକ୍ଷୀରେ ପୌର ପରିଷଦ ଆନୁକୁଲ୍ଯରେ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରବନ୍ଧ ଚିତ୍ରାଙ୍କନ , ବକ୍ତୃତା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସେହିଭଳି ପରିଷଦରେ କାର୍ଯ୍ୟରତ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିବା ବେଳେ ପରିଷଦର କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି ନିମିନ୍ତ ଅନୁଷ୍ଠିତ କ୍ରିକେଟ ମ୍ଯାଚ , ଭଲିବଲ ମ୍ଯାଚ , ମିଉଜିକାଲ ଚେୟାର , ଲେମନ ଚାମଚ ଇତ୍ୟାଦି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ଓଡିଶା ଅର୍ବାନ ହାଉସିଂ ମିଶନ ଆଦେଶ ପ୍ରକାରେ ପରିଷଦର ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନ ମନ୍ତ୍ରୀ ଆବାସ ଯୋଜାନା ୨.oରେ ଗୃହିତ ହୋଇଥିବା ୩୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ ପୌର ପରିଷଦରେ ୩ ଗୋଟି ବହୁମୂଖୀ ଭବନ ସମେତ ଓଡ଼ିଶାର ମୋଟ 45ଟି ବହୁମୁଖୀ ଭବନ ଉଦଘାଟନ କରିଥିଲେ। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଳଦୀପ କୁମାର ଆଜିର ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଚାଳନ କରିଥଲେ ।


