ଜିଲ୍ଲାପାଳଙ୍କ କୋଟିଆ ଗସ୍ତ : ପାହାଡ଼ ଚଡିଲେ, ମିଲେଟ୍‌ କାଫେ ଦେଖିଲେ, ଜୀବିକା ଉନ୍ନୟନକାର୍ଯ୍ୟକ୍ରମର କଲେ ଅନୁଧ୍ୟାନ

ପ୍ରତିଫଳନ ମିଡ଼ିଆ
କୋରାପୁଟ ଜିଲ୍ଲାପାଳ କୋଟିଆ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି। ପାହାଡ଼ ଚଡିଲେ ଜଙ୍ଗଲରେ ଚାଲି ଚାଲି ଗଲେ, ଚାଷୀଙ୍କ ଦୁଃଖ ବୁଝିଲେ।

କୋଟିଆ ଗସ୍ତ କ୍ରମରେ ପ୍ରଥମେ ସେ ଟାଉପଡାର ଅଞ୍ଚଳରେ ଚାଲୁଥିବା ମିଲେଟ୍‌ କାଫେ ଯାଇଖାଦ୍ୟ ପ୍ରସ୍ତୁତ ପ୍ରଣାଳୀର ସମୀକ୍ଷା କରିଥିଲେ। ପରେ BGBO ଅଧୀନରେ ଚାଲୁଥିବା ବିଭିନ୍ନ ଉନ୍ନୟନ କାମ ଓ କୋଟିଆ ବାସିନ୍ଦାଙ୍କ ଜୀବିକା ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅବଲୋକନ କରିଥିଲେ।
କାମୋମାଇଲ୍‌ ଚାଷ, ଷ୍ଟ୍ରବେରି ଚାଷ ପରି ବିକଳ୍ପ ଜୀବିକା କାର୍ଯ୍ୟକ୍ରମ ସମ୍ପର୍କରେ ସେ ଅଧିକାରୀ ଓ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ମାନଙ୍କ ସହ ପାହାଡ଼ିଆ ଝାଡୁ ପ୍ରସ୍ତୁତି, ପ୍ରସ୍ତୁତ ପଦାର୍ଥର ପ୍ରସେସିଂ ଓ ବ୍ରାଣ୍ଡିଂ ବିଷୟରେ ଆଲୋଚନା କରି ଉତ୍ସାହିତ କରିଥିଲେ।
ପରବର୍ତ୍ତୀରେ ସେ କୋଟିଆ ଜଗନ୍ନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଏହାସହିତ SSD ସ୍କୁଲ ଓ ଓଡିଶା ଆଦର୍ଶ ବିଦ୍ୟାଳୟ କୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହ ସକ୍ଷାତ୍‌ କରିଥିଲେ ଓ ପିଲାଙ୍କ ଶିକ୍ଷା ଓ ଅନୁସଙ୍ଗିକ ସୁବିଧା ମିଳୁଛି କି ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ କୋଟିଆ ଅଞ୍ଚଳର ସମଗ୍ର ଉନ୍ନତି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥୁବା ସ୍ପଷ୍ଟ ହେଉଛି ।

Spread the love