ରାଜନୈତିକ ପତିଆରା ପାଇଁ ପୀତବାସଙ୍କୁ ହତ୍ୟା !🔸ପୋଲିସ ଖୋଲିଲା ଗୁମର 🔹ବାର ଗିରଫ ଓ ପୋଲିସ ସ୍କାନରରେ ଆହୁରି ଅନେକ

🔹ବିଜେଡି କହିଲା ଖାଣ୍ଟି ରାଜନୀତି କରି ବିକ୍ରମ ପଣ୍ଡାକୁ ଫସାଯାଇଛି 🔸ବିଜେପି କହିଲା ଆଉ କେତେ ପ୍ରମାଣ ଲୋଡ଼ା?

ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )

ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର ଖୁଲାସା। 16 ଦିନ ପରେ ଖୁଲାସା କରିଲେ ବ୍ରହ୍ମପୁର ପୁଲିସ। ରାଜନୈତିକ, ବ୍ୟକ୍ତିଗତ, ଆର୍ଥିକ କାରବାର କାରଣ ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ବ୍ରହ୍ମପୁର ଏସ. ପି ସର୍ବଣା ବିବେକ. ଏମ.। ତେବେ ରାଜନେତିକ ପତିଆର ପାଇଁ ହତ୍ୟା ହୋଇଥିବା ପୋଲିସ କହିଛି ଓ ଏହାର ସମସ୍ତ ପ୍ରମାଣ ରଖିଛନ୍ତି ଏସପି। ଅଦ୍ୟାବଧି ଘଟଣାରେ 12 ଜଣଙ୍କୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହପୁର ଏସ. ପି ସର୍ବଣା ବିବେକ. ଏମ.। ହତ୍ୟାକୁ ନେଇ ଟିକିନିଖି ବିବରଣୀ ରଖିବା ସହ ସିସିଟିଭି ଫୁଟେଜ ମଧ୍ୟ ଗଣମାଧ୍ୟମକୁ ଦେଇଛନ୍ତି।

ଦୋଷୀମାନଙ୍କ ମଧ୍ୟରେ ଡିଜିଟାଲ କଥାବର୍ତ୍ତା, ସିସିଟିଭି ଫୁଟେଜ, ତଥ୍ୟ ପ୍ରମାଣ କୁ ଅନୁଧ୍ୟାନ କରି ଘଟଣାର ଚୂଡାନ୍ତ ନିଷ୍ପତି ନେଇଛି ବ୍ରହ୍ମପୁର ପୋଲିସ। ଆଜି ବ୍ରହ୍ମପୁର ପୋଲିସ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ, ପୂର୍ବତନ ମେୟର ଶିବଶଙ୍କର ଦାସ, ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, ଚିଣ୍ଟୁ ପ୍ରଧାନ, ଶଶୀପାଲ ପାସୱାନ, କୁନ୍ଦନ କୁମାର,  ବିପିନ ସ୍ୱାଇଁ, ସିମାଞ୍ଚଳ ନାୟକ,  କାଳୁ ଚରଣ ଭୂୟାଁ ପ୍ରମୁଖ 12 ଜଣ ଗିରଫ କରିଛି। ବିକ୍ରମଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କ ସମେତ ଉମା ବିଷୋୟୀ ଓ କୃପତି ଏବେ ଫେରାର ଅଛନ୍ତି। ଏଥିରେ ସମ୍ପୃକ୍ତ ଅନ୍ୟ କେତେଜଣ ଫେରାର ଅଛନ୍ତି। କୃପତି ଭୂୟାଁଙ୍କ ନାଁ ରେ 3 ଟି ମାମଲା ରହିଛି ଓ ପିଣ୍ଟୁ ଦାସ ନାମରେ 31 ଟି ମାମଲା ରହିଛି।

 ହତ୍ୟା ଘଟଣାର ସ୍କେଚ କରିଥିଲେ ବିକ୍ରମ ଓ ପିଣ୍ଟୁ ଦାସ। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା। ବିହାରର ସୁପାରୀ କିଲର ଆସିଥିଲେ।  ସେପ୍ଟମ୍ବର 10 ରୁ 14 ତାରିଖରେ ବିହାରରୁ ଗୋଟିଏ ଟିମ ଆସିଥିଲେ। 14 ତାରିଖରେ ହତ୍ୟା ହୋଇଥାନ୍ତା। କିନ୍ତୁ କୌଣସି  କାରଣବଶତଃ ସେମାନେ ବିଫଳ ହେଲେ। ପରେ ଦ୍ବିତୀୟ ଉଦ୍ୟମରେ ହତ୍ୟା କରାଯାଇଥିଲା। ଉମା ବିଷୋୟୀ, ଯୋଗୀ, ବିପିନ ସ୍ୱାଇଁ ଡାକିଥିଲେ। ସିମାଞ୍ଚଳ ନାୟକ ଥିଲେ। ଗଜପତି ନଗରର ଭଡା ଘରେ ରହୁଥିଲେ। ଶୁନ୍ୟ ଦାସ ଘରେ ରହିଥିଲେ। ଏଥିରେ ମଳୟ ବିଷୋୟୀଙ୍କ ସମ୍ପୃକ୍ତି ଥିଲା। ରହିବା, ଖାଇବା, ସ୍ଥାନ ଦେଖାଇବା ଭଳି କାମ କରିଥିଲେ। ଯୋଗୀ ରାଉତ, ଉମା ବିଷୋୟୀ ହତ୍ୟାକାଣ୍ଡ ରଚିଥିଲେ। ମଦନ, ମଳୟଙ୍କ ସମ୍ପୃକ୍ତି ଥିଲା। ଚିଣ୍ଟୁ, କୃପତି ଗାଁରେ ଥିଲେ। ସେମାନଙ୍କୁ ଡକାଯାଇ ହତ୍ୟା କରାଯାଇଛି। ସେମାନଙ୍କୁ ଗାଡି, ପୋଷାକ, ପିସ୍ତଲ ଯୋଗା ଯାଇଥିଲା।

