କେଉଟଗୁଡାରେ ସମଲେଶ୍ଵରୀ ଟ୍ରେନ,ଟିକିରିରେ ରାଉରକେଲା ଏକ୍ସପ୍ରେସ,କୋରାପୁଟ ରେ ହୀରାଖଣ୍ଡ ଟ୍ରେନ ଅଟକି ରହିଛି । ଯାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି। ରେଳ ମନ୍ତ୍ରୀ ଓ ଅଧିକାରୀଙ୍କୁ ଟୁଇଟ କଲେ ସମଲେଶ୍ବରୀ ଏକସପ୍ରେସର ରେଳ ଯାତ୍ରୀ।ସୁବିଧା ଯୋଗାଇଦେବାକୁ ଟୁଇଟ କଲେ କୋରାପୁଟ କୁ ଯିବାକୁ ଥିବା ଯାତ୍ରୀ । ଯାତ୍ରୀଙ୍କ ନିବେଦନ ଶୁଣିଲା ରେଳ ବିଭାଗ । କେଉଟଗୁଡା ଷ୍ଟେସନ୍ ରୁ ରାୟଗଡ ଷ୍ଟେସନକୁ ଫେରିଥିଲା ଟ୍ରେନ । ରାୟଗଡ଼ା ଷ୍ଟେସନରେ ଯାତ୍ରୀଙ୍କ ନିକଟରେ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଇ ଥିଲା ରେଳ ବିଭାଗ । ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବାରୁ ଯାତ୍ରୀ ମାନେ ଖୁସି ପ୍ରକଟ କରିଛନ୍ତି ଓ ରେଳ ବିଭାଗ କତୃପକ୍ଷ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି
କୋରାପୁଟ ଓ ରାୟଗଡ଼ରେ ବର୍ଷାର ପ୍ରକୋପ ରେଳ ସେବାକୁ ପ୍ରଭାବିତ କରିଛି । ରାୟଗଡ- ଲାଡା ଷ୍ଟେସନ୍ ମଧ୍ୟରେ ପାହାଡ଼ରୁ ପଥର ପଡ଼ି ଖଣ୍ଡ ହୋଇଗଲା ରେଳ ଧାରଣା , ଭାଲୁମସ୍କା ନିକଟରେ ରେଳ ଧାରଣା ଉପରେ ପାଣି ଜମି ଥିବାରୁ ରେଳ ଚଳା ଚଳ ବନ୍ଦ ରହିଛି ।

ପ୍ରବଳ ବର୍ଷା ଯୋଗୁଁ ୪ଟି ସ୍ଥାନରେ ପଥର,ମାଟି ପଡ଼ିବ ସହ ପାଣି ଜମି ରହିଥିବାରୁ ରାୟଗଡ଼ାରୁ ବିଶାଖା ପାଟଣା ଓ କୋରାପୁଟକୁ ରେଳ ଚଳା ଚଳରେ ବିଳମ୍ବ ଘଟିଛି ।
ଲାଡା ଷ୍ଟେସନ୍ ନିକଟ ଘଟଣା ସ୍ଥଳରେ ରାୟଗଡ ଡିଆରଏମ ଉଦ୍ଧାରକାରୀ ଦଳ ସହ ରହି ରେଳ ପଥକୁ ସ୍ବାଭାବିକ କରିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।ସେହିପରି ପାହାଡ଼ରୁ ମାଟି ଧସିବାରୁ ଡୁମୁରିପୁଟ ଓ ଦାମନଯୋଡି ଷ୍ଟେସନ୍ ର ୨ଟି ସ୍ଥାନରେ ରେଳ ଧାରଣା ମାଟି ଓ ପଥର ପଡ଼ିଛି ।ଇଲେଟ୍ରିକ ତାର ଛିଡି ଯାଇଛି ।ସେଠାରେ ମଧ୍ୟ ରେଳ ବିଭାଗ ପକ୍ଷରୁ ମରାମତି କରାଯାଉଛି। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ରେଳ ବିଭାଗ ଯତ୍ନବାନ ରହିଛି ।ଯଥା ଶୀଘ୍ର ଟ୍ରେନ ଚଳା ଚଳ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ସମଲେଶ୍ୱରୀ ର ଯାତ୍ରୀଙ୍କୁ ରାୟଗଡ ଷ୍ଟେସନରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।


