ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି

ରାୟଗଡ, ପ୍ରତିଫଳନ ମିଡ଼ିଆ

ରାୟଗଡ଼ ପୌରପରିଷଦ ଦ୍ୱାରା ସଫେଇ କର୍ମଚାରୀ ସମ୍ବର୍ଦ୍ଧନା
ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ସ୍ୱାସ୍ଥ୍ୟ ଶିବିର ଓ ‘ବଡ଼ଖାନା’ଆୟୋଜନ କରାଯାଇ ଥିଲା।
ରାୟଗଡ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। ନିଷ୍ଠାର ସହ ନିରବିଛିନ୍ନ ଭାବେ କାର୍ଯ୍ୟ କରୁଥିବା କିଛି ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇଛି ପୌର ପରିଷଦ କତୃପକ୍ଷ। ସେହି ନିଷ୍ଠାବାନ ସଫେଇ କର୍ମଚାରୀମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯାଇଥିଲା । ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣି ଓ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅକ୍ଷୟ କୁମାର ଖେମୁଣ୍ଡୁ ଅତିଥିଭାବେ ଯୋଗଦେଇ ସହରକୁ ସ୍ଵଚ୍ଛ ଓ ସୁନ୍ଦର ରଖିବା ରେ ନିଷ୍ଠାପର କାମ କରୁଥୁବା ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ

ଏହା ସହ ନିଜ ହାତରେ ବଡା ଖାନା ରେ ସଫେଇ କର୍ମଚାରୀ ମାନଙ୍କୁ ଖାଇବା ପରଶି ଥିଲେ । ଏଭଳି କରି ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସହ ଭଲ କାମ କରୁଥୁବା ନିଷ୍ଠାବାନ କର୍ମଚାରୀଙ୍କ ସହ ପ୍ରଶାସନ ସାଥିରେ ରହିଛି ଏହି ବାର୍ତା ଦେବାକୁ ଏଭଳି ସମ୍ମାନ ଉତ୍ସବ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ। ପୌର ପରିଷଦ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ମାନୀତ ହୋଇଥିବାରୁ ନିଜକୁ ଧନ୍ୟ ମନେକରିଛନ୍ତି ସଫେଇ କର୍ମଚାରୀ। ଆଗାମୀ ଦିନରେ ସହରକୁ ଅଧିକ ସ୍ଵଚ୍ଚ ଓ ସୁନ୍ଦର ରଖିବାକୁ କାମ କରିବୁ ବୋଲି ସଫେଇ କର୍ମଚାରୀ କହିଛନ୍ତି

ସମ୍ମାନ ଦେବାସହସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନପାଇଁ ପ୍ରାୟ ୪୦୦ ରୁ ଅଧିକ ସଫେଇ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ପରିମଳ କର୍ମଚାରୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ ପୁସ୍ତିକା ପ୍ରସ୍ତୁତ କରାଯାଇଥିଲା । ପୁସ୍ତିକାରେ ସେମାନଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିବରଣୀ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଅଛି । ଏହି ପୁସ୍ତିକା ଭବିଷ୍ୟତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଉପଚାର ପ୍ରଣାଳୀକୁ ଆହୁରି ସୁବିଧା ଜନକ କରିବା ସହିତ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସହାୟକ ହେବ । କାର୍ଯ୍ୟକ୍ରମ ଶେଷରେ ଏକ ‘ବଡ଼ଖାନା’ (ସାମୂହିକ ଭୋଜି) ର ଆୟୋଜନ ହୋଇଥିଲା। ଏଥିରେ ଉପସ୍ଥିତ ଅତିଥିମାନେ ନିଜେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରିଷଣ କରି ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପି.ଡି. ଡୁଡା ଅକ୍ଷୟ କୁମାର ଖେମୁଣ୍ଡୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏଥିସହ ପୌରପରିଷଦ ଅଧ୍ୟକ୍ଷ ପି. ମହେଶ ପାଟନାୟକ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଏବଂ ସ୍ୱଚ୍ଛ ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ। ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରସଂଶା କରିଛନ୍ତି।
ଆଗାମୀ ସ୍ବଚ୍ଛ ସର୍ବେକ୍ଷଣ ୨୦୨୬ ରେ ରାୟଗଡ଼ ପୌରପରିଷଦର ସ୍ଥାନକୁ ଜାତୀୟ ସ୍ତରରେ ଉପରକୁ ଉଠାଇବା ଏବଂ ପୁରସ୍କୃତ ବିବେଚିତ ହେବାପାଇଁ ଅଧିକ ଯତ୍ନବାନ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ରାୟଗଡ ସହରରେ ଜମିରହିଥିବା ଆବର୍ଜନା ଗୁଡିକୁ ଖୁବଶୀଘ୍ର ପ୍ରକ୍ରିୟାକରଣ (ବାୟୋ ମାଇନିଙ୍ଗ) କରାଯାଇ ସହରକୁ ଆହୁରି ସୁନ୍ଦର ଏବଂ ଆବର୍ଜନା ମୁକ୍ତ କରାଯିବା ସହିତ ୱାର୍ଡ ନ – ୦୩ ଠାରେ ଏକ ବୃହତ ଆବର୍ଜନା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଉନ୍ନତମାନର ଯାନ୍ତ୍ରିକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ରାୟଗଡ଼ ପୌରପରିଷଦର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ରାୟଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ ବୋଲି ମତ କହିଥିଲେ।

Spread the love