ରାୟଗଡା ଜିଲ୍ଲାର ପଦ୍ମପୁର,ରାମନାଗୁଡ଼ା ଓ କଲ୍ୟାଣସିଙ୍ଗପୁର ତହସିଲରେ ଏବେ ଉପ ନିବନ୍ଧନ କାର୍ଯ୍ୟାଳୟ ଖୋଲିଲା। ଏଣିକି ଜମି ରେଜିଷ୍ଟ୍ରେସନ କାମ ଉପରୋକ୍ତ ତହସିଲ ରେ ହୋଇପାରିବ।ନଭେମ୍ବର ମାସ ୧ ତାରିଖରୁ ତହସିଲ କାର୍ଯ୍ୟାଳୟଗୁଡିକରେ ଜମି କିଣାବିକାର ସମସ୍ତ କାଗଜପତ୍ର ପଞ୍ଜିକୃତ ହେବ ବୋଲି ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଅକ୍ଟୋବର ମାସ ୨୩ ତାରିଖ ଦିନ ଚିଠି କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବଙ୍କ ସମେତ ବିଧାୟକ ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ରାୟଗଡା ଜିଲ୍ଲା ର ତିନୋଟି ଓ ଓଡିଶାର ୧୩ ଗୋଟି ଜିଲ୍ଲାର ୪୪ ଟି ତହସିଲରେ ଉପ ନିବନ୍ଧନ କାର୍ଯ୍ୟାଳୟର ପ୍ରଥମ ପର୍ଯ୍ୟୟରେ ଶୁଭ ଉଦଘାଟନ କରିଥିଲେ।ଏହି ଉପ ନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବର୍ଷ ଶେଷ ସୁଦ୍ଧା ରାଜ୍ୟର ବଳକା ବ୍ଲକ ମାନଙ୍କରେ ଏହି ଅଫିସ ସବୁ ଖୋଲିବ ବୋଲି କହିଥିଲେ lସେହିପରି ରାୟଗଡା ଜିଲ୍ଲାର ପଦ୍ମପୁର ରାମନାଗୁଡ଼ା ଓ କଲ୍ୟାଣସିହପୁର ତହସିଲ କାର୍ଯ୍ୟାଳୟରେ ସତନ୍ତ୍ର ପ୍ରକୋଷ୍ଠ ଖୋଲି ଲୋକଙ୍କୁ ସେବା ଯୋଗାଇବା ନିମନ୍ତେ ତହସିଲଦାର ପ୍ରସ୍ତୁତ ହେଉଥିବା ଜଣାପଡିଛି। ଆଗକୁ ଧୀରେ ଧୀରେ ପଞ୍ଜିକରଣ ପାଇଁ ସତନ୍ତ୍ର କାର୍ଯ୍ୟାଳୟ ମଧ୍ଯ କରାଯିବ ବୋଲି ଜଣାପଡିଛି। ଏହା ପୂର୍ବରୁ ଜମି ଜମା ପଞ୍ଜିକରଣ କାର୍ଯ୍ୟ ପାଇଁ ପଦ୍ମପୁର ଓ ରାମନାଗୁଡ଼ା ବ୍ଳକ ଲୋକେ 20 କିଲୋମିଟର ଦୂର ଗୁଣୁପୁର ଉପଖଣ୍ଡ ଉପ ନିବନ୍ଧନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିଲା I ସେହିପରି କଲ୍ୟାଣସିଙ୍ଗପୁର ବ୍ଳକ ଲୋକେ 45 କିମି ରାୟଗଡା ଉପ ନିବନ୍ଧନ କାର୍ଯ୍ୟାଳୟ କୁ ଯିବାକୁ ପଡ଼ୁଥୁଲା ଏଥିରୁ ଲୋକେ ଉଧାର ପାଇଲେ। ଆୱାସି ମାଧ୍ୟମରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ଓସ୍ୱାନ ହାଲଠାରେ ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରମେଶ କୁମାର ଜେନା, ଜିଲ୍ଲା ଉପନିବନ୍ଧକ, ରାୟଗଡ଼, ସହକାରୀ ଜିଲ୍ଲାପାଳ ନିର୍ମଳ ସାହୁ, ମlନଭଞ୍ଜନ କହଁର, କୈଳାଶ ସ୍ୱାଇଁ, ସୁସ୍ମିତା ପଟ୍ଟନାୟକ, ଲିପ୍ସା ସାହୁ, ବିଚିତ୍ରା ସେଠି, ଅତିରକ୍ତ ତହସିଲଦାର, ରାୟଗଡ଼ ପ୍ରମୁଖ ଉପସ୍ଥିତ ଥିଲେ। ରାମନାଗୁଡ଼ା କାର୍ଯ୍ୟକ୍ରମ ରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଳକ ଉପାଧ୍ୟାକ୍ଷା ଜାନକୀ ନିମାଲା,ଗୋଗୁପାଡ଼ୁ ସରପଞ୍ଚ ଶୋଭାବତୀ ମା ଣ୍ଡାଙ୍ଗି, ଶୁଣ୍ଡିଧାମୁଣି ସମିତି ସଭ୍ୟ କମଳ ମୁଟିକା,ଗୁଲୁମୁଣ୍ଡା ସମିତି ସଭ୍ୟ ସୁରେନ୍ଦ୍ର ମାଣ୍ଡାଙ୍ଗୀ, ପେଣ୍ କାମ ସମିତି ସଭ୍ୟ ଖମ୍ବେୟା ମାଣ୍ଡାଙ୍ଗୀଙ୍କ ସହ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ରାଜ୍ୟ ସରକାର ଏହି ସୁବିଧା ନିଜ ବ୍ଲକରେ ଯୋଗାଇ ଦେଇଥିବାରୁ ରାମନାଗୁଡ଼ା ବ୍ଲକର ଲୋକେ ଖୁସି ପ୍ରକୋଟ କରିଛନ୍ତି। ଜମି ଜମା ପଞ୍ଜିକରଣ ବ୍ୟବସ୍ଥା ସପ୍ତାହରେ ମଙ୍ଗଳବାର ଏବଂ ଶୁକ୍ରବାର ଦିନ କରାଯିବ ବୋଲି ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ କହିଛନ୍ତି।

