ଗଛକୁ ପିଟିହେଲା ଟିପ୍ପର 🔹ଦୁଇ ମୃତ 🔹ଚାଳକ ଗୁରୁତର 🔹

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର । 2 ଜଣ ଙ୍କର ମୃତ ଘଟି ଥିବା ଜଣାପଡିଛି । ମୃତକ ଦ୍ବୟ ହେଲେ ରାମନାଗୁଡା ବ୍ଲକ ଅନ୍ତର୍ଗତ ଅର୍ଜୁନଗୁଡା ଗାଁର ଅଲିକ୍ଷ ପାତିକା ଓ ଅଜୟ ପାଲକା ବୋଲି ଜଣାପଡିଛି । ଟିପର ଚାଳକ ଗୁରୁତର ଆହତ ହୋଇଛନ୍ତି | ଗୁଣପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ବାହାରକୁ ପଠାଯାଇଛି | ଭୋର ସମୟରେ ଟିପ୍ପରଟି ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଭାରସାମ୍ଯ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା ।ସଂଗେ ସଂଗେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସା ଳୟକୁ ଅଣାଯାଇ ଥିଲା | ଗାଡିଟି ସମ୍ପୂର୍ଣ ଚୁରମାର ହୋଇପଡିଛି।

Spread the love