କୋରାପୁଟ ଆରୁକୁ ରେଳ ପଥରେ ରେଳ ଚଳା ଚଳ ବନ୍ଦ,ପାହାଡ ଧସିଲା ଡୁମୁରିପୁଟ – ଦାମନଯୋଡି ମଧ୍ୟରେ ରେଳ ଧାରଣା ଉପରେ ପଡ଼ିଲା ପଥର ଓ ମାଟି, ଲିଲିଗୁମା- ଭାଲୁମସ୍କା ନିକଟରେ ରେଳ ପଥରେ ପାଣି ଜମିଛି।

ତ୍ୟାଡ଼ା ନିକଟରେ ରେଳ ଧାରଣା ଉପରେ ପଡ଼ିଲା ଗଛ। କୋରାପୁଟ ରୁ କୋତୱାଲାସା – ବିଶାଖା ପାଟଣା ରେଳପଥରେ ରେଳ ଚଳାଚଳ ବନ୍ଦ ।

କୋରାପୁଟ – ରାୟଗଡ଼ା ରେଳ ପଥର ଲିଲିଗୁମା, ଭାଲୁମସ୍କା ନିକଟରେ ରେଳ ଧାରଣା ଉପରେ ପାଣି ଜମି ରହିଛି । ଟ୍ରେନ ଚଳା ଚଳ କୁ ସ୍ଥଗିତ ରଖାଯାଇଛି ।

ଜଗଦଲପୁର ଅଭିମୁଖେ ଯାଉଥିବା ସମଲେଶ୍ଵରୀ ଟ୍ରେନ କେଉଟ ଗୁଡା ନିକଟରେ ୨ଘଣ୍ଟା ଧରି ଅଟକି ରହିଛି ।

ଲଗାଣ ବର୍ଷା ର ପ୍ରଭାବ ରେ ପାହାଡ଼ରୁ ମାଟି ଧସିଛି ।ରେଳ ଧାରଣା ଉପରେ ପଡିଛି ଛୋଟ ଛୋଟ ପଥର ଓ ମାଟି । କୋରାପୁଟ – ଦାମନଯୋଡ଼ି ଷ୍ଟ୍ସେସନ ମଧ୍ୟରେ ଡୁମୁରିପୁଟ ଦାମନଯୋଡି ରେଳପଥ ର ୧୩/୨୨ ଓ ୧୪/୧୬ କିମି ନିକଟରେ ପାହାଡ଼ରୁ ମାଟି ଓ ପଥର ଧସି ରେଳ ଧାରଣା ଉପରେ ଜମି ରହିଛି । ୨ଟି ଲାଇନ୍ ମଧ୍ୟରୁ ଡାଉନ୍ ଲାଇନ୍ ଉପରେ ମାଟି ଓ ପଥର ପଡ଼ିଥିବାରୁ ଗାଡ଼ି ଚଳା ଚଳ ବନ୍ଦ ରହିଛି । ଅପ ଲାଇନ୍ ରେ ଗାଡ଼ି ଚଳା କରିବ ବୋଲି ରେଳ କତୃପକ୍ଷ ସୂଚନା ଦେଇଛନ୍ତି । କୋରାପୁଟ ରୁ ଉଧାର କାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସଫେଇ କାମ ଜାରି ରଖିଛି । ତେବେ କୋରାପୁଟ ରାୟଗଡ ରେଳ ପଥରେ କୌଣସି ଟ୍ରେନ କୁ ବାତିଲ କରା ଯାଇ ନାହିଁ ।

Spread the love