କୋରାପୁଟ, ପ୍ରତିଫଳନ ମିଡ଼ିଆ
ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ କୋରାପୁଟ କୁନି ପ୍ରତିଭା ସଫଳତା ହାସଲ କରିଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ କନିଷ୍ଠ ବର୍ଗରେ ଚମ୍ପିୟାନ ହୋଇଛନ୍ତି ରୀୟଂଶ ତନଭିଶ ମିଶ୍ର ।ଏଥି ପୂର୍ବରୁ ମଧ୍ୟ ରାଜ୍ୟସ୍ତରୀୟ ତାଇକଣ୍ଡ ପ୍ରତିଯୋଗିତାରେ ସେ ସଫଳତା ହାସଲ କରିଥିଲେ ।
ଓଡ଼ିଶା ଫ୍ୟାସନ ମଡେଲ ଭିଲା ଏବଂ ଓଡ଼ିଶା ଫୋଟୋଗ୍ରାଫି ମହାସଂଘ ର ମିଳିତ ଆନୁକୁଲ୍ୟରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ସୋଆ ଅଡିଟୋରିଓମ୍ ଠାରେ ଅନୁଷ୍ଟିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ଭାଗ ନେଇଥିଲେ। କନିଷ୍ଠ ବର୍ଗରେ କୋରାପୁଟ ଜିଲ୍ଲାର ଜୁନିଅର ରୀୟଂଶ ତନଭିଶ ମିଶ୍ର ଓଡିଶା ଫ୍ୟାସନ ଟେଲେଣ୍ଟ ଶୋ ରେ ପ୍ରଥମ ସ୍ଥାନ ଏବଂ ଫ୍ୟାସନ ସୋ ରେ ପ୍ରଥମ ସ୍ଥାନ ହାସଲ କରି କୋରାପୁଟ ଜିଲ୍ଲାକୁ ଗୌରବ ଆଣିଛନ୍ତି। ତନଭିଶଙ୍କ ସଫଳତା ପାଇଁ ଓଡିଶା ଫ୍ୟାସନ୍ ଶୋର କର୍ମକର୍ତା , କୋରାପୁଟର ବିଶିଷ୍ଟ ପ୍ରତିଭା ତଥା ଡିଜାଇନର ମିସ ସୁମନ ଖିଲ ସମେତ କୋରାପୁଟ ଜିଲ୍ଲାର ଅନେକ ସଙ୍ଗଠନ ଶୁଭେଚ୍ଛା ଜଣାଇଛନ୍ତି ।


