ରାୟଗଡରେ ଅନୁଷ୍ଠିତ ହେଉଛି108 କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ, ପର୍ଣ୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଜାନୁଆରି 31 ତାରିଖରୁ ଫେବୃୟାରୀ 2 ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ 108 କୁଣ୍ଡୀୟ ବୈଦିକ ବିଶ୍ୱ ଶାନ୍ତି ଦେବ ମହାଜଜ୍ଞ ଆୟୋଜନ କରାଯାଇଛି। ତିନି ଦିନରେ 3ହଜାର ରୁ ଉର୍ଦ୍ଧ୍ୱ ଦମ୍ପତି ଯଜ୍ଞରେ ବସିବାର କାର୍ଯ୍ୟକ୍ରମ ରହିଛି। ଅବିଭକ୍ତ କୋରାପୁଟ ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାର 8ଟି ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ର 3 ଟି ଜିଲ୍ଲାର ଭକ୍ତ ମାନେ ସାମିଲ ହେବେ ବୋଲି ମହାଯଜ୍ଞ ସମନ୍ୱୟ ସମିତିର ଆବାହକ ମିଟସ ଗ୍ରୁପ ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ, ବିଜେପି ନେତା ୟାଲା ଭେଙ୍କେଟେଶ୍ୱର ରାଓ ସୂଚନା ଦେଇଛନ୍ତି। 2 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଯୋଗଦେଇ ପୂର୍ଣ୍ଣାହୁତି ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଯଜ୍ଞ ସ୍ଥଳ ସମେତ ରାୟଗଡା ସହରକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂହ, ଏସପି ଯଜ୍ଞ ସ୍ଥଳ ଓ ସୁଭଦ୍ରା ଶକ୍ତି ମେଳା ଆୟୋଜନ ସ୍ଥଳ ଓ ହେଲିକେପଟର ଅବତରଣ କରିବା ସ୍ଥାନ ପରିଦର୍ଶନ କରିଛନ୍ତି। ପରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ସୁରକ୍ଷା ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡା ରେ ରହି ଯଜ୍ଞ କାର୍ଯ୍ୟକ୍ରମ ର ତଦାରଖ କରୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ବରିଷ୍ଠ ସଦସ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପାରମର୍ଶଦାତା ଛୋଟଲାଲ ମହାନ୍ତ।
31 ତାରିଖ ଦିନ 1008 ମହିଳାଙ୍କ ଦ୍ୱାରା ହନୁମାନ ଚାଳିଶା, ଗୀତା ପାଠ, ଲଳିତା ସହସ୍ର ନାମ ପାରାୟଣ ସହ କଳସ ଯାତ୍ରାରେ ବାହାରି ସହର ପରିକ୍ରମା କାର୍ଯ୍ୟକ୍ରମ ରହିଛି।ହରିପୁର ଗୁରୁକୁଳ ଓ ମିଟସ ଗ୍ରୁପ ଦ୍ୱାରା ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞ ସଫଳ ଆୟୋଜନ ପାଇଁ ବିଜେପି ନେତା ତଥା ରାୟଗଡ ଟ୍ରକ ମାଲିକ ସଂଘ ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ବିଶ୍ବ ସାଧନା କେନ୍ଦ୍ରର ପ୍ରମୂଖ ବାବା ଯୋଗୀ ଶ୍ରୀଚୈତନ୍ୟ ରାମଜୀ, ଯଜ୍ଞ କମିଟି ସଂଯୋଜକ କୀର୍ତ୍ତିଚନ୍ଦ୍ର ସାହୁ, ଶ୍ରୀମତୀ ବିଦୁଲତା ହୁଇକା, ପ୍ରଭାକର ଦୋରା, ବିଶ୍ୱଜିତ ପଣ୍ଡା, ଶ୍ରୀରାମ ପଣ୍ଡା ଓ ରାଜୁ ସାହୁ ପ୍ରମୁଖ ସହଯୋଗ କରିଆସୁଛନ୍ତି। ଜିଲ୍ଲାର ବିଭିନ୍ନ ମଠ, ମନ୍ଦିର, ସଂସ୍କୃତି ପରିଷଦ, ମହିଳା ସଂଗଠନ, ସାମାଜିକ ଅନୁଷ୍ଠାନ ଗୁଡିକ ସାମିଲ ହୋଇଛନ୍ତି। ଲୋକଙ୍କ ମଧ୍ୟରେ ଦିବ୍ୟ ଚେତନା ସୃଷ୍ଟି କରିବା ଉଦେଶ୍ୟରେ ଯଜ୍ଞର ଆଯୋଜନ କରାଯାଇଛି। ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରି, ସାମାଜିକ ସଂସ୍କାର ଆଣିବାପାଇଁ ବ୍ୟକ୍ତିର ଚରିତ୍ର ଗଠନ କରିବା ଯଜ୍ଞର ମୂଳ ଲକ୍ଷ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି।
ତିନି ଦିନିଆ କାର୍ଯ୍ୟ କ୍ରମରେ ପ୍ରତିଦିନ ଅପରାହ୍ନରେ ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ ଯୋଗଦେଇ ବେଦ, ବେଦାନ୍ତ, ଉପନିଷଦ ସମ୍ପର୍କରେ ପ୍ରବଚନ ଦେବେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଆର୍ଯ୍ୟ ସମାଜ ଯଜ୍ଞ ପରିଚାଳନା ପ୍ରମୁଖ ଇଂ ସୁବ୍ରତ ସାମଲ, ଗୁରୁକୁଳ ହରିପୁର ନୂଆପଡା ଆଶ୍ରମ ସଂଚାଳକ ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ, କଳାହାଣ୍ଡି ସ୍ଥିତ ଆର୍ଯ୍ୟ ସମାଜ ସଂଚାଳକ ବାନପ୍ରସ୍ଥ ପୁରୁଷୋତ୍ତମ ମୁନି ପ୍ରମୁଖ ଯୋଗଦେଇ ପ୍ରବଚନ ଦେବେ। 108 କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟଙ୍କ ବ୍ରହ୍ମତ୍ୱରେ ସମ୍ପନ୍ନ ହେବ। ଯଜ୍ଞରେ ସାମିଲ ହେବା ପାଇଁ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି। ଏଣୁ ଶାନ୍ତି ଶୃଙ୍ଖଳା ରଖିବା ଦିଗରେ ଯତ୍ନବାନ ରହିବାକୁ ଜନ ସାଧାରଣକୁ ନିବେଦନ କରିଛି ଯଜ୍ଞ କମିଟି।

Spread the love