ଆଦିବାସୀ ଅଂଚଳରେ ସଂଘର ଶକ୍ତି ବୃଦ୍ଧି,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଂଚାଳନ, ପରମ ବୈଭବଶାଳୀ ଭାରତ ଗଠନ ଲକ୍ଷ୍ୟ।

ସଂଘ କୌଣସି ଜାତି ଏବଂ ଧର୍ମକୁ ପ୍ରାଥମିକତା ଦିଏନାହିଁ ସେ ଯେ କୌଣସି ଜାତିର କିମ୍ବା ଧର୍ମର ହୋଇଥିଲେ ମଧ୍ୟ ରାଷ୍ଟ୍ର ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣର ଅଗ୍ରଦୁତ ହେବା ଦରକାର। ବ୍ୟକ୍ତିତ୍ବ ନିର୍ମାଣ ଓ ରାଷ୍ଟ୍ର ନିର୍ମାଣ କରି ସଶକ୍ତ ଭାରତ ଗଠନ କରିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ।ଏହି ଲକ୍ଷ ହାସଲ ଉଦେଶ୍ୟ ରଖି ସଂଘ ନିରବିଛିନ ଭାବେ କାର୍ଯ୍ୟ କରି ଆସୁଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବସ୍ତର ଜିଲ୍ଲା ସଦଭାବନା ପ୍ରମୁଖ ରାଜ ବାହାଦୂର ସିଂଙ୍ଗ ରାନା ମତବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରର ହିତ ପାଇଁ କିଛିନା କିଛି ଅବଦାନ ରଖିବା କୁ ଗୁରୁତ୍ୱା ରୋପ କରିଥିଲେ।ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ ସହ ସମସ୍ତେ ହିନ୍ଦୁ ରାଷ୍ଟ୍ର ନିର୍ମାଣର ପରିକଳ୍ପନା କରିବା ପାଇଁ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଆଗଭର ହେବାକୁ ନିବେଦନ କରିଥିଲେ।

ଓଡିଶାର ଆଦିବାସୀ ଅଂଚଳରେ ସଂଘର ଶକ୍ତି ବୃଦ୍ଧି ପାଉଛି। ଦିନକୁ ଦିନ ସଂଘ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଥୁବା ପରିଲିକ୍ଷିତ ହେଉଛି। ଜୟପୁର ଠାରେ ଅନୁଷ୍ଠିତ ପଥ ସଂଚାଳନ ଶୋଭାଯାତ୍ରାର ଚିତ୍ରରୁ ସ୍ପଷ୍ଟ ଅନୁମେୟ ହେଉଛି।

ଜୟପୁରରେ ପ୍ରଥମ କରି ରାଷ୍ଟ୍ରୀୟ ସ୍ୱୟଂସେବକସଂଘ ନିଜର ସ୍ଥିତି ପ୍ରଦର୍ଶନ କରିଛି। ପଥ ସଂଚାଳନ ଶୋଭାଯାତ୍ରାରେ ଜିଲ୍ଲାର 14 ଗୋଟି ଗ୍ରାମୀଣଖଣ୍ଡ ଓ 3ଟି ନଗର ଖଣ୍ଡର ସ୍ୱୟଂ ସେବକ ସାମିଲ ହୋଇଥିଲେ।12 ବର୍ଷର ଵାଲ ସ୍ୱୟଂ ସେବକ ଙ୍କ ଠାରୁ 80 ବର୍ଷ ବୟସ୍କ ସ୍ୱୟଂ ସେବକ ସାମିଲ ହୋଇଥିଲେ। ପରବର୍ତୀ ସମୟରେ ସଂଘ ପକ୍ଷରୁ ଗୃହ ସମ୍ପର୍କ ଅଭିଯାନ ଆରମ୍ଭ ହେବ। ଘରକୁ ଘର ଯାଇ ସଂଘ ର ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଯିବ। ଏହା ପରେ ପ୍ରତି ଗ୍ରାମରେ ହିନ୍ଦୁ ସମ୍ମିଳନୀ ଆୟୋଜନ କରାଯିବ ବୋଲି ଜିଲ୍ଲା ସଦଭାବନା ପ୍ରମୁଖ ଗଣେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

କୋରାପୁଟ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଜୟପୁର ନଗର ଠାରେ ବିଜୟା ଦଶମୀ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ପଥ ସଂଚାଳନ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ଚାଳକ ସଂଶାଇ ଗାଦବା, ଜିଲ୍ଲା ଶାରୀରିକ ପ୍ରମୁଖ ମାନସିଂହ ଘୁୟୁରିଆ ଯୋଗଦେଇଥିଲେ। ପଥ ସଂଚାଳନ ଯାତ୍ରା ଦଶହରା ପଡିଆରୁ ଆରମ୍ଭ ହୋଇ ପାରାବେଡା ଗୋପବନ୍ଧୁ ନଗର ଭାଦ୍ରାୟାସାହି ବେଲ୍ ରୋଡ ନୀଳକଣ୍ଠେଶ୍ଵର ମନ୍ଦିର ରାସ୍ତା, ଲାଲ୍ ସାହି ସର୍ଦ୍ଦାର ବଲ୍ଲଭାଇ ପଟେଲ ମାର୍ଗ ଦେଇ ପୁଣୀ ଦଶହରା ପଡିଆ ଠାରେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ହଜାର ହଜାର ସ୍ଵୟଂସେବକ ଯୋଗ ଦେଇଥିଲେ

Spread the love