ଗାଡି ଚଳାଇଲେ ଚିଣ୍ଟୁ, କୃପତି ଗୁଳି କରିଥିଲେ। ପରେ ଲୋଚାପଡା ହୋଇ ସହର ବାହାରକୁ ଗଲେ। ପୁରୁଷୋତ୍ତମପୁର ହୋଇ ରମେଶ୍ୱର ଗଲେ। ସେଠାରେ ଗାଡି ଛାଡି ପୁରୀ କୁ ବସ ରେ ଗଲେ। ଜୟପୁରର ସୁନୀଲ ହୋତା ସେଠାରେ ରାକ୍ଷଣାବେକ୍ଷଣ କରିଥିଲେ। ହତ୍ୟା ପାଇଁ 50 ଲକ୍ଷ ଟଙ୍କା ଡିଲ ହୋଇଥିବା ବେଳେ ଅଗ୍ରିମ 10 ଲକ୍ଷ ଟଙ୍କା ଦେଇଥିଲେ। ଏସବୁ ଟଙ୍କା ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଦେଇଛନ୍ତି ଓ ଅବଶିଷ୍ଟ ଦେଇଥାନ୍ତେ ବୋଲି ପୋଲିସ କହିଛି। ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଘଟଣା ଏବଂ ମଉଜ ମିଶ୍ର ଜାମିନ ଘଟଣା ଏବଂ ଗତ ନିର୍ବାଚନ ରେ ପୀତବାସ ହିଁ ପିଣ୍ଟୁଙ୍କ ଟିକେଟ କାଟିବା ନେଇ କ୍ରୋଧ ହୋଇ ପିଣ୍ଟୁ ଏଭଳି କରିଥିବା ସୂଚନା ଦେଲେ ଏସ. ପି।

ବିକ୍ରମ ପଣ୍ଡାଙ୍କ ରାଜନୈତିକ କ୍ୟାରିୟର ନଷ୍ଟ କରିବା ପାଇଁ ପୀତବାସ ଚାହୁଁଥିଲେ। ଏପରିକି ସେ ଖୋଲାଖୋଲି ସମସ୍ତଙ୍କୁ ଏଇ କଥା କହୁଥିଲେ। ଅପରପକ୍ଷେ ପୀତବାସଙ୍କ କ୍ୟାରିୟର ନଷ୍ଟ ପାଇଁ ମଧ୍ୟ ସେ ଷଡଯନ୍ତ୍ର ରଚିଥିଲେ ବୋଲି ଆଲୋଚନା ହେଉଛି। ତେବେ 19/2024ରେ ବ୍ରହ୍ମପୁର ବିଧାୟକ ନାଁ ରେ ଯେଉଁ ପିଟିସନ ଫାଇଲ କରିଛନ୍ତି ମନୋଜ ପଣ୍ଡା ତାହା ପିଣ୍ଟୁ ଦାସ ଓ ବିକ୍ରମଙ୍କ ଦ୍ୱାରା ପରିଚାଳିତ ।  ପିଣ୍ଟୁ ଦାସଙ୍କ ନିକଟରେ କାମ କରନ୍ତି ମନୋଜ। ମନୋଜ ପିଟିସନ ଫାଇଲ କରିଛନ୍ତି। ଖର୍ଚ୍ଚ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ କରୁଥିଲେ ବୋଲି ଏସପି ସୂଚନା ଦେଇଛନ୍ତି। ଘଟଣାରେ ବ୍ୟବହୃତ ବନ୍ଧୁକ, କପଡା, ମୋବାଇଲ ଫୋନ ଜବତ ହୋଇଛି। ଆହୁରି ଅଧିକ ତଦନ୍ତ ଚାଲିଛି। ବ୍ୟବହୃତ ଗାଡି ରାମେଶ୍ୱର ନିକଟରେ ଛାଡିଥିଲେ ହତ୍ୟାକାରୀ। ସେଇ ଗାଡିକୁ ଜଣେ ଚୋରା ବେପାରୀ ଅନ୍ୟକୁ ନେଇ ବିକିଥିଲା। ଗାଡି ର ପ୍ରମାଣ ନଷ୍ଟ ପାଇଁ ତତ୍କାଲ ଗାଡିକୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା। ଏଥିରେ ସମ୍ପୃକ୍ତ ସମସ୍ତ ଗାଡି ଚୋରି କରିଥିବା ଚୋରଙ୍କୁ ଧରିଛୁ ବୋଲି ଏସପି କହିଛନ୍ତି।

ଗିରଫ ପରେ ରାଜନୀତି ଜୋର ଧରିଛି । ବିଜେଡି ଏହାକୁ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ନୂଆପଡା ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁ କରାଯାଇଛି ବୋଲି କହିଛି। ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଜେପି କହିଛି ପୋଲିସ ହତ୍ୟାର ଏତେସବୁ ପ୍ରମାଣ ଦେବା ପରେ ବି ବୁଝି ପାରୁନି ବିଜେଡି। ହତ୍ୟାକାରୀ ଙ୍କୁ ପ୍ରଶୟ ଦେବାକୁ ହୀନ ରାଜନୀତି କରୁଛି ବୋଲି କହିଛି। ରାଜ୍ୟ ରାଜନୀତି ସରଗରମ ହୋଇପଡିଛି।

Spread the love