ଭୁବନେଶ୍ବର ପ୍ରତିଫଳନ ମିଡ଼ିଆ
ଲାଞ୍ଚଖୋର ମନୋବୃତି ପାଇଁ ଓଏଏସ ପଦବୀରେ ଲାଗୁଛି କଳଙ୍କ
ଭିଜିଲାନସ୍ ପ୍ରତି ଲୋକଙ୍କ ବଢୁଛି ବିଶ୍ବାସ ।
କିଛି ସରକାରୀ ଅଧିକାରୀ ଓ କର୍ମଚାରୀ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ଭୂଲିଯାଉଛନ୍ତି । ଲୋକଙ୍କୁ ସେବା ଦେବା ପରିବର୍ତ୍ତେ ଶୋଷଣ କରୁଛନ୍ତି। ଲାଞ୍ଚ ବା ଉପୁରି ଦେଉନଥିବା ବ୍ୟକ୍ତି ବା ତଳିଆ କର୍ମଚାରୀଙ୍କୁ ମିଛ ଟାରେ ହଇରାଣ କରିବାକୁ ପଛାଉ ନାହାନ୍ତି । ନିଜର ଉପାର୍ଜନ ଠାରୁ ଅଧିକା ଖର୍ଚ୍ଚ କରି ଅୟସ କରିବା ମନୋଭାବ ହିଁ ଲୋକଙ୍କୁ ହଇରାଣ କରି ଅନ୍ୟାୟ ଉପାୟରେ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଏହା ଦ୍ବାରା ନିଜେ ବିପଦରେ ପଡ଼ୁଛନ୍ତି ତା ସହ ପରିବାର ଓ ସଂପର୍କୀୟ ଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି। ଧରାପଡ଼ି ନିଜେ ନିନ୍ଦିତ ହେବା ସହ ପଦବୀକୁ ମଧ୍ୟ ନିନ୍ଦିତ କରୁଛନ୍ତି । ଗୋଟାଏ ପରେ ଗୋଟାଏ ଅଧିକାରୀ ଲାଞ୍ଚ ନେବା ସମୟରେ ଧରାପଡ଼ି ଜେଲ ଯାଉଛନ୍ତି । ରାଜ୍ୟରେ ନୂଆ ସରକାର ଆସିବାପର ଠାରୁ ଭିଜିଲାନସ୍ ବିଭାଗ ବହୁତ୍ ସକ୍ରିୟ ହୋଇ ଦକ୍ଷତାର ସହ କମ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଦୁର୍ନିତୀ ଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଥିଲେ। ସରକାରଙ୍କ ମନୋଭାବକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବ୍ୟାପୀ ଭିଜିଲାନସ ପକ୍ଷରୁ ଜାଲ ବିଛାଇଛି । ଭିଜିଲାନସ୍ ବିଭାଗର ଗୁଇନ୍ଦା ପୁରା ସକ୍ରିୟ ରହିଥିବା ଜାଣି ସୁଧା ଲାଞ୍ଚୁଆ ଅଧିକାରୀ ମାନେ ଲୋଭଗ୍ରସ୍ତ ହୋଇ ଲାଞ୍ଚାନେବା ପାଇଁ ସାମାନ୍ୟତମ ଭୟ କରୁ ନାହାନ୍ତି । ଭିଜିଲାନସ୍ ବିଛାଇଥିବା ଜାଲରେ ଫସି ଯାଉଛନ୍ତି । ଦିନକୁ ଦିନ ଲାଞ୍ଚୁଆ ଅଧିକାରୀଙ୍କ ତାଲିକା ଲମ୍ବି ଚାଲିଥିବା ଭିଜିଲାନସର ରେକର୍ଡରୁ ସ୍ପଷ୍ଟ ଅନୁମେୟ ହେଉଛି ।
ଅଭିଯୋଗ କାରୀଙ୍କ ଘର ଆଗରେ ରହିଛି ସରକାରୀ ଜମି ।କିଛି ଲୋକ ସେ ଜମିକୁ ଜବର ଦଖଲ କରି ରଖିଛନ୍ତି । ଫଳରେ ଘରକୁ ଯାତାୟତ କରିବା ପାଇଁ ରାସ୍ତା ନାହିଁ । ରାସ୍ତା ପାଇଁ ସରକାରୀ ଜମିରୁ ଜବର ଦଖଲ କାରୀଙ୍କୁ ହଟାଇବାକୁ ହେଲେ ହାତ ଗୁଞ୍ଜା ଦେବାକୁ ପଡ଼ିବ ନଚେତ୍ କାମ ହୋଇପାରିବ ନାହିଁ ବୋଲି ଅଭିଯୋଗ କାରୀଙ୍କୁ ଶୁଣାଇଥିଲେ ତହସିଲଦାର । ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ି କାମଟି ହେଉନଥିବାରୁ ହତାଶ ହୋଇ ଭିଜିଲାନସ୍ କୁ ଅବଗତ କରିଥିଲେ ।ଭିଜିଲାନ୍ସର ଯୋଜନା ମୁତାବକ ଅଭିଯୋଗ କାରୀ ପ୍ରସ୍ତୁତ ହୋଇଥିଲେ ।ଅଭିଯୋଗକାରୀ ଙ୍କ ଠାରୁ ଦାବୀ ମୁତାବକ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରା ପଡିଗଲେ।
କେନ୍ଦ୍ରାପଡା ଜିଲ୍ଲା ମହାକଳପଡା ତହସିଲଦାର ଓଏଏସ ଅଧିକାରୀ ଶିବ ମଲ୍ଲିକ । ଲାଞ୍ଚୁଆ ଅଧିକାରୀଙ୍କ ସମ୍ପର୍କୀୟଙ୍କ 6 ସ୍ଥାନରେ ତଲାସୀ ଚଳାଇଛି ଭିଜିଲାନସ୍ ।

