ଆନ୍ଧ୍ରରେ ଓଡ଼ିଆ ଡାକ୍ତରୀ ଦଳଙ୍କ ସଫଳତା, କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ ଯୋଜନାରେ ହେଲା ହୃଦରୋଗ ଅସ୍ତ୍ରୋପଚାର, ଓଡ଼ିଶାର ୫ଜଣ ଗରିବ ଆଦିବାସୀ ଛୁଆ ପାଇଲେ ନୂଆ ଜୀବନ

ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ ପ୍ରତିଫଳନ ମିଡ଼ିଆ

କେନ୍ଦ୍ର ସରକାରଙ୍କ ବାଳ ସ୍ଵାସ୍ଥ୍ୟ ଯୋଜନାରେ ଆର୍ଥିକ ସହାୟତା ପାଇ ପାଞ୍ଚ ଜଣ ଗରିବ ଆଦିବାସୀ ଛୁଆଙ୍କ ହୃଦରୋଗ ଅସ୍ତ୍ରୋପଚାର କରିଛନ୍ତି।ବିଶାଖାପାଟଣାରେ କାର୍ଯ୍ୟରତ ଓଡ଼ିଆ ଡାକ୍ତର ଦଳ।ଡାକ୍ତର ଦଳଙ୍କ ସଫଳ ଉଦ୍ୟମ ଓ କେନ୍ଦ୍ର ସରକାରଙ୍କ ସହାୟତା ଯୋଗୁଁ ପିଲାମାନଙ୍କୁ ସଠିକ୍ ଚିକିତ୍ସା ମିଳି ପାରିଛି । ସରକାରଙ୍କ ଏଭଳି ବ୍ୟବସ୍ଥା ଯୋଗୁଁ ଗରୀବ ଲୋକଙ୍କ ପିଲାମାନେ ନୂଆ ଜୀବନ ପାଇପାରୁଛନ୍ତି ବୋଲି ପିଲାଙ୍କ ବାପା ମା ମାନେ କହିଛନ୍ତି । ଜନ୍ମ ସମୟରେ କିଛି ଛୁଆଙ୍କ ଠାରେ ହୃଦରୋଗ ଦେଖାଯାଇଥାଏ। ଶିଶୁ ମୃତ୍ୟୁହାରକୁ ରୋକିବା ଓ ଶିଶୁକୁ ସୁସ୍ଥ ରଖିବା ପାଇଁ କେନ୍ଦ୍ର ସରକାର ବାଳସ୍ବାସ୍ଥ୍ୟ ଯୋଜନା ପ୍ରଣୟନ କରିଛନ୍ତି ।ଏହି ଯୋଜନାରେ ଗରିବ ପରିବାରଙ୍କ ଶିଶୁ ମାନଂକୁ ଜଟିଳ ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।ଫଳରେ ସଠିକ୍ ସମୟରେ ରୋଗର ନିଦାନ କରି ମାଗଣାରେ ଚିକିତ୍ସା ଓ ଅପରେସନ କରି ନବ ଜାତ ଶିଶୁଙ୍କ ଜୀବନ ରକ୍ଷା କରାଯାଇ ପାରୁଛି । ଏହି ଯୋଜନାରେ ପାଞ୍ଚ ଜଣ ଗରିବ ଆଦିବାସୀ ଛୁଆଙ୍କୁ ହୃଦରୋଗ ଅପରେସନ କରାଯାଇଛି ଶିଶୁଙ୍କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତର ଦଳକୁ ବିଭିନ୍ନ ଆଡୁ ପ୍ରାଂଶସା ମିଳିଛି ।

