ରାୟଗଡା (ପ୍ରତିଫଳନ ମିଡ଼ିଆ )
ରାୟଗଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ଅବସରରେ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା l ଏଥିରେ ଜିଲ୍ଲାର ୧୦ ବିଦ୍ୟାଳୟ( କେନ୍ଦ୍ରୀୟ ବିଦ୍ୟାଳୟ ଗୁଣୁପୁର, ଜଵହର ନବଦୋୟ ରାୟଗଡ଼ା, ଲ ପି ଅସ୍ ଜେକେପୁର, ବାଳିକା ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦ ଚନ୍ଦ୍ର ଉଚ୍ଚ ଵିଦ୍ୟାଳୟ,ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ , ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର , ପି ଅମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ା, ଏବଂ ଅର୍ ଡବଲୁଇସ୍ ଉଚ୍ଚ ବିଦ୍ୟାଳୟ ରାୟଗଡ଼ା) ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଶ୍ରୀ ରାଜାରାମ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତା ରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହେଇଥିଲା।ଏଥିରେ ଦିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଅମିତାଭ ସିଂହଲ ମୁଖ୍ୟ ଅଟିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ।ଶ୍ରୀ ମାୟାଧର ବିଶୋଇ ମଞ୍ଚ ସୁପରିଚାଳନା କରିଥିବାବେଳେ ଡକ୍ଟର ରମେଶ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷିକା ଶ୍ରୀ ଦୈତାରି କୋଠାର, କବିତା ଭାରତୀ, ଲାୟୁ ମାଝୀ, ଭାନୁମତୀ,ଦୀପକ କୁମାର, ଅଭିନାଶ ମଣ୍ଡଳ, ଶ୍ରୀଧର ସିଂ , ସୁରେଶ ମିରଦା,ବିଷ୍ଣୁ ଶେଖର ସମସ୍ତେ ପରାକ୍ରମ ଦିବସକୁ ସୁଚାରୁରୂପେ ସମ୍ପାଦିତ କରିଥିଲେ।

