ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଲ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ସଭା ଅକ୍ଟୋବର ୩୦ ତାରିଖରୁ ଜବଲପୁରର କଚ୍ଛନାର ସିଟିରେ ଆରମ୍ଭ ହୋଇଛି। ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ଜୀ ଓ ସରକାର୍ଯ୍ୟବାହ ମାନ୍ନନୀୟ ଦତ୍ତାତ୍ରେୟ ହୋସବାଲେ ଜୀଙ୍କ ଦ୍ୱାରା ଭାରତ ମାତାଙ୍କ ମୂର୍ତ୍ତି ଉପରେ ପୁସ୍ପମାଲ୍ୟ ଅର୍ପଣ କରି ସଭାର ଶୁଭାରମ୍ଭ
କରାଯାଇଥିଲା।
ସଭାରେ ସଂଘର ସମସ୍ତ ୬ ଜଣ ସହ ସରକାର୍ଯ୍ୟବାହ — ଡା. କୃଷ୍ଣଗୋପାଳ ଜୀ, ଶ୍ରୀ ମୁକୁନ୍ଦା ଜୀ, ଶ୍ରୀ ଅରୁଣ କୁମାର ଜୀ, ଶ୍ରୀ ରାମଦତ୍ତ ଜୀ ଚକ୍ରଧର, ଶ୍ରୀ ଆଲୋକ କୁମାର ଜୀ ଓ ଶ୍ରୀ ଅତୁଲ ଜୀ ଲିମୟେ ସହିତ ଅଖିଲ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ୧୧ ଅଞ୍ଚଳର ଓ ୪୬ ପ୍ରାନ୍ତର ସଂଘଚାଳକ, କାର୍ଯ୍ୟବାହ, ପ୍ରଚାରକ ଓ ନିମନ୍ତ୍ରିତ କାର୍ଯ୍ୟକର୍ତ୍ତାମାନଙ୍କ ସମେତ ମୋଟ ୪୦୭ ଜଣ କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି।
ସଭାର ଆରମ୍ଭରେ ଗତ ଦିନମାନଙ୍କରେ ମୃତ୍ୟୁବରଣ କରିଥିବା ସମାଜର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା। ଏଥିରେ ରାଷ୍ଟ୍ର ସେବିକା ସମିତିର ପୂର୍ବତନ ପ୍ରମୁଖ ସଞ୍ଚାଳିକା ପ୍ରମିଳା ତାଇ ମେଢେ, ବରିଷ୍ଠ ପ୍ରଚାରକ ମଧୁଭାଇ କୁଳକର୍ଣ୍ଣୀ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ, ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ଦିଲ୍ଲୀର ବରିଷ୍ଠ ରାଜନେତା ବିଜୟ ମାଲହୋତ୍ରା,ବିଶିଷ୍ଟ ମହାକାଶ ବୈଜ୍ଞାନିକ ଶ୍ରୀ କସ୍ତୂରୀରଙ୍ଗନ, ପୂର୍ବତନ ରାଜ୍ୟପାଳ ଏଲ. ଗଣେଶନ, ଗୀତକାର ପିଉଷ ପାଣ୍ଡେ, ଚଳଚ୍ଚିତ୍ର ଅଭିନେତା ସତୀଶ ଶାହ, ପଙ୍କଜ ଧୀର, ହାସ୍ୟ ଅଭିନେତା ଅସ୍ରାନୀ, ଆସାମର ପ୍ରସିଦ୍ଧ ସଙ୍ଗୀତଜ୍ଞ ଜୁବିନ ଗର୍ଗ ସହିତ ପହେଲଗାମରେ ଆତଙ୍କବାଦୀ ଙ୍କ ଦ୍ୱାରା ନିହତ ହିନ୍ଦୁ ପର୍ଯ୍ୟଟକମାନଙ୍କୁ, ଏୟାର ଇଣ୍ଡିଆ ଦୁର୍ଘଟଣା ରେ ମୃତକ ମାନଙ୍କୁ ଓ ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ ଓ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ମୃତ ବରଣ କରିଥିବା ବ୍ୟକ୍ତି ମାନଙ୍କୁ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।


