ଓଏଏସ ପରୀକ୍ଷାରେ ରାୟଗଡ଼ା ଜିଲ୍ଲାରୁ ୪ ଜଣଙ୍କୁ ସଫଳତା

 ପ୍ରକାଶ ପାଇଛି ଓଏଏସ୍ ପରୀକ୍ଷା ଫଳ। ଏଥର ବି ରାୟଗଡାର ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି। ଗତ ପରୀକ୍ଷାରେ ସାତ ଜଣ ପାଇଥିବାବେଳେ ଚଳିତବର୍ଷ ଚାରିଜଣ ସଫଳତା ହାସଲ କରିଛନ୍ତି। ସେଥିମଧ୍ୟରୁ ଜଣେ 26 ନମ୍ବର ରାଙ୍କ ରଖିଛନ୍ତି।  ରାୟଗଡ଼ା ସହରର ତନିଶା ବେଉରା, କାଶୀପୁର ବ୍ଳକ୍ ରେଙ୍ଗା ପଞ୍ଚାୟତ ତଳକଞ୍ଜକଣାର ପରୀକ୍ଷିତ ମାଝୀ, ରାମନାଗୁଡ଼ା ବ୍ଳକ୍ ବୁତିଙ୍ଗ ପଞ୍ଚାୟତ ଶ୍ରୀରାମ ପୁରର ହିମାଳୟ ଶବର ଏବଂ ପଦ୍ମପୁର ବ୍ଳକ୍ ମରିଚଗୁଡ଼ାର ଲିପ୍ସା ଗମାଙ୍ଗ ଏଥର କୃତକାର୍ଯ୍ୟ ହୋଇଛନ୍ତି।

ପ୍ରଥମ ଚେଷ୍ଟାରେ ୨୬ ନମ୍ବର ଗ୍ୟାଙ୍କ୍ ପାଇଛନ୍ତି ତନିଶା । ଭୁବନେଶ୍ୱର ରେ ଯୁକ୍ତ ତିନି ପାଶ ପରେ କୋଚିଂ ନେଉଥିଲେ। ରାୟଗଡ ସହର ର ରାମକୃଷ୍ଣ ନଗର ବାସିନ୍ଦା ତନିଶା ବେହୁରା ।ଓଡ଼ିଶା ପବଳିକ ସର୍ଭିସ୍ ରେ କୃତିତ୍ୱ ହାସଲ କରିଛନ୍ତି । ସେ ରାୟଗଡ଼ା ର ଅତିପରିଚିତ ଜଗନ୍ନାଥ ଭଣ୍ଡାର ମାଲିକ ଦିଲୀପ କୁମାର ବେହୁରାଙ୍କ ଝିଅ ଅଟନ୍ତି ।ସେ ରାୟଗଡାରେ ସେକ୍ରେଡ୍ ହାର୍ଟ ସ୍କୁଲରେ ଦଶମ ପାଶ କରିଥିଲେ । ଯୁକ୍ତ ୨ ବିଜ୍ଞାନ ଶିକ୍ଷା ଭୁବନେଶ୍ୱରରେ ODM ରେ କରିଥିଲେ ।BJB ଅଟୋନୋମସ୍ କଲେଜ୍ରେର +3 କଳା ଛାତ୍ରୀ ଥିଲେ । ରାୟଗଡ ସହର ର ଝିଅ ଏଭଳି ସଫଳତା ହାସଲ କରିଥିବାରୁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି କାଶୀପୁର ବ୍ଳକ୍ ତଳକଞ୍ଜକଣା ଗାଁର ପରୀକ୍ଷିତ କୋଲନରା ଆଦର୍ଶ ବିଦ୍ୟାଲୟରେ ଶିକ୍ଷକ ଭାବେ କାର୍ଯ୍ୟରତ। ସେ ୩୭୭ ନମ୍ବର ଗ୍ୟାଙ୍କ ହାସଲ୍ କରିଛନ୍ତି। ରାମନାଗୁଡ଼ା ବ୍ଳକ୍ ଶ୍ରୀରାମପୁରର ହିମାଳୟ ହାସଲ କରିଛନ୍ତି ୩୮୫ ବ୍ୟାଙ୍କ୍।  ହିମାଳୟ ଏବେ ରାୟଗଡ଼ା ଡିଭିଜନରେ କୋପରେଟିଭ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ।  ପଦ୍ମପୁର ବ୍ଳକ୍ ମରିଚଗୁଡ଼ାର ଲିଵି ୩୯୨ ଗ୍ୟାଙ୍କରେ ରହିଛନ୍ତି। ଏଭଳି ସଫଳତାରେ  ସମସ୍ତ ୪ଜଣଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Spread the love