ରାୟଗଡ଼ ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ•”ମଣିଷର ସକଳ ଦୁଃଖକୁ ପିଏ ଯେ ସେ ହିଁ ଲେଖକ” 

ଗବେଷକ ଶ୍ରୀରଙ୍ଗ ନାୟକ ପାଇଲେ ସମ୍ବାଦ ସାହିତ୍ୟ ଘର ସମ୍ମାନ

ରାୟଗଡ଼ (ପ୍ରତିଫଳନ ମିଡ଼ିଆ )

ପ୍ରକୃତି ଯେତେବେଳେ ପର୍ଯ୍ୟନ୍ତ ଥିବ ସେତେଦିନ ପର୍ଯ୍ୟନ୍ତ ସାହିତ୍ୟ ବଂଚିଥିବ। ସମାଜରୁ ମାନବିକତା ଲିଭି ଗଲେ ସାହିତ୍ୟ ସୃଷ୍ଟି ହୁଏ। ଆଉ ସମସ୍ତ ମଣିଷର ସକଳ ଦୁଃଖକୁ ପିଇଦିଏ ଯିଏ ସେ ହେଉଛି ଲେଖକ। ଅତଏବ ଲେଖକ ଭାବଗର୍ଭକ ହେବା ପୂର୍ବରୁ ମାନବବାଦୀ ହେବା ଆବଶ୍ୟକ ବୋଲି ସମ୍ବାଦ ସାହିତ୍ୟ ଘର ରାୟଗଡ଼ର ବାର୍ଷିକ ଉତ୍ସବ ଅବସରରେ ବିଶିଷ୍ଟ ଵକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସମ୍ବାଦ ସାହିତ୍ୟ ଘର ରାୟଗଡ଼ର ସଭାପତି ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ୟୁଜିଏମ ଆଇଟି ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ବିଶିଷ୍ଟ ଗବେଷକ ଓ ନାଟ୍ୟକର ଶ୍ରୀରଙ୍ଗ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନିର୍ବଚନିୟତା ହିଁ ସାହିତ୍ୟର ସଫଳତା ବୋଲି କହିଥିଲେ। ବିଶେଷ ଅତିଥିଭାବେ ପ୍ରାବନ୍ଧିକ ତଥା ଶିକ୍ଷାବିତ୍ ଡ଼ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ପ୍ରତ୍ୟେକ ମଣିଷର ମାତୃଭାଷା ନିଜର ପରିଚୟ ହେତୁ ମାତୃଭାଷାର ଗଣତନ୍ତ୍ରକରଣ ହେବା ବିଧେୟ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟଵକ୍ତା ଭାବେ ବିଶିଷ୍ଟ ସମାଲୋଚକ ତଥା ପ୍ରାବନ୍ଧିକ ଡ଼ ନାରାୟଣ ପଣ୍ଡା ଯୋଗ ଦେଇ ନିଜସ୍ୱ ବକ୍ତବ୍ୟରେ ଉପସ୍ଥିତ ଶ୍ରୋତାଙ୍କୁ ଅଭିଭୂତ କରିଥିଲେ ଏବଂ ନିଜ ବକ୍ତବ୍ୟରେ କହିଥିଲେ ଯେ ସାହିତ୍ୟ ସବୁବେଳେ ମଣିଷପଣିଆର କଥା କହେ ଓ ହୃଦୟ ଥିବା ମଣିଷଙ୍କୁ ଖୋଜିବାର ସାହିତ୍ୟ ହିଁ ସହାୟକ ହୋଇଥାଏ। ସମ୍ବାଦ ଜୟପୁର ସଂସ୍କରଣର ପ୍ରମୁଖ ନବୀନ ଚନ୍ଦ୍ର ସାହୁ ଯୋଗଦେଇ ଆଞ୍ଚଳିକ ସ୍ତରରେ ସାହିତ୍ୟିକ ସୃଷ୍ଟି କ୍ଷେତ୍ରରେ ସମ୍ବାଦ ସାହିତ୍ୟ ଘରର ଭୂମିକା ବେଶ ଗୁରୁତ୍ୱପୂର୍ଣ ବୋଲି ପ୍ରକାଶ କରିଥିଲେ। ରାୟଗଡ଼ ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ରୀ ନାୟକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ଆଶୁତୋଷ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ସ୍ଥାନୀୟ ଲେଖକଙ୍କ ଲେଖାରେ ସମୃଦ୍ଧ ଇନ୍ଦ୍ରଧନୁ ପୃଷ୍ଠାର ଶୁଭ ଉନ୍ମୋଚନ ସହ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ଲାଗି ବିଶିଷ୍ଟ ଗବେଷକ ଶ୍ରୀରଙ୍ଗ ନାୟକଙ୍କୁ ସ୍ମାରକୀ, ଉପଢୌକନ ପ୍ରଦାନପୂର୍ବକ ସମ୍ବାଦ ସାହିତ୍ୟ ଘର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ମୁଖ୍ୟଵକ୍ତା ଡ଼ ପଣ୍ଡାଙ୍କୁ ସମ୍ବାଦ ସାହିତ୍ୟ ଘର, ରାୟଗଡ଼ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପାନ୍ତ ଅଞ୍ଚଳରେ ଓଡ଼ିଆ ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଅବଦାନ ଲାଗି  କାଶୀପୁର ସମ୍ବାଦ ସାହିତ୍ୟ ଘର, ମୁନିଗୁଡା ସମ୍ବାଦ ସାହିତ୍ୟ ଘର ଓ ଗୁଣୁପୁର ସମ୍ବାଦ ସାହିତ୍ୟ ଘରକୁ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘରର ସାଙ୍ଗଠନିକ ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପରିଚାଳନା କରିଥିବାବେଳେ ଉପସଭାପତି ନୀଳମଣି ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆବାହନୀ ସଙ୍ଗୀତ ଗାନ କରିଥିଲେ। ସମ୍ବାଦ ରାୟଗଡା ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା ଅନ୍ୟତମ ଅତିଥି ଭାବେ ଯୋଗଦେବା ସହ ବାର୍ଷିକ ଉତ୍ସବର ପରିଚାଳନା କରିଥିଲେ।

