ପ୍ରତିଫଳନ ମିଡ଼ିଆ
କୋରାପୁଟ ଓ ରାୟଗଡ ଜିଲ୍ଲା ରେ ବଡି ଭୋର୍ ସକାଳ ଠାରୁ ପ୍ରବଳ ବର୍ଷ ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ପ୍ରଭା ବିତ ହୋଇଛି ।ଦଶହରା ପୂଜା ଫିକା ପଡ଼ି ଯାଇଛି ।
୩୨୬ ଓ ୨୬ ନମ୍ବର୍ ଜାତୀୟ ରାଜପଥର ଅସ୍ଥାୟୀ ପୋଲ ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ । ପ୍ରାୟ ୨ଫୁଟ ଉଚ୍ଚରେ ପୋଲ ଉପର ଦେଇ ଜଳ ପ୍ରବାହିତ ହେଉଛି ।ଫଳରେ ଗାଡ଼ି ଚଳା ଚଳ ରେ ଅସୁବିଧା ସୃଷ୍ଟି ହୋଇଛି ।
କୋରାପୁଟରେ ଲଗାଣ ବର୍ଷା ଜାରି ରହିଛି । କୋରାପୁଟ ସୁନାବେଡ଼ା ମଧ୍ୟରେ ୨୬ ନମ୍ବର୍ ଜାତୀୟ ରାଜପଥର ମୋହନପଡ଼ା ଛକ ନିକଟରେ ରାସ୍ତା ଉପର ଦେଇ ପାଣି ପ୍ରବାହିତ ହେଉଛି । ଜାତୀୟ ରାଜପଥ ରେ ହାଇଲେବଲ୍ ବ୍ରିଜ ନିର୍ମାଣ କାମ ଚାଲୁ ରହିଛି । ଡାଇଭରସନ୍ ରାସ୍ତା ଉପର ଦେଇ ପାଣି ପ୍ରବାହିତ ହେଉଥିବାରୁ କୋରାପୁଟରୁ ସେମିଳିଗୁଡା, ପଟଙ୍ଗି, ବିଶାଖାପାଟଣାକୁ ଗାଡ଼ି ଚଳା ଚଳ ବନ୍ଦ ରହିଛି।ସେହିପରି କୋରାପୁଟ ଠାରୁ ୧୫ କିମି ଦୂର ରାୟଗଡ ରାସ୍ତାର ବଙ୍ଗଳା ଗୁଡା ନିକଟରେ ଚବେରୀ ନଦୀରେ ଜଳ ପତନ ବୃଦ୍ଧି ହୋଇଛି ।
ଅସ୍ଥାୟୀ ପୋଲ ଉପର ଦେଇ ୨ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।ଫଳରେ ସେହି ରାସ୍ତା ଦେଇ ଗାଡ଼ି ଚଳା ଚଳ ବନ୍ଦ ରହିଛି । ଅନ୍ୟ ରାସ୍ତା ଦେଇ ସମସ୍ତ ଗାଡ଼ି ଚଳା ଚଳ କରୁଛି । କୋରାପୁଟ ଓ ରାୟଗଡା କୁ ଯାତାୟାତ କରୁଥିବା ଗାଡ଼ି ଗୁଡ଼ିକୁ ପୋଡାଗଡ ଛକରୁ ଆଡ ମଣ୍ଡା ମାଲକାନଗିରି -ମହାଦେଇପୁଟ ରାସ୍ତାରେ ଗାଡି ଚଳା ଚଳ କରୁଛି । ପ୍ରବଳ ବର୍ଷା ପାଇଁ ପାହାଡିଆ ଓ ନଦୀ ନାଳ ତଳ ବର୍ତ୍ତି ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଜରୁରୀ ଆବଶ୍ୟକତା ପାଇଁ ସମସ୍ତ ତହସିଲ , ବ୍ଲକ୍ ଅଧିକାରୀ ,ଅଗ୍ନିଶମ ବାହିନୀ କୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।



