ରାୟଗଡ,ପ୍ରତିଫଳନ ମିଡ଼ିଆ
ରାୟଗଡ ଜିଲ୍ଲାରେ ଜମି ଜମା ସଂକ୍ରାନ୍ତ ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ଵ ଦେଇଛି।ଲୋକଙ୍କୁ ସଠିକ ପରାମର୍ଶ ଦେଇ ଉଚିତ୍ ସେବା ଯୋଗାଇବା ପାଇଁ ରାଜସ୍ୱ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଅଁର। ରାୟଗଡ ଜିଲ୍ଲାର ଚନ୍ଦ୍ରପୁର ବ୍ଲକ୍ ଗସ୍ତ କରି ରାଜସ୍ବ ସମ୍ବନ୍ଧୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଜମିଜମା ନଥିପତ୍ରର କମ୍ପୁଟରୀକରଣ,ଜଙ୍ଗଲଜମି ଅଧିକାର ଆଇନର ସଫଳ ପରିଚାଳନା, ବିଦ୍ୟାଳୟ ମହାବିଦ୍ୟାଳୟ ନାମରେ ଥିବା ଜମିର ପଟ୍ଟl ସଂଶୋଧନ କରିବା, ଜାତୀୟ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ପ୍ରଦାନ ବେଳେ ସମୟ ସୀମା ମଧ୍ୟରେ ପ୍ରଦାନ କରିବା , ରାଜସ୍ବ ଡାକ ବଙ୍ଗଳା ନିର୍ମାଣ,ଜମିଜମା କ୍ରୟ ବିକ୍ରୟର ଫୁଙ୍ଖାନୁପୁଙ୍ଖ ସମୀକ୍ଷା ତଥା ତ୍ବରିତ ପଦକ୍ଷେପ ନେବାକୁ ଯତ୍ନବାନ ରହିବାକୁ ସମସ୍ତ ରାଜସ୍ୱ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।
ଡ଼lଙ୍ଗସୋରଡା ରାଜସ୍ବ ସର୍କଲ ଅନ୍ତର୍ଗତ ସାରିକମl ଗ୍ରାମ ଓ ଚନ୍ଦ୍ରପୁର ତହସିଲ କାର୍ଯାଳୟର ରାଜସ୍ୱ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ଏହାପରେ ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ କରି ରାଜସ୍ୱ କାର୍ଯ୍ୟକ୍ରମ ଉପରେ ବିଶେଷ କରି ରାଜସ୍ୱ ଆଦାୟ, ବସୁନ୍ଧରା ଯୋଜନା ଓ ସରକାରୀ ଜମିର ସମୀକ୍ଷା କରିଥିଲେ l ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ।
ଚନ୍ଦ୍ରପୁର ତହସିଲଦାର ସୁନୀଲ କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ, ସ୍ୱେଚ୍ଛା ସେବୀ ଅନୁଷ୍ଠାନ ର କର୍ମଚାରୀ,ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l


