ଭୁବନେଶ୍ବର,ପ୍ରତିଫଳନ ମିଡ଼ିଆ
କେନ୍ଦ୍ର ସରକାର ଜିଏସଟି ରେ ସୁଧାର ଆଣିଛନ୍ତି।ଘରୋଇ ଉପକରଣ ଠାରୁ ଗାଡ଼ି ଗୁଡ଼ିକର ଯଥେଷ୍ଟ ଦର୍ କମିଛି।ଦଶହରା ଉପଲକ୍ଷେ ସମସ୍ତ କମ୍ପାନୀ ଗ୍ରାହକ କୁ ଆକର୍ଷିତ କରିବା ପାଇଁ ଆକର୍ଷଣୀୟ ଅଫର୍ ଘୋଷଣା କରିଛନ୍ତି। ପୂଜାରେ କର୍ମଚାରୀଙ୍କ ଅର୍ଥର ଅଭାବ ରହିବ ନାହିଁ ସେଥିପାଇଁ ମୂଖ୍ୟମନ୍ତ୍ରୀ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି।ମନ ପସନ୍ଦର ଜିନିଷ କିଣି ଆନନ୍ଦର ସହ ଦଶହରା ଉତ୍ସବ ପାଳନ କରିବା ସକାଶେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି।ଚଳିତ ବର୍ଷ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି ଦେଇଛନ୍ତି। ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ ବୋଲି ଘୋଷଣା କରିଛନ୍ତି। ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଚଳିତ ମାସ ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ।
ଦଶହରା ପରି ପାର୍ବଣ ୠତୁରେ ଲୋକେ ବିଭିନ୍ନ ସାମଗ୍ରୀ କିଣାକିଣି କରିଥାନ୍ତି।ଦେଶରେ ଜିଏସଟି ୨.୦ ସଂସ୍କାର ପରେ ସାରା ଦେଶରେ ବଚତ୍ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଦକ୍ଷେପକୁ ବହୁ କର୍ମଚାରୀ ସ୍ବାଗତ କରିଛନ୍ତି କୃତଜ୍ଞତା ଜଣାଇଛନ୍ତି ।

