ଭୂସ୍ଖଳନ :ରେଳ ଧାରଣା ଉପରେ ପଡିଲା ମାଟି,ପଥର, କୋରାପୁଟ – କୋତୱାଲାସା ରେଳ ପଥରେ ରେଳ ଚଳାଚଳ ବନ୍ଦ

ବିଶାଖାପାଟଣା, ପ୍ରତିଫଳନ ମିଡ଼ିଆ

ଚକ୍ରବାତ “ମୋନ୍ଥା” ର ପ୍ରଭାବରେ ପ୍ରବଳ ବର୍ଷା ପାହାଡ଼ରୁ ଧସିଲା ପଥର। ରେଳ ଧାରଣା ଉପରେ ପଡିଲା ବଡ଼ ବଡ଼ ପଥର ପଡିବା ସହ ପାଣି ପ୍ରବାହିତ ହେଉଛି। ମାଟି ଜମିଛି।ଫଳରେ କିରଣ୍ଡୁଲ -କୋରାପୁଟ- କୋତ ୱଲାସା ରେଳ ପଥରେ ରେଳ ଚଳା ଚଳ ବନ୍ଦ ରହିଛି।

ଭୂସ୍ଖଳନ ଘଟିବାରୁ ଚିମିଡ଼ି ପାଲି ଓ ବୋରା ଗୁହାଲୁ ରେଳ ଷ୍ଟେସନ 117 ରୁ 125 କିମି ମଧ୍ୟରେ ରେଳ ଧାରଣା ଉପରେ ପଡିଛି ବଡ ବଡ ପଥର।ରେଳ ଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ମାଲବାହି ଟ୍ରେନ ଅଟକି ରହିଛି। ଉଧାର କାରି ଟିମ ଘଟଣା ସ୍ଥଳରେ ରହି ଉଧାର କାର୍ଯ୍ୟ ଜାରି ରଖିଛନ୍ତି। ବଡ଼ ବଡ଼ ପଥର ପଡିବାରୁ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଛି।
“ମୋନ୍ଥା” ର ପ୍ରଭାବରେ ଆନ୍ଧ୍ର ର ଅନେକ ଅଂଚଳରେ ପ୍ରବଳ ବର୍ଷା ହୋଇଛି. ପ୍ରବଳ ବର୍ଷା ଯୋଗୁଁ ପାହାଡ ରୁ ପଥର ଖସି ରେଳ ଧାରଣା ଉପରେ ପଡିଛି। ଫଳରେ ୱାଲ୍ଟେୟାର ବିଭାଗର କୋତଭାଲସା – କିରଣ୍ଡୁଲ୍ (K-K) ରେଳ ଲାଇନ୍‌ର ଚିମିଡିପାଲି (CMDP) ଓ ବୋରା ଗୁହାଳୁ (BGHU) ମଧ୍ୟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି। ଜଙ୍ଗଲ କାଟି ପାହାଡ଼କୁ ଖୋଳି ରେଳ ପଥନିର୍ମାଣ କରା ଯାଇଥିବାରୁ ସେ ଅଂଚଳର ସ୍ଥିତି ପୂର୍ବ ଭଳି ସଶକ୍ତ ନରହି ହାଲୁକାହୋଇଯାଉଛି। ଫଳରେ ବଡ଼ ଧରଣର ବର୍ଷା ହେଲେ ଵା ଲଗାଣ ବର୍ଷା ଜାରି ରହିଲେ ପାହାଡ଼ରୁ ମାଟି ଧସୁଛି। ରେଳ ପଥ ଉପରେ ପଡି ରେଳ ଚଳା ଚଳ ବନ୍ଦ ରହୁଛି।

Spread the love