ମାଲକାନଗିରି (ପ୍ରତିଫଳନ ମିଡ଼ିଆ )
ଲୋକଙ୍କ ମନରେ କଂଗ୍ରେସ ଦଳ ପ୍ରତି ଉଜାଗର କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଉଦ୍ୟମ ଜାରି ରଖିଛନ୍ତି ।
ଓଡିଶା ଶେଷ ସୀମା ମାଲକାନଗିରି ଜିଲ୍ଲା ମୋଟୁର ମୁଗି ପୋଏଣ୍ଟ ରୁ ରାଜ୍ୟ କଂଗ୍ରେସ ପକ୍ଷରୁ ଆରମ୍ଭ କରଯାଇଛି ପଦ ଯାତ୍ରା।କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା କରାଯାଉଥିବା ବେଳେ ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ କଂଗ୍ରେସ ବିଧାୟକ କିଛି ପୂର୍ବତନ ବିଧାୟକ ଏବଂ ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ ରୁ ବହୁ କଂଗ୍ରେସ ନେତା କର୍ମୀ ଯୋଗ ଦେଇଛନ୍ତି।

ମାଲକାନଗିରି ଜିଲ୍ଲାରେ ଦୁଇଦିନ ଧରି ଚାଲିବ ପଦଯାତ୍ରା।ବର୍ଷେ ଧରି ଚାଲିବ ରାଜ୍ୟ କଂଗ୍ରେସର ପଦଯାତ୍ରା।ମାଲକାନଗିରି ରୁ ମୟୁରଭଞ୍ଜ ହୋଇ ରାଜ୍ୟ ରାଜଧାନୀ ରେ ସମାପ୍ତ ହେବ।ଗାନ୍ଧୀଙ୍କ ମାର୍ଗରେ ଆଗାମୀ ଦିନରେ କଂଗ୍ରେସ ଲୋକଙ୍କ ପାଇଁ ଲଢେ଼ଇ କରିବ। ସରକାରଙ୍କ ଅପାରଗତା ଯୋଗୁଁରାଜ୍ୟରେ ହେଉଥିବା ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଅନେକ ଅଞ୍ଚଳ ଜଳ ମଗ୍ନ ହୋଇଯିବ ।ଲୋକେ ବିସ୍ଥାପିତ ହେବେ । ଓଡ଼ିଶା ଲୋକଙ୍କ ସ୍ୱାର୍ଥ ବିରୋଧୀ ପୋଲାଭରମ ପ୍ରକଳ୍ପକୁ କଂଗ୍ରେସ ଦଳ ବିରୋଧ କରିଛି ଓ କରିବ । ରାଜ୍ୟରୁ ଖଣିଜ ସମ୍ପଦ ଲୁଟ ଚାଲିଛି ।ସରକାର ଦେଇଥିବା ପ୍ରତିଶୃତି ପାଳନ ନ କରିବାରେ ବିଫଳ ହୋଇଛନ୍ତି । ସରକାରଙ୍କ ରାଜ୍ୟ ସ୍ବାର୍ଥ ବିରୋଧୀ ନୀତି ବିରୋଧରେ ପଦ ଯାତ୍ରା ମାଧ୍ୟମରେ ଜନସଚେତନ ସୃଷ୍ଟି କରିବ କଂଗ୍ରେସ ବୋଲି ସଭାପତି କହିଛନ୍ତି । ଏହା ସହ ବିଭିନ୍ନ ପ୍ରସଙ୍ଗ ନେଇ ସରକାର ଙ୍କୁ କଂଗ୍ରେସ ଦଳ ଘେରିବ ବୋଲି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

