ପ୍ରତିଫଳନ ମିଡ଼ିଆ
ସହରର ପରିବେଶକୁ ସ୍ଵଚ୍ଛ ଓ ସୁନ୍ଦର ରଖିବା ପାଇଁ ରାୟଗଡ଼ ପୌର ପରିଷଦ ତପ୍ତରତା ଦେଖାଇଛି। ପୌର ପରିଷଦ ଏଥିପାଇଁ ସଚେତନତା ଅଭିଯାନ ଆରମ୍ଭ କରା ଯାଇଛି।ସହରର ବିଭିନ୍ନ ୱାର୍ଡରେ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ କିଭଳି ପୃଥକୀକରଣ କରାଜିବସେଥିପାଇଁ ନେଇ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରା ଯାଇଛି। ପ୍ରଥମ ପର୍ଯ୍ୟାୟରେ ପୌରପରିଷଦର ୧୬ ନମ୍ବର ୱାର୍ଡ ସ୍ଥିତ ଇନ୍ଦିରା ନଗର ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟବହୃତ ବର୍ଜ୍ୟ ବସ୍ତୁ ଗୁଡିକୁ ରାସ୍ତାଉପରେ ରେ ଏଣେ ତେଣେ ନ ଫୋପାଡ଼ି ପୌର ପରିଷଦର ଆବର୍ଜନା ସଂଗ୍ରହ କରୁଥୁବା ଗାଡିକୁ ଦେବା ସକାଶେ ସାହି ଲୋକ ଓ ବ୍ୟବସାୟୀ ମାନଙ୍କୁ ବୁଝା ଯାଇଛି।ନିଜ ନିଜ ପରିସରରେ ପରିବେଶ ସୁରଖିତ ରଖିବାକୁ ସଚେତନ କରାଯାଇଛି।ଏହାର ଖିଲାପ କଲେ ଆର୍ଥିକ ଦଣ୍ଡ ପଡିବ ବୋଲି ମଧ୍ୟ କୁହାଯାଇଛି।
ବର୍ଜ୍ୟ ବସ୍ତୁକୁ ଦାଣ୍ଡରେ ଫୋପାଡ଼ି ଲେ ପଡିବ ଆର୍ଥିକ ଦଣ୍ଡ

ଏହି ଅଭିଯାନରେ ପୌର ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ଜୁନିୟର ସାନିଟେସନ ଏକ୍ସପର୍ଟ ଏବଂ ସ୍ଥାନୀୟ ୱାର୍ଡ କାଉନସିଲରମାନେ ଯୋଗ ଦେଇ ଏହାକୁ ସଫଳ କରିଥିଲେ। ଅଧିକାରୀମାନେ ଘରକୁ ଘର ବୁଲି ଲୋକମାନଙ୍କୁ ଓଦା ଅଳିଆ ଏବଂ ଶୁଖିଲା ଅଳିଆକୁ ଅଲଗା ଅଲଗା କରି ରଖିବା ପାଇଁ ବୁଝାଇଥିଲେ। ପୌରପରିଷଦ ଅଧ୍ୟକ୍ଷ ପି. ମହେଶ ପଟନାୟକ ସହରବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, କେହି ବି ରାସ୍ତା କଡ଼ରେ କିମ୍ବା ବାହାରେ ଅଳିଆ ଆବର୍ଜନା ଫିଙ୍ଗନ୍ତୁ ନାହିଁ। ଯଦି କେହି ଏହାର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ଉପରେ କଠୋର ଜରିମାନା ଲାଗୁ କରାଯିବ। କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାର ବର୍ଜ୍ୟବସ୍ତୁ ପୃଥକୀକରଣ ଉପରେ ଗୁରୁତ୍ୱ ଦେବା ସହ ନିଜ ପାରିପାର୍ଶ୍ୱିକ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଅନ୍ୟ ସମସ୍ତ ୱାର୍ଡରେ ଏହି ଅଭିଯାନକୁ ଜାରି ରଖାଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।


