ଟପ ମାଓ ଦମ୍ପତିଙ୍କ ଆତ୍ମ ସମର୍ପଣ, ପାଞ୍ଚ ଟି ଜିଲ୍ଲା ହେଲା ମାଓ ମୁକ୍ତ, ମାର୍ଚ୍ଚ ଶେଷ ସୁଦ୍ଧା ମାଓମୁକ୍ତ ହେବ ଓଡିଶା : ଏଡିଜି ସଂଜୀବ ପଣ୍ଡା

ଟପ ମାଓ ଦମ୍ପତି ନିଖିଲ ଓ ଇନ୍ଦୁ ସମେତ 15ମାଓବାଦୀ ରାୟଗଡାରେ କଲେ ଆତ୍ମ ସମର୍ପଣ, ଏକ କୋଟି 98 ହଜାର ଟଙ୍କାର ରହିଥିଲା ପୁରସ୍କାର

ଓଡିଶା ପୋଲିସକୁ ବଡ଼ ସଫଳତା

ରାୟଗଡା (ପ୍ରତିଫଳନ ମିଡ଼ିଆ )

2026 ମାର୍ଚ୍ଚ 31 ସୁଦ୍ଧା ମାଓ ମୁକ୍ତ ହେବ ଓଡିଶା। କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟାର୍ଗେଟକୁ ପୂରଣ କରିବ ଓଡିଶା। ଏବେସୁଦ୍ଧା ଓଡ଼ିଶାର ପାଞ୍ଚଟି ଜିଲ୍ଲା ନୂଆପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ ଜିଲ୍ଲା ମାଓ ମୁକ୍ତ ହୋଇଛି। ଖୁବଶୀଘ୍ର ରାୟଗଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ହେବ । ଆଗକୁଓଡ଼ିଶାର ସମସ୍ତ ଜିଲ୍ଲା ମାଓ ମୁକ୍ତ ହେବ ବୋଲି କହିଛନ୍ତି ଏଡିଜି ସଂଜୀବ ପଣ୍ଡା। ରାୟଗଡା ଜିଲ୍ଲା ରେ ଦୀର୍ଘ ବର୍ଷ ଧରି ଆତଙ୍କ ରାଜ ଚଳାଇଥିବା ଓଡ଼ିଶାର ଅନ୍ୟତମ ଟପ ମାଓ ଦମ୍ପତି ନିଖିଳ ଓ ଇନ୍ଦୁ ରାୟଗଡାଠାରେ ପୋଲିସ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି। ଫଳରେ ଓଡ଼ିଶାର ମାଓ ଗଡ଼କୁ ଶକ୍ତ ଧକ୍କା ଲାଗିଛି।

ଓଡିଶା ପୋଲିସ ପାଖରେ ଆତ୍ମ ସମ୍ପର୍ପଣ କରିଛନ୍ତି 15 ଜଣ ମାଓବାଦୀ !  ସେମାନଙ୍କ ମଧ୍ୟରୁ ବାସଧାରା ଘୁମୁସର ନାଗାବଳି ଡିଭିଜନ ର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁ ମଧ୍ୟ ଆତ୍ମ ସମ୍ପର୍ପଣ କରିଛନ୍ତି । ଏହି ଦୁଇ ମାଓ ଦମ୍ପତିଙ୍କ ସହ ଅନ୍ଯ 13ଜଣ ହେଲେ ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ,ରାକେଶ, ଲଲିତ୍ ,ରାଜେ ଏବଂ ମାଳତି ମଧ୍ଯ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ଏକ କୋଟି 98 ଲକ୍ଷ ଟଙ୍କାର ପୁରସ୍କାର ରାଶି ପୋଲିସ ପକ୍ଷରୁ ଘୋଷଣା ହୋଇଥିଲା।  ରାଜ୍ଯ କମିଟି ସଦସ୍ଯ ତଥା ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ କେବଳ ଏକ କୋଟି ଦଶ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା ! ଏନେଇ ଆଜି ଏଡିଜି ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ଯସ୍ରୋତରେ ସାମିଲ ହୋଇଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନ କୁ ପରିଚାଳନା କରୁଥିଲେ। ତେବେ ଆଗକୁ ଜଳ,ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ଅନ୍ଯପଟେ ଆଜିଠାରୁ ରାୟଗଡା ଜିଲ୍ଲା ମାଓମୁକ୍ତ ହେଲା ବୋଲି ଏଡିଜି ସଂଜୀବ ପଣ୍ତା ସୂଚନା ଦେଇଛନ୍ତି। ମାଓବାଦୀମାନେ ହିଂସାକାଣ୍ଡରେ ବ୍ଯବହାର କରୁଥିବା 2ଟି ଏକେ47, ଏସଏଲଆର୍ 5ଟି, ଷ୍ଟେନଗନ୍ 1, ଇନସାସ୍ 1, ରାଇଫଲ 1 ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀରେ ଅନ୍ଯମାନଙ୍କ ମଧ୍ଯରେ ସିଆରପିଏଫ ଆଇଜି ଅମିତେନ୍ଦ୍ରନାଥ ସିଂହା, ଗୁଇନ୍ଦା ଆଇଜି ଦୀପକ କୁମାର, ଡିଆଇଜି ଏସ ଆଇ ଡବ୍ଲ୍ୟୁ ଅଖିଳେଶ ସିଂହ, ଦକ୍ଷିଣ ପଶ୍ଚିମ ଡିଆଇଜି କନୱର ବିଶାଳ ସିଂ, ରାୟଗଡା ଏସପି ସ୍ଵାତି ଏସ କୁମାର, କଳାହାଣ୍ଡି ଏସପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସପି ହରିଶ୍ ବିସି, ରାୟଗଡା ଜିଲ୍ଲପାଳ ଆଶୁତୋଷ କୁଲକର୍ଣ୍ଣି ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

Spread the love