ଟ୍ରେଜେରି ଅଫିସରେ ପିଅନର ରାଜତ୍ୱ! ପିଅନ ନେଉଥୁଲା ୪୭ ହଜାର ଟଙ୍କାଲାଞ୍ଚ, ଧରିଲା ଭିଜିଲାନସ।

ଅଫିସର କରୁଛନ୍ତି କାମ। ପିଅନ ନେଉଛି ଲାଞ୍ଚ।ଲାଞ୍ଚୁଆ ପିଅନ କୁ ଧରିଲା ଭିଜିଲାନସ। ପିଅନ ଙ୍କ ଘରୁ ମିଳିଲା 3,79 ହଜାର ଟଙ୍କା ର ନୋଟ ବିଡା,ପ୍ରାୟ ଅଧା କେଜି ସୁନା ଅଳଙ୍କାର, ରହିଛି ଅତ୍ୟାଧୁନିକ ସାଜ ସରଞ୍ଜାମରେ ସଜ୍ଜିତ ତିନି ମହଲା ଘର। ସୂଚନା ଦେଲା ଭିଜିଲାନସ।

ପିଅନ ଚାହିଁଲେ କାମ ହୁଏ। ପିଅନ କୁ ଲାଞ୍ଚ ଦେଲେ କାମ ହୁଏ। ପିଅନ ଅସୁନ୍ତୁଷ୍ଟ ହେଲେ ଫାଇଲ ଦିଶେ ନାହିଁ। ଅର୍ଥାତ ଡାକ ଗୁଡିକୁ ଲୁଚାଇ ଦିଏ।ଏଭଳି ହଇରାଣ କରି ଲୋକଙ୍କୁ ଲାଞ୍ଚ ଦେବାକୁ ବାଧ୍ୟ କରାଏ। କରିତ କର୍ମା ସରକାରୀ କର୍ମଚାରୀ ଜଣକ ପିଅନ କାମ କରନ୍ତି। ନାମ ହରିଶନ୍ଦ୍ର ମହାପାତ୍ର। ଲାଞ୍ଚ ନେବାରେ ଧୂରନ୍ଧର।

ଟ୍ରେଜେରି ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅର୍ଥାତ ପିଅନ ହରଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରିଲା ଜୟପୁର ଭିଜିଲାନ୍ସ ଟିମ୍। ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ । ତାଙ୍କ ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଂଚ ମାଗିଥିଲେ ହରିଶ୍ଚନ୍ଦ୍ର। ପୂର୍ବରୁ ୪୦ ହଜାର ଟଙ୍କା ଭରତ ନାୟକଙ୍କ ଠାରୁ ନେଇଥିବା ବେଳେ ବଳକା ୪୭ ହଜାର ଟଙ୍କା ନେଉଥିଲା। ଏହି ସମୟରେ ପୂର୍ବ ଯୋଯନା ମୁତାବିକ ଭିଜିଲାନ୍ସ ଟିମ ହରିଶ୍ଚନ୍ଦ୍ର ମହାପାତ୍ରଙ୍କୁ କାବୁ କରିଥିଲା। ଅଭିଯୁକ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ ।ତାଙ୍କ ଜୟପୁର ସ୍ଥିତ ଘର ସହ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ରହିଛି।

Spread the love