ବିଶାଖାପାଟଣା -( ଯଶୋବନ୍ତ ପାଢୀ)
ଭୁବନେଶ୍ୱର -ସନ୍ତୋଷ ସ୍ବାଇଁ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ତୀବ୍ର ହେବା ସହ ଆସନ୍ତା 28 ଅକ୍ଟୋବର 2025 ରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଅବତରଣ କରିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଜାରି କରାଯାଇଛି। ଏଣୁ ଆନ୍ଧ୍ରପ୍ରଦେଶର 23 ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ସମୁଦ୍ର କୁଳିଆ ଅଞ୍ଚଳରେ ନାଲି ଏବଂ କମଳା ରଙ୍ଗର ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟା ମୋନ୍ଥା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି 110 କିଲୋମିଟର ବେଗରେ ପବନ ଏବଂ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରାଯାଇଛି।

ତେବେ ଏହି ବାତ୍ୟା ଧୀରେ ଧୀରେ ଓଡିଶା ଦେଇ ଆନ୍ଧ୍ରପ୍ରଦେଶ ଆଡକୁ ଗତି କରୁଥିବା ବେଳେ ଆସନ୍ତା 28 ତାରିଖ ସନ୍ଧ୍ୟା ସମୟରେ କଳିଙ୍ଗପାଟନମ, କାକିନାଡ଼ା ଓ ମଛିଳିପାଟନମ ନିକଟରେ ସ୍ଥଳଭାଗ ଛୁଇଁବ।
ଏଣୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତେକ ଜିଲ୍ଲାର ଜିଲ୍ଲାପାଳ, ପୋଲିସ ଅନ୍ୟ ବିଭାଗର କର୍ତ୍ତୃପକ୍ଷ ମାନଙ୍କୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ତଥା ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ଏବଂ ସମୁଦ୍ରରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି।

ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ରହଣି ସ୍ଥଳ ନିର୍ମାଣ କରିବା ସହ ଲୋକଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ତା କରାଯାଇଛି ଏବଂ ହେଲ୍ପ ଲାଇନ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ସମଗ୍ର ଆନ୍ଧ୍ରପ୍ରଦେଶ ବାସୀଙ୍କୁ ଫୋନ୍ ଦ୍ୱାରା ମେସେଜ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ଆଗାମୀ 29 ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା କେନ୍ଦ୍ରକୁ ଛୁଟି ଘୋଷଣା କରାଯିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ନିଜ କାର୍ଯ୍ୟରେ ଯୋଡ଼ା ଦେବାପାଇଁ ନିର୍ଦେଶ ଜାରି କରାଯାଇଛି।

ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।
ପାଣି ପାଗ ବିଭାଗର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ” ମେନ୍ଥା” ର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବା ସମ୍ଭାବନା ଅଧିଜ ରହିଛି । ରାଜ୍ୟ ସରକାର ପ୍ରଭାବ ପଢ଼ୁଥୁବା ଜିଲ୍ଲା କୁ ସଜାଗ ରହିବାକୁ ସତର୍କ କରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଚଳିତ ମାସର ଆସନ୍ତା 28,29,30, 3ଦିନ ପର୍ଯ୍ୟନ୍ତ 8ଟି ଜିଲ୍ଲାର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥି ପାଇଁ 8 ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ, କୋରାପୁଟ,ନବରଙ୍ଗପୁର, କନ୍ଧମାଳ,କଳାହାଣ୍ଡିର ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଉପରୋକ୍ତ ଜିଲ୍ଲା ଗୁଡିକର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ ଘୋଷଣା କରିଛନ୍ତି ସରକାର ।

