ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡ.ଚିନ୍ତାମଣି ପାଢ଼ୀଙ୍କୁ ଏନୟୁଜେଆଇ ସାମ୍ବାଦିକ ସଙ୍ଗଠନର ସାଙ୍ଗଠନିକ ସମ୍ପାଦକ ଦାୟିତ୍ଵ ।

ଯାଜପୁର,ପ୍ରତିଫଳନ ମିଡ଼ିଆ

ସର୍ବ ଭାରତୀୟ ସାମ୍ବାଦିକ ସଂଗଠନ ନେସନାଲ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟସ,ଇଣ୍ଡିଆ ( ଏନୟୁଜେ) ଇଣ୍ଡିଆର ପୂର୍ବାଞ୍ଚଳ ଜୋନର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଭାବେ ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡ଼.ଚିନ୍ତାମଣି ପାଢୀଙ୍କୁ ନିଯୁକ୍ତ କରାଯାଇଛି । ଆନ୍ଧ୍ର ପ୍ରଦେଶର ବିଜୟବାଡ଼ା ସ୍ଥିତ ହୋଟେଲ ଇଲାପୁରାମ ଠାରେ ଏନୟୁଜେର ଜାତୀୟ କାର୍ଯ୍ୟକାରିଣୀ ବୈଠକ ସେପ୍ଟେମ୍ବର ମାସ୬ ଓ ୭ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ୨୩ ଗୋଟି ରାଜ୍ୟର ଜାତୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଜାତୀୟ କାର୍ଯ୍ୟକ୍ରମରେ ଓଡିଶାରୁ ଜାତୀୟ ସମ୍ପାଦକ ବବୁଲ ସିଂ, ଏସୟୁଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ,ଉପ ସଭାପତି ବାସୁଦେବ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରୟାଗରାଜ କର,ଉଦୟ କୁମାର ଖଣ୍ଡେଇ, ଦିଲ୍ଲୀପ କୁମାର ମିଶ୍ର, ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ଡ଼ଃ ପାଢ଼ୀଙ୍କୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ପୂର୍ବାଞ୍ଚଳ ରାଜ୍ୟ ପାଇଁ ଗୁରୁଦାୟିତ୍ଵ ଅର୍ପଣ କରାଯାଇଛି। ଏନୟୁଜେର ପୂର୍ବାଂଚଳ ଆସାମ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ପଶ୍ଚିମବଙ୍ଗ,ଛତିଶଗଡ ଓ ଓଡିଶାର ରାଜ୍ୟ ସଂଗଠନ ଗୁଡିକୁ ସୁଦୃଢ କରିବା ପାଇଁ ଡ଼ଃ ପାଢ଼ୀଙ୍କୁ ଦାୟିତ୍ବ ଦିଆଯାଇଛି । ନିଷ୍ଠାରସହ କାର୍ଯ୍ୟକରିଏନୟୁଜେ ଓ ଏସୟୁଜେର ସଂଗଠନକୁ ସଶକ୍ତ କରି ସାମ୍ବାଦିକଙ୍କ ସମସ୍ୟା ଗୁଡ଼ିକ ସମାଧାନ କରିବା ଦିଗରେ ପରାକାଷ୍ଠା ପ୍ରଦର୍ଶନ କରିବେ। ଓଡ଼ିଶାର ସାମ୍ବାଦିକଙ୍କ ସମ୍ମାନ ବୃଦ୍ଧିରେ ସହାୟକ ହେବେ ବୋଲି ଏନୟୁଜେ ରାଷ୍ଟ୍ରୀୟ ସଭାପତି ସୁରେଶ ଶର୍ମା, ରାଷ୍ଟ୍ରୀୟ ମହାସଚିବ ତ୍ରିଯୁଗ ନାରାୟଣ ତିୱାରୀ , ରାଷ୍ଟ୍ରୀୟ ସଚିବ ବବୁଲ ସିଂହ, ଏସୟୁଜେ ଓଡ଼ିଶା ରାଜ୍ୟ ସଭାପତି କୈଳାଶଚନ୍ଦ୍ର ନାୟକ ପ୍ରମୁଖ ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ଯାଜପୁର ଜିଲ୍ଲାର ଜଣାଶୁଣା ସାମ୍ବାଦିକ ଓ ସୁସଂଗଠକ ଭାବେ ସେ ପରିଚିତ। ସାମ୍ବାଦିକ ପାଢ଼ୀଙ୍କ ନିଯୁକ୍ତି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଓ ଯାଜପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାମ୍ବାଦିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love