ସାହିତ୍ୟିକ ଦାଶ ବେନହୁର ପାଇବେ ରାୟଗଡ଼ ସାହିତ୍ୟ ସମ୍ମାନ ୨୦୨୫

ଡିସେମ୍ବର ୧୪ରେ ରାୟଗଡ ସାହିତ୍ୟ ମହୋତ୍ସବ

ରାୟଗଡ଼ (ପ୍ରତିଫଳନ ମିଡ଼ିଆ )

ଚଳିତ ବର୍ଷ ରାୟଗଡ଼ ସାହିତ୍ୟ ସମ୍ମାନ ପାଇବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ଆସନ୍ତା ଡିସେମ୍ବର ୧୪ ରାୟଗଡ଼  ସାହିତ୍ୟ ଉତ୍ସବ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ରାୟଗଡ଼ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କୁହାଯାଇଛି। ନ୍ୟୁ ଟାଉନ ପୂଜା କମିଟି ସମ୍ମିଳନୀ କକ୍ଷରେ କମିଟିର ସଭାପତି ଡ଼ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଚଳିତ ବର୍ଷର ସମ୍ମାନ ପ୍ରଦାନ ନେଇ ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ସାହିତ୍ୟିକଙ୍କ ନାମ ବିଚାରକୁ ଆସିଥିବା ବେଳେ ଦାଶ ବେନହୁରଙ୍କୁ ରାୟଗଡ଼ ସାହିତ୍ୟ ସମ୍ମାନ ପ୍ରଦାନ ନେଇ ସର୍ବ ସମ୍ମତି ମତ ପ୍ରକାଶ ପାଇଥିଲା ବୋଲି ଡ଼ ମହାନ୍ତି କହିଛନ୍ତି। ସମ୍ମାନ ବାବଦକୁ ଉପଢୌକନ, ମାନପତ୍ର, ସ୍ମାରକୀ ସମ୍ମାନ ସହ ଦଶ ହଜାର ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ପ୍ରତିଥର ଭଳି ଉଦଘାଟନୀ ଅଧିବେଶନ ସହ ଗଳ୍ପ ଓ କବିତା ଅଧିବେଶନ ଆୟୋଜିତ ହେବ ଏବଂ ଏଥିରେ ବିଶିଷ୍ଟ ଗାଳ୍ପିକ ବିଷ୍ଣୁ ସାହୁ, ନିର୍ବାଣର ସମ୍ପାଦକ ଚଦ୍ରକାନ୍ତ ବିଶ୍ୱାଳ ଅତିଥିଭାବେ ଯୋଗଦେଉଥିବା ବେଳେ କବିତା ଅଧିବେଶନରେ ବିଶିଷ୍ଟ କବୟିତ୍ରୀ ଜୟନ୍ତିକା, କବୟିତ୍ରୀ ପ୍ରୀତିଧାରା ସାମଲ, କବୟିତ୍ରୀ ମାଧୁରୀ ପଣ୍ଡା ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମହୋତ୍ସବର ସମ୍ପାଦକ ସୁଶାନ୍ତ କୁମାର ନାୟକ ମତବ୍ୟକ୍ତ କରିଛନ୍ତି। ସେହିପରି ନିମନ୍ତ୍ରିତ ଗାଳ୍ପିକ ସର୍ବଶ୍ରୀ ଶିବାଶିଷ ପାଢୀ, ଶ୍ରୀଧର ପଟ୍ଟନାୟକ ଓ ରୁପେଶ ସାହୁ ସ୍ବରଚିତ ଗଳ୍ପ ପଠନ କରିବେ ଏବଂ ବିଭିନ୍ନ ପ୍ରାନ୍ତରରୁ ଆସିଥିବା କବି କବୟିତ୍ରୀ ସହ ଆମ ଜିଲ୍ଲାର କବିକବୟିତ୍ରୀମାନେ ନିଜସ୍ୱ କବିତା ଆବୃତ୍ତି ପୂର୍ବକ ସାହିତ୍ୟର ମହାମିଳନର ପର୍ବ ଅନୁଷ୍ଠିତ ହେବ ଏବଂ ଉଦଘାଟନୀ ସମାରୋହରେ ରାୟଗଡ଼ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ  ବିଶିଷ୍ଟ ଅତିଥିଭାବେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଉତ୍ସବର ସଂଗଠନ ସମ୍ପାଦକ ଡ଼ ଦ୍ଵିତୀ ଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି। ମହୋତ୍ସବକୁ ପୂର୍ବ ବର୍ଷ ଭଳି ସଫଳତାର ସହ ଆୟୋଜନ ଲାଗି କମିଟିର ସଦସ୍ୟ ସଦସ୍ୟା ସର୍ବଶ୍ରୀ ଜଗଦିଶ ଚନ୍ଦ୍ର ଦୋରା, ଲାବଣ୍ୟ ପଟ୍ଟନାୟକ, ଶିବ ମିଶ୍ର, ରବି ଶତପଥି, ଅରୁଣ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ବାଉରୀ, ଶ୍ରୀଧର ପଟ୍ଟନାୟକ, ବିମଳ ଚାନ୍ଦ ପଟ୍ଟନାୟକ, ସସ୍ମିତା କୁମାରୀ ଆଚାର୍ଯ୍ୟ, ହୃଷିକେଶ ରଥ, ପ୍ରଶାନ୍ତି ସାହୁ, ମାୟାଧର ସାହୁ, ସସ୍ମିତା ମିଶ୍ର, ମନୋରଞ୍ଜନ ମିଶ୍ର, ଇ ଗୌରୀ ଶଙ୍କର,  ଲୋକନାଥ ପଣ୍ଡା, ନୀଳମଣି ପାଟଯୋଶୀ, ମହାଶ୍ଵେତା ପାଣିଗ୍ରାହୀ, ମଞ୍ଜୁଶ୍ରୀ ମୁଖାର୍ଜୀ, କଲ୍ୟାଣୀ ସାସମଲ, ପଦ୍ମିନୀ ମିଶ୍ର, ଅରୁଣ ଲେଙ୍କା, ଶିବସୁନ୍ଦର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Spread the love