ଉତ୍କଳ ଆଲୁମିନାର ଉଦ୍ୟମୀ ପ୍ରକଳ୍ପ ଜରିଆରେ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗୀ

ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ; ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି

ରାୟଗଡ଼ା (ପ୍ରତିଫଳନ ମିଡ଼ିଆ )

ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉଦ୍ୟମୀ ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗ । ଏଥିପାଇଁ ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ । ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ହୋଇଥିବା ବେଳେ ୟୁଏଆଇଏଲର ଏଭଳି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି। ଟିକିରି ତଥା ପର୍ଶ୍ଵସ୍ଥ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ଚେତନା ବିକାଶ ତଥା ସେମାନଙ୍କୁ ଅର୍ଥନୈତିକ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ଉଦ୍ୟମି ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ପ୍ଲାଣ୍ଟ ପ୍ରଭାବିତ ତଥା ପର୍ଶ୍ୱସ୍ଥ କାଶୀପୁର ଓ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ୧୦୫ ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସମ୍ପ୍ରତି ଗ୍ରାମରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ତଥା ଏହାର ପରିଚାଳନା ପାଇଁ ଉଦ୍ୟୋଗୀ ମାନଙ୍କୁ ସମ୍ପୂର୍ଣ୍ଣ କୌଶଳ, ପ୍ରାରମ୍ଭିକ ପାଣ୍ଠି, ଆବଶ୍ୟକ ଯାନ୍ତ୍ରିକ ଉପକରଣ, ପ୍ରଶାସନିକ ସହାୟତା ସମେତ କଞ୍ଚାମାଲ୍ ଯୋଗାଇ ବାଜରିକରଣ ପାଇଁ ପ୍ରତେକ୍ଷ ସହଯୋଗ ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ଗତ ୨୦୨୧ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଜରିଆରେ ଉତ୍କଳ ଆଲୁମିନା ଚତୃପାର୍ଶ୍ୱ ଗ୍ରାମାଞ୍ଚଳରେ ଶତାଧିକ ଉଦ୍ଯମୀ ମାନେ ନିଜର ଇଛାଶକ୍ତି ଏବଂ କମ୍ପାନୀର ପ୍ରତେକ୍ଷ ସହଯୋଗରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ଏହି ଉଦ୍ୟମୀ ପ୍ରକଳ୍ପ ଦ୍ବାରା ମୋଟ ୩୦୧ ଟି କ୍ଷୁଦ୍ର ଶିଳ୍ପ ତଥା ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବାବେଳେ ପରୋକ୍ଷ ଭାବେ ୨୪୮ଜଣ ବ୍ୟକ୍ତିବିଶଷଙ୍କୁ ରୋଜଗାର ମିଳିଛି। ଏହାଦ୍ବାରା ପୂର୍ବରୁ ଦାଦନ ଖଟିବାକୁ ଯାଇଥିବା ୩୭ଜଣ ବ୍ୟକ୍ତିଙ୍କୁ ନିଜ ଗ୍ରାମରେ ରହି ରୋଜଗାର କରିବା ପାଇଁ ସୁଯୋଗ ପ୍ରଦାନ କରିଛି । ଉପରୋକ୍ତ ଉଦ୍ୟୋଗ ମଧ୍ୟରୁ ସେବା କ୍ଷେତ୍ରରେ ୧୩୪ ଗୋଟି ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ସ୍ଥଳେ ଉତ୍ପାଦନ କ୍ଷେତ୍ରରେ ୭୦ ଟି ଓ ବ୍ୟବସାୟ ଭିତ୍ତିକ ଶିଳ୍ପରେ ୯୭ ଗୋଟି ଉଦ୍ୟୋଗ କାର୍ଯ୍ୟକାରୀ ହୋଇଛି। ଏହି ଉଦ୍ୟମି ପ୍ରକଳ୍ପ ଏଣ୍ଟରପ୍ରାଇଯେଶ୍ ଡେଭଲପମେ୍ଟ ଇନଷ୍ଟିଚ୍ୟୁଟେ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ କାର୍ଯ୍ୟକାରୀ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହା ସଫଳ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଉଦ୍ୟମି ୨.୦ ପ୍ରାରମ୍ଭ ହୋଇଛି। ଉକ୍ତ ପ୍ରକଳ୍ପ ସଫଳ ରୂପାୟନ ହେବାରୁ ଏହା ଆହୁରି ୩ବର୍ଷ ଯାଏଁ କାର୍ଯ୍ୟକାରୀ ହେବ ।

Spread the love