ବିପଦ, ଦୁର୍ଘଟଣା, ବନ୍ୟା, ଭୂମିକମ୍ପ, ବା ମାନବୀୟ ସଙ୍କଟ ସମୟରେ ନିକଟରେ ପହଞ୍ଚି ଲୋକମାନଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ,ବିପଦରୁ ଉଧାର କରିବା ଓ ପୁନର୍ବାସ ପାଇଁ କାମ କରି ସୁନାମ ଅର୍ଜନ କରିଥିବା ଆନନ୍ଦ ମାର୍ଗ ସଂସ୍ଥା ପକ୍ଷରୁ ଶତାଧିକ ବୃଦ୍ଧ, ବୃଦ୍ଧା ମାନଂକୁ କମଳ ବଣ୍ଟନ କରାଯାଇଛି । ରାୟଗଡ଼ା ଜିଲ୍ଲା କାଶୀପୁର ସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ଠାରେ କମ୍ବଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଏହା ସହ ଆଶ୍ରମରେ ଉପସ୍ଥିତ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା ।
ଆନନ୍ଦ ମାର୍ଗ ୟୁନିଭର୍ସାଲ ରିଲିଫ ଟିମ୍”ର ସଦସ୍ୟ ଆଚାର୍ଯ୍ୟ ପ୍ରିୟ କୃଷ୍ଣା ନନ୍ଦ ଅବଧୂତ ,ପ୍ରଫେସର ଜୟନ୍ତ ମହାନ୍ତି,ଇତିଶ୍ରୀ ରାଉତ,କଳ୍ପନା ମିଶ୍ର ,ତିଳୋତ୍ତମା ନାୟକ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ ।
ଏହି ଅବସରରେ କୃଷ୍ଣା ନନ୍ଦ ଅବଧୂତ କହିଥିଲେ ଯେ ପୃଥିବୀର ୧୬୦ ରୁ ଉର୍ଦ୍ଧ୍ବ ଦେଶରେ ଆନନ୍ଦ ମାର୍ଗ ରିଲିଫ ଟିମ୍ ପକ୍ଷରୁ ଶିକ୍ଷା ବ୍ୟବସ୍ଥା ଚାଲୁ ରହିଛି । ସମସ୍ତ ମନୁଷ୍ୟଙ୍କ ସେବା କରିବା ସଂସ୍ଥାର ମୂଳ ଲକ୍ଷ୍ୟ ରହିଛି ।
ଓଡ଼ିଶାର ମହାବାତ୍ୟା ସମୟରେ ଓ କାଶୀପୁରର ଡାଇରିଆ ସମୟରେ ମାନବୀୟ ସହାୟତା ଯୋଗାଇଦେବାରେ ସୁଯୋଗ ମିଳିଥିଲା। ଆକ୍ରାନ୍ତ ଗାଁ ଗୁଡିକରେ ସଫେଇ କରିବା, ଔଷଧ ବଣ୍ଟନ, ହସପିଟାଲ ରେ ସେବା ଯୋଗାଇବା କାମ କରିଥିଲୁ । ସେହି ଦିନ ଠାରୁ କାଶୀପୁର ଲୋକଙ୍କ ସହ ସଂସ୍ଥାର ସମ୍ପର୍କ ସୃଷ୍ଟି ହୋଇଛି । ବାସ୍ତବରେ ସେବା କରିବାରେ ଚରମ ଆନନ୍ଦ ମିଳିଥାଏ । ଦୂର ଦୁରାନ୍ତରୁ ଆସୁଥିବା କାଶୀପୁର ଅଞ୍ଚଳର ପିଲାଙ୍କ ପାଠ ପଢ଼ିବା ପାଇଁ ଆନନ୍ଦ ମାର୍ଗ ଆଶ୍ରମରେ ରହି ପଢ଼ିବା ପାଇଁ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ହେଉଛି ଜୀବିକା ପାଇଁ ।କିନ୍ତୁ ଜୀବନ ପାଇଁ ଶିକ୍ଷା ର ଆବଶ୍ୟକତା ରହିଛି । ଏଥିପାଇଁ ଶିକ୍ଷା ମାଧ୍ୟମରେ ବ୍ୟକ୍ତିର ଜ୍ଞାନାତ୍ମକ ବିକାଶ ସହ ଚାରିତ୍ରିକ ବିକାଶ ଘଟାଇବା ଆବଶ୍ୟକତା ରହିଛି । ଶିଶୁ ଟିର ଶାରୀରିକ ବିକାଶ ସହ ମାନସିକ ବିକାଶ,ନୈତିକ ବିକାଶ, ଆଧ୍ୟାତ୍ମିକ ବିକାଶ , ଜ୍ଞାନାତ୍ମକ ବିକାଶ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
ନୈତିକତା,ମାନବିକତା,ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରି ମଣିଷ ନିଜର ଆତ୍ମ ମୋକ୍ଷ ଓ ଜଗତ ସେବାରେ ବ୍ରତୀ ହେବ ସେହି ଲକ୍ଷ୍ୟରେ ଆନନ୍ଦ ମାର୍ଗ ସଂସ୍ଥା କାମ କରୁଛି ବୋଲି ଆଚାର୍ଯ୍ୟ ପ୍ରିୟ କୃଷ୍ଣା ନନ୍ଦ ଅବଧୂତ କହିଛନ୍ତି ।
ଅଞ୍ଚଳର ଲୋକଙ୍କ ଯେଉଁ ଭଳି ଶ୍ରଦ୍ଧା ଓ ସହଯୋଗ ରହିଛି ଆସନ୍ତା ଦିନରେ କାଶୀପୁର ଆଶ୍ରମ ଆଦର୍ଶ ଆଶ୍ରମ ଭାବେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଷୀ ଅଙ୍ଗଦ ବାଇକ୍, ସମାଜସେବୀ ଅନିଲ ଜୈନ, ସାନ୍ଧୁ ଚରଣ ମାଝୀ,ପି ଦେବେନ୍ଦ୍ର ରାଓ, ପୁରନ୍ଦର୍ ସିଂହ , ସାମ୍ବାଦିକ ସରୋଜ ମଣ୍ଡଳ,ରବି ନାଇକ ଙ୍କ ସମେତ ବହୁ ସମାଜ ସେବୀ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


ଆନନ୍ଦ ମାର୍ଗ ୟୁନିଭର୍ସାଲ ରିଲିଫ ଟିମ୍” ପକ୍ଷରୁ କମ୍ୱଳ ବଣ୍ଟନ।

