ଲାଞ୍ଚ ନେଇ ବନ୍ଧା ହେଲେ ଅର୍ଥ ଲୋଭି ଲାଞ୍ଚୁଆ ଯନ୍ତ୍ରୀ,ବିଲ କରିବାକୁ ୨୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

କୋରାପୁଟ ,ପ୍ରତିଫଳନ ମିଡ଼ିଆ

ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ସୂଚନା

ଦାବି ମୁତାବକ ଲାଞ୍ଚ ନଦେଲେ ଠିକା କାମରେ ବିଲ ହୋଇ ପାରିବ ନାହିଁ ।ଏଭଳି ରୋକ ଠୋକ ଠିକାଦାରକୁ ଶୁଣାଇଥିଲେ ସହକାରୀ ଯନ୍ତ୍ରୀ। ଯନ୍ତ୍ରୀ ଜଣକୁ ପାନେ ଦେବାକୁ ମନସ୍ଥ କଲେ ଠିକାଦାର ଜଣକ। ଭିଜିଲାନସ୍ ନିକଟରେ ଗୁହାରି ଜଣାଇଲେ । ଭିଜିଲାନସର ଯୋଜନା ମୁତାବକ ଠିକାଦାର ଜଣକ ୨୦ ହଜାର ଟଙ୍କାର ନୋଟ୍ ବିଡ଼ା ଯନ୍ତ୍ରୀ ଲମ୍ବୋଦର ନାୟକ ଙ୍କୁ ଦେଲେ । ନୋଟ୍ ବିଡ଼ା ଦେଖି ଆତ୍ମ ବିଭୋର ହୋଇ ପଡ଼ିଥିବା ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିଦେଲା ଭିଜିଲାନସ୍ । ଧରା ପଡ଼ିଥିବା ଯନ୍ତ୍ରୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକର ସହକାରୀ ଯନ୍ତ୍ରୀ । ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କାକୁ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିଭିନ୍ନ ସ୍ଥାନରେ ତଲାଶି ଚାଲିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଲାଞ୍ଚ କାରବାରରେ ସହକାରୀ ଯନ୍ତ୍ରୀଙ୍କ ସହ ସଂପୃକ୍ତି ଥିବା ଜଣେ GRS ଘଟଣା ସ୍ଥଳରୁ ଖସି ପଳାଇଥିବାବେଲେ ତାକୁ ଧରିବାକୁ ଭିଜିଲାନସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି ।
କର୍ମ ନିଯୁକ୍ତି ଯୋଜନା (MGNREGS) ନିର୍ମିତ ରାସ୍ତା କାମର ବକେୟା ବିଲ ବାବଦକୁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ଧରିଛି । ପ୍ରଫୁଲ୍ଲ କୁମାର ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ନେଉଥିଲେ ବୋଲି ସୂଚନା ମିଳିଛି ।

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହାୟକ ଯନ୍ତ୍ରି ଲମ୍ୱୋଦର୍ ନାୟକ ବିଲ କରିବା ପାଇଁ ଠିକାଦାର ଙ୍କ ଠାରୁ ନେଉଥିଲେ ଲାଞ୍ଚ । ଭିଜିଲାନ୍ସ ପକ୍ଷରୁ ମାମଲା ଦାୟର କରି ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ନେଇ ତାର ତଦନ୍ତ ଚଳାଇଛି।

ଭିଜିଲାନସ ସକ୍ରିୟ ରହିଥିବା ଜାଣି ସୁଧା ଲାଞ୍ଚ ନେବାକୁ ଭୟ କରୁନାହାନ୍ତି ଲାଞ୍ଚୁଆ କର୍ମଚାରୀ । ଲାଞ୍ଚ ନମିଳିଲେ କୌଣସି କାମ କରୁ ନାହାନ୍ତି ବୋଲି ବହୁ ଅଭିଯୋଗ ହେଉଛି ।
କୋରାପୁଟ,ରାୟଗଡ,ମାଲକାନଗିରି,ନବରଙ୍ଗପୁର ଜିଲ୍ଲାରେ ଅନେକ ଯନ୍ତ୍ରୀ ଓ ଅଧିକାରୀ ମାନେ ବ୍ୟାପକ ଦୁର୍ନୀତି ରେ ଲିପ୍ତ ରହିଥିବା ଅଭିଯୋଗ ହେଉଛି।ଏଣୁ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଛି ।ତଥାପି ଅଧିକାଂଶ କ୍ଷେତ୍ରରେ ସଲା ସୁତୁରାରେ ଦୁର୍ନିତୀ କାରବାର ଚାଲୁ ରହିଛି। ଅନେକ ସ୍ଥାନରେ ଯନ୍ତ୍ରୀ ଓ ଅଧିକାରୀ ମାନେ ନିଜେ ଠିକା କାମ କରୁଥିବା ଅଭିଯୋଗ ହେଉଛି ।ଏଭଳି ଦୁର୍ନୀତିରେ ଲିପ୍ତଙ୍କୁ ଧରିବା ପାଇଁ ଭିଜିଲାନସ୍ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି । ଦୁର୍ନୀତି ସମ୍ପର୍କିତ ତଥ୍ୟ ଜାଣିଲେ ତୁରନ୍ତ ଭିଜିଲାନ୍ସ ର Toll Free ନମ୍ବର 1064 ରେ ଜଣାଇବା କୁ ଜନସାଧାରଣଙ୍କୁ ନିବେଦନ କରିଛି ଭିଜିଲାନସ୍

Spread the love