ମେଡ଼ିକଭର ହସ୍ପିଟାଲରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆ ଡାକ୍ତରୀ ଦଳ ପିଲାଙ୍କ ମଧ୍ୟରେ ଜନ୍ମ ସମୟରେ ଦେଖାଦେଉଥିବା ବିରଳ ହୃଦଘାତର ସଫଳ ଅପରେସନ କରି ବହୁ ପ୍ରଶଂସା ସାଉଁଟିଛନ୍ତି। ଏହି ପ୍ରବାସୀ ଓଡ଼ିଆ ଡାକ୍ତରୀ ଦଳ ଓଡ଼ିଶାର କୋରାପୁଟ, କଳାହାଣ୍ଡି ଆଦିବାସୀ ଅଂଚଳର ଛୋଟ ଛୋଟ ୫ଜଣ ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ବିନାମୂଲ୍ୟରେ ବିରଳ ହୃଦଘାତର ଅପେରସନ କରିଛନ୍ତି। ଏହି ବିରଳ ହୃଦଘାତ ସାଧାରଣତଃ ଛୋଟ ଛୋଟ ପିଲା ମାନେ ନିକଟରେ ଦେଖାଦେଇଥାଏ। ପିଲା ମାନେ ମା ଗର୍ଭରେ ରହିଥିବା ବେଳେ ପୌଷ୍ଟିକ ଖାଦ୍ୟର ଅଭାବ ଯୋଗୁ ପିଲାମାନଙ୍କ ହୃଦୟ ଠିକ ରୂପେ ବଢି ନଥାଏ ଏବଂ ଜନ୍ମ ପରେ ସେମାନଙ୍କ ମଧ୍ୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ଏବଂ ସଠିକ ସମୟରେ ଏହାକୁ ଚିହ୍ନଟ କରାଯାଇପାରେ ନାହିଁ । ଏହା ଦ୍ୱାରା ଅଧିକାଂଶ ପିଲାଙ୍କ ଅକାଳ ମୃତ୍ୟୁ ଘଟିଥାଏ ।ଏହି ରୋଗ ୧୦୦୦ ରୁ ଶତକଡା ୮ ପ୍ରତିଶତ ପିଲାଙ୍କ ମଧ୍ୟରେ ଦେଖାଦେଇଥାଏ।ଏହି ବିରଳ ହୃଦଘାତ ସାଧାରଣତଃ ଆଦିବାସୀ ଅଂଚଳ ମାନଙ୍କରେ ଅଧିକ ଦେଖା ଦେଇଥାଏ ବୋଲି ଡାକ୍ତର ଦଳ କହିଛନ୍ତି । ସମୟ ପୂର୍ବରୁ ଚିହ୍ନଟ କରାଯାଇନ ପାରିବା ଓ ଅର୍ଥାଭାବ ଯୋଗୁ ଆବଶ୍ୟକୀୟ ଚିକିତ୍ସା ନପାଇ ଛୁଆଙ୍କ ମୃତ୍ୟୁ ଘଟିଥାଏ । ଏହି ଚିକିତ୍ସା ଅଧିକ ଖର୍ଚ୍ଚ ବହୁଳ ଅଟେ । ଜଣେ ସାଧାରଣ ପରିବାର ରୋଗୀ ଏହାର ଚିକିତ୍ସା ଖର୍ଚ୍ଚ ବହନ କରିବା ବହୁତ କଷ୍ଟକର। ହୃଦଘାତରେ ପୀଡିତ ଓଡ଼ିଶାର ପାଞ୍ଚଜଣ ଆଦିବାସୀ ପିଲାଙ୍କ ଚିକିତ୍ସା ବିଶାଖାପାଟଣାର ମେଡ଼ିକଭର ହସ୍ପିଟାଲରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରୀ ଦଳ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଅସ୍ତ୍ରୋପଚାର କରିଛନ୍ତି।

ଆନ୍ଧ୍ରପ୍ରଦେଶରେ ସୁନାମ ଅର୍ଜନ କରିଥିବା ହୃଦରୋଗ ବିଶେଷଜ୍ଞ ଡାକ୍ତର କରୁଣାକର ପାଢ଼ୀଙ୍କ ନେତୃତ୍ୱରେ ୭ଜଣିଆ ଡାକ୍ତରୀ ଦଳ ବିଶାଖାପାଟଣା ମେଡ଼ିକଭର ହସ୍ପିଟାଲରେ ଛୁଆ ମାନଙ୍କ ଅପରେସନ କରିଥିଲେ। ଏହି ଡାକ୍ତରୀ ଦଳରେ ଡାକ୍ତର ପାଢ଼ୀଙ୍କ ସହ ଡାକ୍ତର ସୁଜିତ କୁମାର ମହାନ୍ତି, ଏମ. ଭିପୁଲ, ସି ନାଗା ସୁଜିତ, କୃଷ୍ଣ ପ୍ରଶାନ୍ତ, ଏ ଅଶୋକ କୁମାର ରାଜୁ, ଡାକ୍ତର ଅରୁଣ କୁମାର ଚାପା ଭଳି ପ୍ରମୁଖ ଡାକ୍ତରୀ ଦଳ ଏହାର ସଫଳ ଚିକିତ୍ସା କରିଛନ୍ତି।
ଡାକ୍ତର କରୁଣାକର ପାଢି କହିଛନ୍ତି ଯେ ଏହିଭଳି ବିରଳ ହୃଦଘାତ ସାଧାରଣତଃ ଆଦିବାସୀ ଅଂଚଳରେ ମାନଙ୍କରେ ଅଧିକ ଦେଖାଯାଇଥାଏ। ମହିଳା ମାନେ ଗର୍ଭବତୀ ସମୟରେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସାର ଓ ପୌଷ୍ଟିକ ଖାଦ୍ୟର ଅଭାବ ଯୋଗୁ ପିଲାମାନେ ଏହି ରୋଗରେ ପୀଡିତ ରହିଥାନ୍ତି । ଏହି ରୋଗର ଚିକିତ୍ସା ବହୁତ ବ୍ୟୟବହୁଳ ଯାହା ସାଧାରଣ ଲୋକ ବହନ କରିବା କଷ୍ଟସାଧ୍ୟ ଅଟେ। ଏହି ରୋଗର ମାଗଣା ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ ଯୋଜନାରେ ଯେ କୌଣସି ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳି ପାରୁଛି । ଅଭିଭାବକ ମାନେ ମାଗଣାରେ ନିଜ ପିଲାଙ୍କ ଚିକିତ୍ସା କରିପାରିବେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।ଏହି ଚିକିତ୍ସା ଆୟୁସ୍ମାନ ଭାରତ ସ୍କିମ ଦ୍ୱାରା ମଧ୍ୟ ମାଗଣାରେ କରାଯାଇପାରିବ।ତେବେ ଚିକିତ୍ସା ପାଇଥିବା ସମସ୍ତ ୫ ଜଣ ଶିଶୁ ବର୍ତମାନ ସୁସ୍ଥ ଅଛନ୍ତି । କିଛି ଦିନପରେ ସେମାନଙ୍କୁ ନିଜ ଘରକୁ ଫେରିବାକୁ ଦିଆଯିବ ବୋଲି ଡାକ୍ତର କହିଛନ୍ତି ।

Spread the love