ବସରେ ପୁଣି ଲାଗିଗଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା ବସ, ବଞ୍ଚିଗଲେ ବସ ଯାତ୍ରୀ

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ନିକଟରେ ତେଲେଙ୍ଗାନାରେ ଏକ ବସରେ ନିଆଁ ଲାଗିବାରୁ ବସର ସମସ୍ତ ଯାତ୍ରୀ ଦଗ୍ଧ ହୋଇଯାଇଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ ଆଉ ଏକ ବସରେ ନିଆଁ ଲାଗିଯାଇଛି। ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ସବୁ ଯାତ୍ରୀ ବଞ୍ଚି ଯାଇଛନ୍ତି। କୋରାପୁଟ ଜ଼ିଲ୍ଲା ପଟ୍ଟାଙ୍ଗି ବ୍ଲକର ସୁଙ୍କି ସୀମାନ୍ତ ସାଲୁର ଦୁର୍ଗା ମନ୍ଦିର ଘାଟିରେ OSRTC ବସରେ ନିଆଁ ଲାଗି ହୁତୁ ହୁତୁ ହୋଈ ଜଳିଗଲା ପୁରାବସ।

ସୂଚନା ଅନୁସାରେ ବସଟି ବିଶାଖାପାଟଣା ରୁ ଜୟପୁର କୁ ଆସୁଥିବା ବେଳେ ସାଲୁର ଘାଟି ନିକଟ ରେ ହଠାତ ସଟ ସର୍କିଟ ଯୋଗୁ ବସ ରେ ନିଆଁ ଲାଗିଯା ଇଥିଲା। ବସରେ ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ରଖି ଯାତ୍ରୀ ମାନଙ୍କୁ ଓଲ୍ହାଇ ଦେଇଥିଲା। ସଙ୍ଗେ ସଙ୍ଗେ ସାଲୁର ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ସାଲୁରଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

Spread the love