ରାୟଗଡା (ପ୍ରତିଫଳନ ମିଡ଼ିଆ )
ଚାଲିଥିଲା ସଂସଦର ଶୀତ କାଳୀନ ଅଧିବେଶନ। ଘନ ଘନ ଟେବୁଲ ବାଡେଇ ପ୍ରଶ୍ନ କରୁଥିଲେ ବିରୋଧୀ ଦଳ। ସଠିକ ଉତ୍ତର ଦେଉଥିଲେ ଶାସକ ଦଳ। କଳାଧନ, ଶିକ୍ଷା, ସ୍ବାସ୍ଥ୍ୟ, ନାରୀ ସୁରକ୍ଷା, ରେଳ, କୃଷି, ଅର୍ଥ ଭଳି ବିବିଧ ପ୍ରସଙ୍ଗକୁ ନେଇ ଗଭୀର ଆଲୋଚନା ହୋଇଥିଲା। ମହିଳା ସୁରକ୍ଷା ବିଲକୁ ଆଗତ କରିଥିଲେ ମନ୍ତ୍ରୀ। ଭୋଟିଙ୍ଗ ବି ହୋଇଥିଲା। ଆଲୋଚନା ପରେ ବିଲ ପାରିତ ହୋଇଥିଲା। ରାୟଗଡ଼ ଜିସିଡ଼ି ପଡିଆରେ ପିଲାଙ୍କ ଜରିଆରେ ଚାଲିଥିଲା ଏମିତି ଛାୟା ସଂସଦ। ଏହାକୁ ପ୍ରତ୍ୟକ୍ଷ ଦେଖିଥିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା। ପିଲାଙ୍କ ପ୍ରଶ୍ନ ପଚାରିବା ଶୈଳୀ, ପ୍ରସଙ୍ଗଭିତ୍ତିକ ଆଲୋଚନା ଏବଂ ପ୍ରତ୍ୟୁତ୍ତର ଦେଖି ଅଭିଭୂତ ହେବା ସହ ପିଲାଙ୍କ ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ।

ଶିଶୁ ମହୋତ୍ସବ ସୁରଭି ଅବସରରେ ରାୟଗଡ ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଶନିବାର ଜିସିଡ଼ି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ କୋରାପୁଟ ଲୋକସଭା ସାଂସଦ ଓ ଅପରାହ୍ଣରେ ଅତିରିକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୂ ଭାବେ ଏଥିରେ ଯୋଗଦେଇଥିଲେ। ଅନ୍ୟତମ ଅତିଥୂ ରୂପେ ଜିଲ୍ଲା ଶିକ୍ଷାଧୂକାରୀ ରାମଚନ୍ଦ୍ର ନାହକ, ଅତିରିକୁ ଶିକ୍ଷାଧୂକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଜଗନ୍ନାଥ ମେହେର, ସମସ୍ତ ବ୍ଳକ ଶିକ୍ଷାଧୂକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଛାୟା ସଂସଦରେ ଶପଥପାଠ, ବିଲ ଓ ବଜେଟ ଉପସ୍ଥାପନ, ଶୁନ୍ୟ କାଳରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ସଭିଏଁ ପ୍ରଶଂସା କରିଥିଲେ । ସଂସଦରେ ଏହିପରି ହିଁ ସେ ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ ନିମନ୍ତେ ଅନେକ ପ୍ରଶ୍ନ ଉତ୍ଥାପନ କରିବା ସହ ବିକାଶ ପାଇଁ ସର୍ବଦା ପ୍ରୟାସ କରି ଆସୁଥୁବା ସାଂସଦ ସପ୍ତଗିରି ପ୍ରକାଶ କରିଥିଲେ ।

ପିଲାଙ୍କୁ ରାଜ୍ୟ ସ୍ତରରେ ଅନେକ ସୁନାମ ଅର୍ଜନ ନିମନ୍ତେ ଉତ୍ସାହିତ କରିଥିଲେ I ଏଥିରେ ଏଗାର ବ୍ଳକର ଅଶୀ ଜଣ ଶିଶୁ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଂସଦକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଏଥିରେ ଭାରତ ପାର୍ଲିଆମେଣ୍ଟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ବିଭିନ୍ନ ଦେଶର ସଂସଦ, ପ୍ରମୁଖ ଘଟଣାଗୁଡିକ ସ୍ଥାନ ପାଇଥିଲା। ଏହାକୁ ଦେଖିବାକୁ ପ୍ରବଳ ଗହଳି ଲାଗିଥିଲା। କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ, ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ପି ଅନିଲ ପ୍ରମୁଖଙ୍କ ତତ୍ୱାବଧାନରେ ଛାୟା ସଂସଦ ଆୟୋଜିତ ହୋଇଥିଲା। ଓଏଭିର ଜତୀନ୍ଦ୍ର ସାହୁ, କ୍ଷୀରେଶ୍ୱର ପ୍ରଧାନ, ପ୍ରଭାକର ମିଶ୍ରଙ୍କ ପ୍ରମୁଖ ତତ୍ତ୍ଵବଧାନରେ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ପ୍ରଧାନଶିକ୍ଷକ ମନୋଜ ଗୌଡ଼, ଗୌରୀ ପ୍ରସାଦ ପଣ୍ଡା, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ସୁରେଶ ପଟ୍ଟନାୟକ, ନରେଶ ସିଂ, ପ୍ରମୋଦ ମାର୍ଥା, ସୁଜାତା ମାଦଳା ପ୍ରମୁଖ ସହଯୋଗ କରିଥିଲେ। ଜିସିଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରଧାନ ଏହାର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ।

