କୋରାପୁଟ (ପ୍ରତିଫଳନ ମିଡ଼ିଆ )
ମାଲିଗୁଡା ଷ୍ଟେସନ୍ ନିକଟରେ ପାହାଡ଼ରୁ ପଥର ଧସିଲ । ଅପରାହ୍ନ ପ୍ରାୟ, 3 ଟା ସମୟରେ ହଠାତ ରେଳ ଧାରଣା ଉପରେ ପଡ଼ିଥିଲା ପଥର । ଫଳରେ ରେଳ ପଥରେ ରେଳ ଚଳା ଚଳ ବନ୍ଦ ରହିଁଛି।କୋରାପୁଟ ଜୟପୁର ରେଳ ପଥର ମାଲିଗୁଡା -ଜରଟି ଷ୍ଟେସନ୍ ମଧ୍ୟରେ 210 କିମି ନିକଟରେ ପାହାଡ଼ରୁ ପଥର ଧସି ରେଳ ଧାରଣା ଉପରେ ପଡିଛି।ଫଳରେ ଟ୍ରେନ ଚଳା ଚଳ ନେଇ ସମସ୍ୟା ଦେଖାଦେଇଛି । କୋରାପୁଟ ଷ୍ଟେସନରୁ ସ୍ବତନ୍ତ୍ର ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳକୁ ଯାଇଛନ୍ତି । ରେଳ ଧାରଣା ରୁ ପଥର ଓ ମାଟି ସଫା କରିବା ପରେ ହିଁ ରେଳ ଚଳା ଚଳ କରିବ। କିରଣ୍ଡୁଲ ଅଭିମୁଖେ ଯାଉଥିବା 1VK ପଶିଞ୍ଜେର ଟ୍ରେନ ଜରଟି ଷ୍ଟେସନରେ ଅଟକି ରହିଁଛି। ସେହିଭଳି ଜଗଦଳପୁର ରୁ କୋରାପୁଟ ଅଭିମୁଖେ ଆସୁଥୁବା ରାଉରକେଲା ଇଣ୍ଟର ସିଟି ଏକ ସପ୍ରେସ ଟ୍ରେନ ମାଲିଗୁଡା ଷ୍ଟେସନ ରେ ଅଟକି ରହିଁଛି। ଟ୍ରେନ ଚଳା ଚଳ ସ୍ୱାଭାବିକ ହେବାରେ ବିଳମ୍ବ ଘଟିବ ବୋଲି ରେଳ କତୃପକ୍ଷ ଙ୍କ ଠାରୁ ସୂଚନା ମିଳିଛି। ରେଳ କତୃପକ୍ଷ ପାହାଡ଼ ଉପରେ ନେଟ ବାନ୍ଧିଛନ୍ତି। ତଥାପି ବାରମ୍ବାର ଏହି ସ୍ଥାନରେ ପଥର ଧସୁ ଥୁବାରୁ ରେଳ ଚଳା ଚଳରେ ପ୍ରତିବନ୍ଧକ ଘଟୁଛି। ରେଳ ଯାତ୍ରା ବ୍ୟାହତ ହେଉଛି। ରେଳ ବିଭାଗ ଓ ଯାତ୍ରୀଙ୍କ ପାଇଁ କିରଣ୍ଡୁଲ – କୋରାପୁଟ ରେଳ ପଥ ଚିନ୍ତାର କାରଣ ପାଲଟିଛି।