 ଏହି ଅବସରରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ବିଭିନ୍ନ ସମ୍ପାନରେ ସସ୍ମିତା ଆଚାର୍ଯ୍ୟ, ତ୍ରିବେଣୀ ମିଶ୍ର, ପ୍ରଶାନ୍ତି ସାହୁ, ପ୍ରତିମା ମିଶ୍ର, ପଦ୍ମିନୀ ମିଶ୍ର, ମହାଶ୍ଵେତା ପାଣିଗ୍ରାହୀ, ରବି ଶତପଥି, କଲ୍ୟାଣୀ ସାସମାଲ, ବିମଳ ଚାନ୍ଦ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, କାଳୀ ଚରଣ ମହାରଣା, ସସ୍ମିତା ପଣ୍ଡା ପ୍ରମୁଖ କବିତା ସଂଯୋଜନା କରିଥିଲେ। ବିଭିନ୍ନ ପର୍ଯ୍ୟାୟର କବିତା ଆସରରେ ଦେବେନ୍ଦ୍ର କୁମାର ବାଉରୀ, ରାଜେଶ ପାଢ଼ୀ, ଲାବଣ୍ୟ ମୋହନ ପଟ୍ଟନାୟକ, ଜଗଦିଶ ଚନ୍ଦ୍ର ଦୋରା, ପ୍ରଶାନ୍ତ ପଟ୍ଟନାୟକ, ଅରୁଣ କୁମାର ଲେଙ୍କା, ଅକ୍ଷୟ କୁମାର ମଲ୍ଲିକ, ହିମାଂଶୁ ଶେଖର ପଣ୍ଡିଆ, ଶିବ ପ୍ରସାଦ ମିଶ୍ର,ଓ ବିପିନ ବିହାରୀ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।

ଏହି ଅବସରରେ କଲ୍ୟାଣୀ ସାସମଲ,ତ୍ରିବେଣୀ ମିଶ୍ର,ପ୍ରଶାନ୍ତୀ ସାହୁ, ମହାଶ୍ବେତା ପାଣିଗ୍ରାହୀ,ପ୍ରତିମା ମିଶ୍ର, ରବି ଶତପଥି,ସସ୍ମିତା କୁମାରୀ ଆଚାର୍ଯ୍ୟ,ପଦ୍ମିନୀ ମିଶ୍ର,ରାଜେଶ କୁମାର ପାଢ଼ୀ, ପ୍ରଶାନ୍ତ ପଟନାୟକ,କୃ‌ଷ୍ନପ୍ରିୟା ସାହାଣୀ,ଅର୍ଚ୍ଚନା ପଟନାୟକ,ଦେବେନ୍ଦ୍ର କୁମାର ବାଉରୀ,ମଞୁଶ୍ରୀ ମୁଖାର୍ଜୀ,ବ୍ରଜ ସୁନ୍ଦର ନାୟକ,ନିରଞନ ନାୟକ,ଜଗଦୀଶ ଚନ୍ଦ୍ର ଦୋରା,ନୀଳମଣି ପାଟ୍ଟଯୋଶୀ,ଲାବଣ୍ୟ ପଟନାୟକ,ଅରୁଣ ଲେଙ୍କା,ରାଜଲକ୍ଷ୍ମୀ ଦେବୀ,ଶ୍ରୀଧର ପଟନାୟକ,ଲୋକନାଥ ପଣ୍ଡା,ସୁବାସ ଚନ୍ଦ୍ର ବେହେରା,ସୁରେଶ ମହାପାତ୍ର,ରଘୁନାଥ ଭୁଏ,ବାବୁଲାଲ ଗନ୍ତାୟତ, ମମତା ଦାଶ, ବିମଳଚାନ୍ଦ ପଟ୍ଟନାୟକ,ଏ.ଆଶାଲତା, ଜ୍ୟୋତି ପ୍ରକାଶ ଗିରି ,ଶରତ କୁମାର ରାଉତ,ଶିବ ପ୍ରସାଦ ମିଶ୍ର, କାଳୀ ଚରଣ ମହାରଣା, ଲୋକନାଥ ରାଉତ, ଡ଼ ପ୍ରସନ୍ନ କୁମାର ଗନ୍ତାୟତ, ବନୋଜ ମହାପାତ୍ର, ଇ. ଗୌରୀ ବାବୁ, ମାହେଶ୍ବରୀ ନାୟକ, କାଳୀ ଚରଣ ରଥ, ଅଖିଳେଶ ପଟନାୟକ, ଇ.ତେଜଶ୍ରୀ, ଶୁଭ୍ରା ଗୌଡ, ଆଦର୍ଶରାଜ ପାଟ୍ଟଯୋଶୀ, ହରିହର ପ୍ରସାଦ ଶତପଥି, ମମତା ରାଣୀ ଦାଶ, କୁନା ମହାପାତ୍ର, ସସ୍ମିତା ପଣ୍ଡା, ମିନତୀ ସେନାପତି, ପାପନୀ ମହରଣା ପ୍ରମୁଖ କବିତା ପାଠ କରିଥିଲେ।

Spread the love